ଟିକେଟ ବଣ୍ଟନରେ ଅନିୟମିତତାକୁ ନେଇ ଖଟ୍ଟରଙ୍କ ଉପରେ ବର୍ଷିଲେ ଶାହା


ବିଜେପି ବରିଷ୍ଠ ନେତା ତଥା ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ଦିଲ୍ଲୀ ଡକାଇଛନ୍ତି । ତାଙ୍କୁ ଅପରାହ୍ନ ୨ଟା ମଧ୍ୟରେ ପହଞ୍ଚିବା ପାଇଁ ଆଦେଶ ଦିଆଯାଇଛି । ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ଏବଂ କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡାଙ୍କ ସହ ତାଙ୍କୁ ସାକ୍ଷାତ କରିବା ଆଦେଶ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ଖଟ୍ଟରଙ୍କ ଉପରେ ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଖୁବ ବର୍ଷିଛନ୍ତି ।
ଚଳିତ ବିଧାସଭା ନର୍ବାଚନରେ ଟିକେଟ ଆବଣ୍ଟନକୁ ନେଇ ଶାହା, ଖଟ୍ଟରଙ୍କ ଉପରେ ଖୁବ କ୍ରୋଧିତ ଅଛନ୍ତି । ହରିୟାଣରେ ଦଳ ପକ୍ଷରୁ ବହୁ ଚର୍ଚ୍ଚିତ ଚେହେରାଙ୍କୁ ଟିକେଟ ନମିଳି ପକ୍ଷପାତିତା ହିସାବରେ ଟିକେଟ ବଣ୍ଟନ କରାଯାଇଥିବାର ଭୁଲ ପାଇଁ ଶାହା ତାଙ୍କ ଉପରେ କ୍ରୋଧିତ ଥିବା ସୂଚନା ମିଳିଛି । ପ୍ରାୟ ଦୁଇ ଡଜନରୁ ଅଧିକ ବଧାନସଭା ଆସନରେ ବିଦ୍ରୋହୀମାନେ ଦଳର ଖେଳ ବିଗାଡି ଦେଇଥିବାବେଳେ ଅନ୍ୟପଟେ ଯେଉଁମାନେ ବିଜେପି ଛାଡି ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ସେମାନେ କେତେକ କ୍ଷେତ୍ରରେ ବିଜେପି ପ୍ରାର୍ଥୀଙ୍କୁ ପଛରେ ମଧ୍ୟ ପକାଇଦେଇଛନ୍ତି ।


Share It

Comments are closed.