ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା, ଏବେବି ଭେଂଟିଲେଟର ସପୋର୍ଟରେ


ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁଦିନ ବିଗିଡ଼ିବାରେ ଲାଗିଛି । ବୁଧବାର ଦିଲ୍ଲୀର ଆର୍ମି ହସ୍ପିଟାଲ ଏହା ବିଷୟରେ ସୂଚନା ଦେଇଛି। ପ୍ରଣବ ମୁଖାର୍ଜୀଙ୍କ ଫୁସଫୁସରେ ସଂକ୍ରମଣ ହେବାର ଅଭିଯୋଗ ରହିଛି। ଭେଣ୍ଟିଲେଟର ସହାୟତାରେ ସେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ ଏକ ଟିମ୍ ତାଙ୍କୁ ତଦାରଖ କରୁଛନ୍ତି।


ପ୍ରଣବ ମୁଖାର୍ଜୀ ଦିଲ୍ଲୀର ସେନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ମଙ୍ଗଳବାର ଦିନ ଆର୍ମିର ରିସର୍ଚ ଏବଂ ରେଫରାଲ ହସ୍ପିଟାଲ କହିଛି ଯେ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ଆସୁନାହିଁ। ତେବେ ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ପାରାମିଟରଗୁଡିକ ସ୍ଥିର ରହିଛି ।

ଅଗଷ୍ଟ ୧୦ରେ, ୮୪ ବର୍ଷୀୟ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଦିଲ୍ଲୀ କ୍ୟାଣ୍ଟସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ କିଛି ଦିନ ପୂର୍ବରୁ ମସ୍ତିଷ୍କ ଅସ୍ତ୍ରୋପଚାର କରିଥିଲେ। ଚିକିତ୍ସା ସମୟରେ ପ୍ରଣବ ମୁଖାର୍ଜୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା।


Share It

Comments are closed.