ବ୍ରାଣ୍ଡ ଫ୍ୟାକ୍ଟ୍ରିରେ ୧୨ ରୁ ୧୬ ଡ଼ିସେମ୍ବର ପର୍ଯ୍ୟନ୍ତ ଫ୍ରି ସପିଂ ଉୟିକେଣ୍ଡ


ଫ୍ୟୁଚର ଲାଇଫ ଷ୍ଟାଇଲ ଫ୍ୟାସନର ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ଆସନ୍ତା ୧୨ ରୁ ୧୬ ଡ଼ିସେମ୍ବର ପର୍ଯ୍ୟନ୍ତ ଏହାର ବହୁ ପ୍ରତିକ୍ଷିତ ‘ଫ୍ରି ସପିଂ ଉୟିକେଣ୍ଡ’ ପୁଣିଥରେ ଶୁଭାରମ୍ଭ ହେବାକୁ ଯାଉଛି । ଗତ ଋତୁରେ ଏହାର ଶୁଭାରମ୍ଭ ପରେ ଗ୍ରାହକମାନେ ଏହି ଆକର୍ଷଣୀୟ ଅଫରରେ ୨୦୦ରୁ ଅଧିକ ପ୍ରକୃତ ବ୍ରାଣ୍ଡରେ ଫ୍ରି ସପିଂ କରିପାରିବେ । ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ପ୍ରଦାନ କରାଯାଉଥିବା ଉକ୍ତ ଆକର୍ଷଣୀୟ ଅଫରରେ ଗ୍ରାହକମାନେ ୫୦୦୦ ଟଙ୍କାର କିଣାକିଣିରେ ମାତ୍ର ୨୦୦୦ ଟଙ୍କା ଦେବାକୁ ପଡ଼ିବ । ଏଥି ସହିତ ୧୨୦୦ ଟଙ୍କାର ଗିଫ୍ଟ ଭାଉଚର, ୫୦୦ ଟଙ୍କାର ଆପାରେଲ ଏବଂ ଫ୍ୟୁଚର ପେ ୱାଲେଟରେ ୩୦୦ ଟଙ୍କା କ୍ୟାସ ବ୍ୟାକ ପାଇପାରିବେ ।
ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସୂରେଶ ସାଧୱାନି କହିଛନ୍ତିଯେ, “ ଆମ୍ଭେମାନେ ଗତ ଦୁଇଟି ସିଜିନ୍ରେ ଗ୍ରାହକ ମାନଙ୍କଠାରୁ ଖୁବ୍ ଭଲ ପ୍ରତିକ୍ରିୟା ପାଇପାରିଛୁ, ଯାହାକି ଆମ୍ଭମାନଙ୍କୁ ଚଳିତ ବର୍ଷ ଅଫରକୁ ଅଧିକ ବଡ଼ ଏବଂ ଉନ୍ନତ କରିବାକୁ ଅନୁପ୍ରାଣିତ କରିଛି । ଉକ୍ତ ଅଫର ନିମନ୍ତେ ଆମର ଷ୍ଟୋର ଗୁଡ଼ିକ ସକାଳ ୮ରୁ ଖୋଲା ହେବାର ଯୋଜନା ରହିଛି ।”
ଉକ୍ତ ଅଫର ମଧ୍ୟରେ ଗ୍ରାହକମାନେ ୨୦୦ରୁ ଅଧିକ ପ୍ରକୃତ ବ୍ରାଣ୍ଡ ମଧ୍ୟରେ ଲିକୁପର, ଲେଭିସ୍, ଓନଲି, ଆଡ଼ିଡ଼ାସ୍, ରିବକ୍, ସ୍କେଚର୍ସ, ପେପେ, ୟୁଏସ୍ ପୋଲୋ ପରି ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡର ଉତ୍ପାଦ ପାଇପାରିବେ । ଗ୍ରାହକମାନେ ଆହୁରୀ ମଧ୍ୟ ଟିକେଟେଡ଼୍ ସପିଂ ଇଭେଣ୍ଟ ମାଧ୍ୟମରେ ୨୫୦ ଟଙ୍କା କିମ୍ବା ୧୦୦ ଟଙ୍କାଦେଇ ପ୍ରିବୁକିଂ କରିପାରିବେ । ଏହି ଟିକେଟ୍ ମୁଲ୍ୟ ଗ୍ରାହକମାନେ ୧୮ ରୁ ୩୧ ଡ଼ିସେମ୍ବର ମଧ୍ୟରେ ପରବର୍ତ୍ତି କ୍ରୟରେ ରିଡ଼ିମ୍ କରିପାରିବେ ।


Share It

Comments are closed.