ହାର୍ଦିକଙ୍କ ସହ ସାକ୍ଷାତ କରିି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଲେ ନୀତା

Share It

ଭାରତୀୟ ଦଳ ଏବଂ ମୁମ୍ବାଇ ଇଣ୍ଡିଅ।।ନ୍ସର ଷ୍ଟାର ଖେଳାଳୀ ହାର୍ଦିକ ପାଣ୍ଡିଆ ଲଣ୍ଡନରେ ନିଜ ସଫଳ ଅସ୍ତ୍ରପଚାର କରିଛନ୍ତି । ସେ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି ଏବଂ ସଫଳ ଅସ୍ତ୍ରପଚାର ପରେ ସେ ନିଜ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଡିଛନି । ହାର୍ଦିକ ଏହି ଅବସରରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣି ନିତା ଅମ୍ବାନୀଙ୍କ ସହ ଏକ ଫଟୋ ସେୟାର ମଧ୍ୟ କରିଛନ୍ତି ।

ଲଣ୍ଡନରେ ହାର୍ଦିକଙ୍କ ସହ ନୀତା କରିଥିବା ସାକ୍ଷାତ ଯୋଗୁଁ ସେ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ହାର୍ଦିକ ଟ୍ୱିଟରେ ନୀତାଙ୍କ ସହ ଏକ ଫଟୋ ଲେଖିଛନ୍ତି ଯେ, “ଲଣ୍ଡନ ଆସି ମୋ ସହ ସାକ୍ଷାତ କରିଥିବା ହେତୁ ଭାଉଜ ଆପଣଙ୍କୁ ଧନ୍ୟବାଦ । ଆପଣଙ୍କ ଶୁଭକାମନା ଏବଂ ପ୍ରତ୍ସୋହିତ ଶବ୍ଦ ମୋ ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ । ଆପଣ ସବୁବେଳେ ମୋ ପାଇଁ ପ୍ରେରଣା ଅଟନ୍ତି । ” ପ୍ରକାଶ ଥାଉକି, ସଫଳ ଅସ୍ତ୍ରପଚାର ପରେ ହାର୍ଦିକ ପାଣ୍ଡିଆ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ସଂପୂର୍ଣ୍ଣ ଠିକ ହୋଇ ନିଜ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା ।


Share It

Comments are closed.