ନୋକିଆ ୬.୧ ପ୍ଲସ୍, ନୋକିଆ ୨.୧ ଏବଂ ନୋକିଆ ୧ ର ମୂଲ୍ୟରେ ହ୍ରାସ


ନୋକିଆ ଫୋନ୍ଗୁଡ଼ିକର ହୋମ୍, ଏଚ୍ଏମଡି ଗ୍ଲୋବାଲ ପକ୍ଷରୁ ଘୋଷଣା କରାଯାଇଛି ଯେ, ବର୍ତ୍ତମାନ ନୋକିଆ ୬.୧ ପ୍ଲସ୍ (୬/୬୪ ଜିବି ଭ୍ୟାରିଆଣ୍ଟ), ନୋକିଆ ୨.୧ ଏବଂ ନୋକିଆ ୧ ଭାରତର ପ୍ରଶଂସକମାନଙ୍କ ପାଇଁ ପୂର୍ବଦାମଠାରୁ ଆହୁରି ହ୍ରାସ କରା ହୋଇଛି । ନୋକିଆ ୬.୧ ପ୍ଲସ୍ (୬/୬୪ ଜିବି ଭ୍ୟାରିଆଣ୍ଟ) ବର୍ତ୍ତମାନ ସର୍ବୋତ୍କୃଷ୍ଟ କ୍ରୟମୂଲ୍ୟ ୧୬,୯୯୯ ଟଙ୍କାରେ ଉପଲବ୍ଧ । ଗ୍ରାହକମାନେ ନୋକିଆ୨.୧ ସର୍ବୋତ୍କୃଷ୍ଟ କ୍ରୟମୂଲ୍ୟ ୫,୪୯୯ ଟଙ୍କାରେ ଏବଂ ନୋକିଆ ୧ ଏକ ଅନୁମୋଦିତ ହୋଇଥିବା ସର୍ବୋତ୍କୃଷ୍ଟ କ୍ରୟମୂଲ୍ୟ ମାତ୍ର ୩,୯୯୯ ଟଙ୍କାରେ କ୍ରୟ କରିପାରିବେ । ସମସ୍ତ ଫୋନଗୁଡ଼ିକ ଭାରତର ସମସ୍ତ ପ୍ରମୁଖ ମୋବାଇଲ୍ ରିଟେଲର୍ମାନଙ୍କ ନିକଟରେ ଏବଂ ନିକିଆ.କମ୍/ଫୋନ୍ସରେ ଉପଲବ୍ଧ ।

ଉଚ୍ଚ ହାରଯୁକ୍ତ ନୋକିଆ ୬.୧ ପ୍ଲସ୍ ସମକାଳୀନ ରୂପରେଖ, ଏକ ଅଲ୍ ସ୍କ୍ରିନ୍ ଡିଜାଇନ୍, ଆକର୍ଷଣୀୟ କାରୁକାର୍ଯ୍ୟ ଓ ଅବିରତ କାର୍ଯ୍ୟଦକ୍ଷତା ପ୍ରଦାନ କରୁଛି । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ଼ ୯ ପାଇ ସହିତ ଅପ୍ଡେଟ୍ ଥିଲା । ଏହି ଅତ୍ୟାଧୁନିକ ଅପରେଟିଂ ସିଷ୍ଟମ୍ ଗ୍ରାହକମାନଙ୍କୁ ଗୁଗଲରୁ ଅତ୍ୟାଧୁନିକ ଓ ସ୍ୱତନ୍ତ୍ର ବୈଶିଷ୍ଟଗୁଡ଼ିକ ପ୍ରଦାନ କରୁଛି, ଯେପରିକି ଆପ୍ ଆକ୍ସନ ଓ ଡିଜିଟାଲ୍ ୱେଲ୍ବିଂ । ଆଣ୍ଡ୍ରଏଡ଼ ଓରିଓ (ଗୋ ସଂସ୍କରଣ) ଉପରେ ଏକ ଆକର୍ଷଣୀୟ ଅନୁଭୁତି ପ୍ରଦାନ କରି ନୋକିଆ ୧ ପ୍ରଥମ ଥର ପାଇଁ ୪ଜି ସ୍ମାର୍ଟଫୋନ୍ ବ୍ୟବହାରକାରୀମାନଙ୍କ ପାଇଁ ଆକଷର୍ଣୀୟ ବୈଶିଷ୍ଟ୍ୟ ଅଣୁଛି । ୱାର୍ମ ରେଡ଼ ଓ ଡାର୍କ ବ୍ଲୁରେ ଉପଲବ୍ଧ ନୋକିଆ ୧ରେ ଏକ୍ସପ୍ରେସ୍ କଭରଗୁଡ଼ିକ ବିଭିନ୍ନ ଭ୍ୟାରିଆଣ୍ଟର ରଙ୍ଗଗୁଡ଼ିକ ସହିତ ଆସୁଛି । ଭଆରତରେ ୨୦୧୮ରେ ନୋକିଆ ୧ ସର୍ବାଧିକ ବିକ୍ରି ହୋଇଥିବା ସ୍ମାର୍ଟଫୋନ୍ ଏବଂ ସାରା ଦେଶରେ ଏହା ଲଗାତାର ଭାବେ ପ୍ରଶଂସକମାନଙ୍କ ଦ୍ୱରା ଅନେକ ଭଲପାଇବା ପାଇଆସୁଛି । ଗ୍ରାହକମାନେ ୫ ଏପ୍ରିଲରୁ ୨୦ ଏପ୍ରିଲ, ୨୦୧୯ ପର୍ଯ୍ୟନ୍ତ ଇଏମଆଇ କ୍ରୟରେ ଏଚଡ଼ିଏଫସି ବ୍ୟାଙ୍କ କ୍ରେଡ଼ିଟ ଏବଂ ଡ଼େବିଟ୍ କାର୍ଡ ମାଧ୍ୟମରେ ନାକିଆ ୮ ସିରୋକୋ, ନୋକିଆ ୮.୧ (୬ଜିବି/୧୨୮ ଜିବି କିମ୍ବା ୪ଜିବି/୬୪ ଜିବି), ନୋକିଆ ୭.୧ (୪ଜିବି/୬୪ ଜିବି), ନୋକିଆ ୬.୧ ପ୍ଲସ (୬ଜିବି/୬୪ ଜିବି), ନୋକିଆ ୫.୧ ପ୍ଲସ୍ (୬ଜିବି/୬୪ ଜିବି କିମ୍ବା ୪ ଜିବି/୬୪ ଜିବି) ଏବଂ ନୋକିଆ ୮୧୧୦ କ୍ରୟରେ ୧୫% କ୍ୟାସବ୍ୟାକ୍ ଅଫର ପାଇପାରିବେ ।


Share It

Comments are closed.