ମା’ର ଶବ ନିକଟରେ ଛୁଆ ଗଣ୍ଡାର ଆକୁଳ କ୍ରନ୍ଦନ


କଥିତ ଅଛି ମା’ ନାହିଁ ଯାହାର, ସାହା ନାହିଁ ତାର । ସଂସାରରେ ମା’ ପାଖରେ ଥିଲେ ଛୁଆ କାହାକୁ ଭୟ କରେ ନାହିଁ । ମା’ ସର୍ବଦା ତା ଛୁଆର ସୁରକ୍ଷା ପାଇଁ ଯେକୌଣସି ପରିସ୍ଥିତିକୁ ସାହାସର ସହିତ ସାମ୍ନା କରିଥାଏ । ଆଉ ଯେତେବେଳେ ଗୋଟେ ଛୁଆ ପାଖରେ ସେଇ ମା’ ହିଁ ନଥାଏ ତେବେ ସେ ଛୁଆର ଆଶ୍ରା ବୋଲି କେହି ନଥାନ୍ତି । ଏହା ଯେ କେବଳ ମଣିଷ ମାନଙ୍କ କ୍ଷେତ୍ରରେ ଦୃଶ୍ୟମାନ ହୁଏ ତାହା ନୁହେଁ, ପଶୁ ମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ପରିଲକ୍ଷିତ ହୋଇଥାଏ । ନିକଟରେ ଭାଇରାଲ ହୋଇଥିବା ଗୋଟେ ଭିଡ଼ିଓରେ ଦେଖିବାକୁ ମିଳିଛିଯେ, ଶିକାରୀମାନେ ଏକ ମା’ ଗଣ୍ଡାକୁ ମାରିଦେଇଥିବାବେଳେ ତାର ଛୁଆଟି ତାର ମଲା ଶରୀର ପାଖରେ ତାକୁ ଉଠାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବାରେ ଲାଗିଛି । ସତରେ ଏ ହୃଦୟ ବିଦାରକ ଦୃଶ୍ୟ ସମସ୍ତ ପଶୁ ପ୍ରେମୀ ମାନଙ୍କ ହୃଦୟକୁ ଅନେକ ବ୍ୟଥିତ କରିଛି ।


ଏକ ହୃଦୟ ବିଦାରକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ସମସ୍ତଙ୍କ ରୁମ ଟାଙ୍କୁରୀ ଉଠୁଛି । ଯିଏକି ବି ଏହି ଭିଡିଓ ଦେଖିଛି ସେ କାନ୍ଦି ପକାଉଛୁ । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଘଞ୍ଚ ଜଙ୍ଗଲରେ ଗୋଟିଏ ମା’ ଗଣ୍ଡାର ମୃତ ଶରୀର ପଡି ରହିଥିବାବେଳେ ତା’ ପାଖରେ ଥିବା ଛୁଆ ଗଣ୍ଡାଟି ମା’କୁ ବାରମ୍ବାର ଉଠାଇବା ପାଇଁ ପ୍ରଚେଷ୍ଟା କରୁଛି । ମା’କୁ ଉଠାଇବା ପାଇଁ ସେ କେତେବେଳେ ଏପଟକୁ ଯାଉଛି ତେ ସେପଟକୁ । ମା’କୁ ପୁଣି ଥରେ ଉଠାଇବା ପାଇଁ ସେ ଅନେକ ପ୍ରଚେଷ୍ଟା କରୁଥିବାବେଳେ କିନ୍ତୁ ସେହି ଅଜ୍ଞାତ ଶାବକ ଜାଣି ନାହିଁ ଯେ, ମାତ୍ର ଗୋଟିଏ ସିଙ୍ଘ ପାଇଁ ଶୀକାରୀମାନେ ତା ମା’କୁ ମାରି ଦେଇଛନ୍ତି । ଏହି ଭିଡିଓକୁ ଆଇଏଫଏସ, ପ୍ରବୀଣ କାସୱାନ ନିଜ ଟ୍ୱିଟରରେ ସେୟାର କରିଥିବାବେଳେ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛୁ ।


Share It

Comments are closed.