ଭଙ୍ଗା ହାଡ ଯୋଡିବାର ୫ଟି ଉପାୟ


ବହୁ ସମୟରେ ଆକସ୍ମିକ ଆଘାତ ଲାଗିବା କାରଣରୁ ହାଡ ଭାଙ୍ଗିଯାଏ । ହାତ ଭାଙ୍ଗିବା ଦ୍ୱାରା ଅସହ୍ୟ ଯନ୍ତ୍ରଣା ହୁଏ । ଏଥି ପାଇଁ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଖୁବ କମ ସମୟ ମଧ୍ୟରେ ହିଁ ଆପଣଙ୍କ ଭଙ୍ଗା ହାଡ ଯୋଡି ହୋଇଯିବ । ହାତ , ପାଦ, ହାଡ ଭାଙ୍ଗିବା ଫଳରେ ଏଠାରେ ବୋନ ଡିସପ୍ଲେ ହେବାର ଦେଖା ଯାଇଥାଏ । ଏହି ସ୍ଥାନରେ ରକ୍ତ ଜମାଟ ବାନ୍ଧିଥାଏ । ଯନ୍ତ୍ରଣା ହେବା ସହିତ ସ୍ଥାନଟି ନୀଳ ପଡିଯାଏ । ଅସହ୍ୟ ଯନ୍ତ୍ରଣା ବି ଅନୁଭବ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ଭଙ୍ଗାହାଡ ଯୋଡି ହେବାର ସରଳ ଏବଂ ଘରୋଇ ଉପାୟ
୧. ଦେଶୀ ଘିଅ – ୨ ଚାମଚ ଦେଶୀ ଗାଇ ଘିଅ, ୧ ଚାମଚ ଓ ୧ ଚାମଚ ହଳଦୀକୁ ମିଶାଇ ୧ କପ ପାଣିରେ ଗରମ କରନ୍ତୁ । ଏହାକୁ ଥଣ୍ଡା କରି ପରେ ସେବନ କରନ୍ତୁ । ଦିନରେ ୨ ଥର ସେବନ କରିବା ଦ୍ୱାରା ଆପଣଙ୍କ ହାଡଭଙ୍ଗା ଖୁବଶୀଘ୍୍ର ଯୋଡି ହୋଇଯିବ ।
୨. ପିଆଜ – ଗୋଟେ ବଟା ପିଆଜରେ ୧ ଚାମଚ ହଳଦୀ ମିଶାଇ ସଫା କପଡାରେ ବାନ୍ଧି ଦିଅନ୍ତୁ । ଏହା ପରେ କପଡାରେ ରାଶିତେଲକୁ ଗରମ କରି ଭଙ୍ଗାହାଡ ଉପରେ ସେକ ଦିଅନ୍ତୁ । ଦିନରେ ୨ ମିନିଟ ଏପରି ହାଡ ଉପରେ ସେକନ୍ତୁ ଆପଣଙ୍କ ଯନ୍ତ୍ରଣା ମଧ୍ୟ ଦୂର ହୋଇଯିବ ଓ ହାଡ ମଧ୍ୟ ଧୀରେ ଧୀରେ ଯୋଡି ହୋଇଯିବ ।
୩. ବିରିଡାଲି – ବିରି ଡାଲିକୁ ଖରାରେ ଶଖାଇ ପେସି ଦିଅନ୍ତୁ । ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଭଙ୍ଗା ହାଡ ଉପରେ ଲଗାଇ ପଟି ବାନ୍ଧନ୍ତୁ । ଏହି ଉପଚାରରେ ଭଙ୍ଗା ହାଡ ଶୀଘ୍ର ଯୋଡି ହୋଇଯିବ ।
୪. ଗୋଲ ମରିଚ – ପେଷା ଯାଇଥିବା ଗୋଲମରିଚକୁ ଓ ରାଗ ଗଙ୍ଗା ବୁଟ ରସ ମିଶାଇ ଦିନରେ ୩-୪ ଥର ସେବନ କରନ୍ତୁ । ଏହା ଫଳରେ ଭଙ୍ଗା ହାଡ କିଛି ଦିନ ମଧ୍ୟରେ ଯୋଡି ହୋଇଯିବ ।
୫. ମୁଲେଠି – ମୁଲେଠି , ମଞ୍ଜିଠ, ଖଟା ଲେପ ପ୍ରସ୍ତୁତ କରନ୍ତୁ । ଏହାକୁ ଭାଙ୍ଗି ଯାଇଥିବା ହାଡ ଉପରେ ଲଗାଇ ପଟି ବାନ୍ଧି ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ହାଡ ଶୀଘ୍ର ଯୋଡି ହୋଇଯିବ ।


Share It

Comments are closed.