ଭୁବନେଶ୍ୱରରେ ଏଚପି ଷ୍ଟୋରର ଶୁଭାରମ୍ଭ


ଏଚପି ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ତୃତୀୟ ସ୍ୱତନ୍ତ୍ର ଷ୍ଟୋରର ଶୁଭାରମ୍ଭ କରାଯାଇଛି । ଉକ୍ତ ଷ୍ଟୋର୍ ଭୁବନେଶ୍ୱରର ମେୟର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ୨୫୦ ବର୍ଗ ଫୁଟ ସ୍ଥାନ ବିଶିଷ୍ଟ ଏହି ନୂତନ ଷ୍ଟୋରରେ ଏଚପି କଞ୍ଜ୍ୟୁମର ଉତ୍ପାଦର ସମ୍ପୁର୍ଣ୍ଣ ସୃଙ୍ଖଳାରେ ଲାପଟପ୍, ଡେକ୍ସଟପ, ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ଉପକରଣ ସହିତ ସମ୍ପ୍ରତି ଶୁଭାରମ୍ଭ ହୋଇଥିବା ପାଭିଲିଅନ ପାୱାର ଏବଂ ଓମେନ ସିରିଜ ଲାପଟପ୍ ଇତ୍ୟାଦି ରହିଛି । ଏହି ରିଟେଲ ଷ୍ଟୋର ଏଇଟ୍ଥ ୱଣ୍ଡର ଭୁବନେଶ୍ୱର ସହିଦ ନଗରରେ ପ୍ଲଟ ନଂ- ୫୫୩ରେ ଅବସ୍ଥାପିତ ।

ଏଚପି ବ୍ରାଣ୍ଡ ଆଇପିଏଲର ୧୧ତମ ସଂସ୍କରଣରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ମୁଖ୍ୟ ପ୍ରୟୋଜକ ଭାବେ ସହଭାଗିତା କରିଛି । ପିସି ଏବଂ ପ୍ରିଣ୍ଟ ଗ୍ରାହକଙ୍କ ପାଇଁ ଏହାର ସ୍ୱତନ୍ତ୍ର ପ୍ରମୋସନାଲ ଅଫରଭାବେ ଏଚପି ପ୍ରିମିୟମ୍ ନୋଟବୁକ୍ କ୍ରୟରେ କିମ୍ବା ଏଥିରେ ଅଂଶଗ୍ରହଣ ଦ୍ୱାରା ଉପଭୋକ୍ତାମାନେ ଭାରତୀୟ ସ୍କିପର ବିରାଟ କୋହଲିଙ୍କୁ ଭେଟିବାର ସୂଯୋଗ ପାଇପାରିବେ ।

ଏହି ପରିପ୍ରେକ୍ଷୀରେ ଏଇଟ୍ଥ ୱଣ୍ଡର ପକ୍ଷରୁ ଏହାର ସ୍ୱତାଧିକାରୀ, ଶ୍ରୀଯୁକ୍ତ ରବି ଦେୱାନ କହିଛନ୍ତି ଯେ, “ଆମ୍ଭମାନଙ୍କର ଏହି ସମ୍ପ୍ରସାରିତ ରିଟେଲ ପ୍ରସାରଣରେ ଓଡିଶାର ସହିଦ ନଗରରେ ଆମ୍ଭମାନଙ୍କର ଉପସ୍ଥିତି ପାଇଁ ଆମ୍ଭେମାନେ ଖୁବ ଉତ୍ସାହିତ । ଭୁବନେଶ୍ୱର ହେଉଛି ଦେଶରେ ଦୃତ ବିକଶିତ ହେଉଥିବା ସହରମାନଙ୍କ ମଧ୍ୟରୁ ଅନ୍ୟତ୍ତମ ଏବଂ ଦେଶରେ ଇନଫରମେସନ ଟେକ୍ନୋଲୋଜି(ଆଇଟି) ଏବଂ ଶିକ୍ଷାର ଏକ ପେଣ୍ଠସ୍ଥଳ । ଏହି ନୂତନ ଷ୍ଟୋରରେ ଏଚପିର ସମସ୍ତ ଅତ୍ୟାଧୁନିକ ଉତ୍ପାଦ ଯେପରିକି ସ୍ପେକ୍ଟରେ ୩୬୦ ୧୩- ଏଇ ୫୦୨ଟିୟୁ ଏବଂ ପାଭିଲିଅନ ପାୱାର ସିରିଜ ନୋଟବୁକ ଉପଲବ୍ଧ ହେବ । ଏହା ବ୍ୟତୀତ ଗେମ ପ୍ରଶଂସକଙ୍କ ପାଇଁ ଏଚପିରେ ଓମେନ ଗେମିଙ୍ଗ ସିରିଜ ଅର୍ନ୍ତଗତ ବିଭିନ୍ନ ଗେମିଙ୍ଗ ଉତ୍ପାଦ ତଥା ଡେକ୍ସଟପ ଏବଂ ଲାପଟପ ଉପଲବ୍ଧ । ଏହାର ଉତ୍ପାଦ ସୃଙ୍ଖଳାକୁ ଅନୁଭବ କରିବା ପାଇଁ ଗ୍ରାହକମାନେ ଏହାର ଷ୍ଟୋରକୁ ମଧ୍ୟ ଯାଇ ପାରିବେ ।”


Share It

Comments are closed.