ନିଜର ପ୍ରଥମ କ୍ରସକୁ ନେଇ ବଡ ଖୁଲାସା କଲେ ‘କରୀନା’


ନିକଟରେ ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ସୋ’ରେ ନିଜର ପ୍ରଥମ କ୍ରସକୁ ନେଇ ମୁହଁ ଖୋଲିଛନ୍ତି । ଏହି ସୋ’ର ହୋଷ୍ଟ କରନ ୱାହୀ ବାରମ୍ବାର କରିନାଙ୍କର ପ୍ରଥମ କ୍ରସ କିଏ ତାହାକି ନେଇ ସେ ପ୍ରଶ୍ନ କରିଥିଲେ । ଯାହା ଫଳରେ ସେ ବାଧ୍ୟ ହୋଇ ଲୋକପ୍ରିୟ ଅଭିନେତା ‘ରାହୁଲ ରଏ’ଙ୍କ ନାମ କହିଥିଲେ ।

ନିଜର ପ୍ରଥମ କ୍ରସ ସଂପର୍କରେ ଖୁଲାସା କରିବାକୁ ଯାଇ କରିନା କହିଥିଲେ ଯେ, “ମୋର ପ୍ରଥମ କ୍ର୍ସ ହେଉଛନ୍ତି ରାହୁଲ ରଏ । ମୁଁ ତାଙ୍କର ଫିଲ୍ମ ‘ଆସିକି’କୁ ୮ ଥର ଦେଖିଛି ।” ପ୍ରକାଶ ଥାଉକି, ଆସିକି ଫିଲ୍ମ୧୯୯୦ରେ ରିଲିଜ ହୋଇଥିଲା, ଯାହାକି ବଲିଉଡରେ ତାଙ୍କ ପ୍ରଥମ ଫିଲ୍ମ ଅଟେ । ଏହି ଫିଲ୍ମ ପରେ ରାହୁଲଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ବଢିଯାଇଥିଲା ।ପ୍ରକାଶ ଥାଉକି, ଖୁବଶୀଘ୍ର କରୀନାଙ୍କ ଆଗାମୀ ଫିଲ୍ମ ‘ଇଂରାଜୀ ମିଡିୟମ’ ବଡ ପରଦାକୁ ଆସିବାକୁ ଯାଉଥିବାବେଳେ ଏହି ଫିଲ୍ମର ଲିଡ ରୋଲରେ ନଜର ଆସିବେ ଇମ୍ରାନ ଖାନ ।


Share It

Comments are closed.