ବଡ ପରଦାରେ ଏକାଠି ନଜର ଆସିବେ ବିଦ୍ୟା ଏବଂ କ୍ୟାଟ୍ରିନା

Share It

ବଲିଉଡର ଅନ୍ୟତମ ଦକ୍ଷ ଅଭିନେତ୍ରୀ ହେଉଛନ୍ତି ବିଦ୍ୟା ବାଲନ୍ ଓ କ୍ୟାଟ୍ରିନା କୈଫ । ଦୁହେଁ ଅନେକ ବର୍ଷ ହେବ ଇଣ୍ଡଷ୍ଟ୍ରୀରେ ଥିବାବେଳେ ଉଭୟ ଅନେକ ହିଟ ଫିଲ୍ମ ମଧ୍ୟ ବଲିଉଡକୁ ଭେଟି ଦେଇଛନ୍ତି । ତେବେ ବର୍ତ୍ତମାନ ଏହି ଦୁହେଁ ଅଭିନେତ୍ରୀଙ୍କୁ ଆପଣମାନେ ବଡ ପରଦାରେ ଏକାଠି ଦେଖିବାକୁ ପାଇବେ । ତେବେ ଏହି ଦୁହେଁ ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମର ନାମ କ’ଣ ରହିଛି ତାହା ବର୍ତ୍ତମାନ ଜଣାପଡିନଥିବାବେଳେ ଏହା ପ୍ରଯୋଜନା କରିବେ ଆନନ୍ଦ ଏଲ ରାୟ ଏବଂ ଏହାର ନିର୍ଦ୍ଦେଶନା ଦେବେ ଅନିରୁଦ୍ଧ ଗଣପତିୟ । ମିଳିଥିବା ସୂଚନା ମୁତାବକ ଫିଲ୍ମଟିରେ ଉଭୟ ଆକ୍ସନ ଓ କମେଡି ଭରି ରହିଥିବାବେଳେ ଏହି ଫିଲ୍ମର ବର୍ତ୍ତମାନ ସ୍କ୍ରିପ ଲେଖାଚାଲିଛି ଏବଂ ଏହା ଅନ୍ତିମ ପର୍ଯ୍ୟାୟରେ ଆସି ପହଞ୍ଚିସାରିଲାଣି । ସ୍କ୍ରିପ କାମ ସରିଗଲା ପରେ ନିର୍ମାତା ଓ ନିର୍ଦ୍ଦେଶକ ଆନୁଷ୍ଠାନିକ ଭାବେ ଏହି ଦୁହେଁ ଅଭିନେତ୍ରୀଙ୍କ ସହ ଆଲୋଚନା କରିବେ ଜଣାପଡିଛି । ପ୍ରକାଶ ଥାଉକି, କ୍ୟାଟ୍ରିନା ବର୍ତ୍ତମାନ ସୁର୍ଯ୍ୟବଂଶୀ ଫିଲ୍ମରେ ସୁଟିଙ୍ଗ ପାଇଁ ବ୍ୟସ୍ତ ରହିଥିବାବେଳେ ଏଥିରେ ତାଙ୍କ ସହ ଅକ୍ଷୟ କୁମାରଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ସେହିପରି ବିଦ୍ୟା, ଶକୁନ୍ତଳା ଦେବୀଙ୍କ ବାୟୋପିକରେ କାମ କରୁଛନ୍ତି ।


Share It

Comments are closed.