ଧୂମପାନଜନିତ ରୋଗ ଏବଂ ତାହାର ପ୍ରତିକାର


କ’ଣ ଖାଇବା ଉଚିତ ?
କ୍ୟାପସିିକମ – ଏଥିରେ ଥିବା କ୍ୟାପ୍ସିସିନ ଏବଂ ଭିଟାମିନ ସି’ ଫୁସଫୁସରେ କଫ ବୃଦ୍ଧି ରୋକିଥାଏ ଏବଂ ସଂକ୍ରମଣରୁ ରକ୍ଷା କରିଥାଏ ।
ସେଓ- ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ କ୍ୱରସିଟିନ ନାମକ ଯୌଗିକ ପଦାର୍ଥ ଫୁସଫୁସକୁ ସୁସ୍ଥ ରଖିବା ସହ କ୍ୟାନସର ଆଶଙ୍କାରୁ ରକ୍ଷା କରିଥାଏ ।
ପିଆଜ- ଏଥିରେ ଥିବା ସଲଫର ଫୁସଫୁସକୁ ସୁସ୍ଥ ରଖେ ଏବଂ ଆଜମା ପରି ଶ୍ୱାସଜନିତ ରୋଗରୁ ସୁରକ୍ଷା ଦେଇଥାଏ ।
ବିଲାତି- ଏଥିରେ ଥିବା ଲାଇକୋପିନ ନାମକ କମ୍ପାଉଣ୍ଡ ଫୁସଫୁସକୁ କର୍କଟ ଏବଂ ଶ୍ୱାସକ୍ରିୟାଜନିତ ରୋଗ ବେମାରୀରୁ ରକ୍ଷା କରିଥାଏ ।
ରସୁଣ- ରସୁଣରେ ଥିବା ସଲଫର ନାମକ ଯୌଗିକ ଫୁସଫୁସକୁ ସଫା ରଖି ସଲଫର ଏବଂ କ୍ୟାନସର ଭଳି ରୋଗରୁ ସୁରକ୍ଷା ଦେଇଥାଏ ।
କୋବି- ଫୁଲକୋବି, ବନ୍ଧାକୋବି ଏବଂ ବ୍ରୋକଲି ଭଳି ପରିବାରରେ ଥିବା ଇସୋଥିଓସାୟୋନେଟ ଫୁସଫୁସ କ୍ୟାନସରରୁ ସୁରକ୍ଷା ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

କ’ଣ ପିଇବା ଉଚିତ ?
ଗ୍ରୀନ ଟି – ଗ୍ରୀନ ଟି’ରେ ଥିବା କ୍ୟାଟାଚିନ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଧୂମପାନ କରୁଥିବା ବ୍ୟକ୍ତିଙ୍କ ଫୁସଫୁସକୁ ସୁସ୍ଥ ରଖିଥାଏ ଏବଂ କ୍ୟାନସରରୁ ରକ୍ଷା କରିଥାଏ ।
ଅଦା ମିଶ୍ରିତ ଚା – ଏଥିରେ ଥିବା ସଲଫର ଧୂମପାନ ଇଚ୍ଛାକୁ କମ କରିଥାଏ । ଏହା ସହିତ ଶ୍ୱାସରୋଗ ଏବଂ ଫୁସଫୁସ କ୍ୟାନସରରୁ ରକ୍ଷା କରିଥାଏ ।
ଲେମ୍ବୁ ପାଣି – ଏଥିରେ ଥିବା ଭିଟାମିନ ସି’ ଏବଂ ନ୍ୟୁଟ୍ରିଏଣ୍ଟସ ଶରୀରକୁ ସୁସ୍ଥ ରଖିଥାଏ । କ୍ୟାନସର ଏବଂ ହୃଦରୋଗକୁ ସୁରକ୍ଷା ଦେଇଥାଏ ।
ଡାଳିମ୍ବ ଜୁସ – ଏଥିରେ ଥିବା ଏଲାଜିକ ଏସିଡ ଫୁସଫୁସର କୋଷକୁ ସୁରକ୍ଷା ଦେଇଥାଏ । ଏହା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ କ୍ୟାସରରୁ ରକ୍ଷା ମିଳିଥାଏ ।
ଗାଜର ଜୁସ – ଏଥିରେ ମହଜୁଦ ଥିବା ଭିଟାମିନ ସି ଏବଂ ଭିଟା କ୍ୟାରୋଟିନ ଧୂମପାନ କରୁଥିବା ବ୍ୟକ୍ତିଙ୍କ ଡିଏନଏକୁ ସୁରକ୍ଷା ଦେଇଥାଏ ଏବଂ ଫୁସଫୁସକୁ ସୁସ୍ଥ ରଖିଥାଏ ।
କ୍ଷୀର – କ୍ଷୀର ପିଇବା ଦ୍ୱାରା ଧୂମପାନ ଛାଡିବା ସହଜ ହୋଇଥାଏ । ଏଥିରେ ଥିବା କ୍ୟାଲସିୟମ ଆମ ଶରୀରର ଅସ୍ଥିକୁ ଧୂମପାନ ଜନିତ କ୍ଷତିରୁ ସୁରକ୍ଷା ଦେଇଥାଏ ।


Share It

Comments are closed.