ଭୁବନେଶ୍ୱର-କଟକର ପ୍ରମୁଖ ଦୁର୍ଗାପୂଜା ପେଣ୍ଡାଲର ଝଲକ ଦେଖନ୍ତୁ ଏବେ ମୋବାଇଲରେ


ଦୁର୍ଗାପୂଜା ଓ ଦଶହରାର ପାର୍ବଣ ଅବସରରେ ପ୍ରମୁଖ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ଜିଓ ପକ୍ଷରୁ ଭୁବନେଶ୍ୱର /କଟକ ସହରର ଚାରିଟି ଲେଖାଏଁ ପ୍ରମୁଖ ପୂଜା ମଣ୍ଡପ ଓ ପେଣ୍ଡାଲକୁ ମାଇଁ ଜିଓ ଆପ୍ସରେ ଏନଗେଜ ବର୍ଗରେ ଆକର୍ଷଣୀୟ ଭିଡିଓ ଜରିଆରେ ଉପସ୍ଥାପିତ କରାଯାଇଛି ।
ଏହି ଡିଜିଟାଲ ଉପସ୍ଥାପନ ଜରିଆରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଂଚଳରେ ରହୁଥିବା କୋଟି କୋଟି ଜିଓ ବ୍ୟବହାରକାରୀମାନେ ଯେଉଁମାନେ ଭୁବନେଶ୍ୱର ଓ କଟକ ସହରର ଦୁର୍ଗାପୂଜା ଏବଂ ସାଜସଜ୍ଜା ଦେଖିବାକୁ ଚାହୁଁଛନ୍ତି ସେମାନେ ନିଜ ଫୋନରେ ମାଇଁ ଜିଓ ଆପରେ ଏନଗେଜ ସେଗମେଣ୍ଟକୁ ଯାଇ ଉଭୟ ସହରର ଚାରିଟିି ଲେଖାଏଁ ପ୍ରମୁଖ ପୂଜା ପେଣ୍ଡାଲର ମଣ୍ଡପ, ତୋରଣ ଓ ସାଜସଜ୍ଜା ଇତ୍ୟାଦିର ଭିଡିଓ ଦେଖିପାରିବେ । ଏଥି ସହିତ ଗୋଟିଏ ବଟନ କ୍ଲିକରେ ପୂଜା ପେଣ୍ଡାଲଗୁଡିକର ଭିଡିଓ ଉଫଲବ୍ଧ କରାଇବାରେ ଜିଓ ଏକମାତ୍ର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ହୋଇପାରିଛି ।
ମାଇଁ ଜିଓ ଆପରେ ଉପଲବ୍ଧ ହେଉଥିବା ସଂସ୍କୃତିର ସହର କଟକର ଚାରିଟିି ପୂଜା ମଣ୍ଡପ ଓ ସୁଦୃଶ୍ୟ ଚାନ୍ଦି ମେଢ ମଧ୍ୟରେ ରହିଛି ଚୌଧୁରୀ ବଜାର, ଯୋବ୍ରା, ଶେଖବଜାର ଓ ଚାନ୍ଦିନୀ ଚୌକ ପୂଜା ମଣ୍ଡପ । ସେହିଭଳି ଉପଲବ୍ଧ ରହିଥିବା ଭୁବନେଶ୍ୱରର ଥିମ୍ ଭିତିକ ପୂଜା ମଣ୍ଡପ ମଧ୍ୟରେ ରହିଛି ସହିଦ ନଗର, ରସୁଲଗଡ, ନୟାପଲ୍ଲୀ ଓ ଝାରପଡା ପୂଜାମଣ୍ଡପ ଓ ପେଣ୍ଡାଲ । ଏଥିସହିତ ପ୍ରଥମ ଥର ପାଇଁ ଦେଶ ବିଦେଶରେ ରହୁଥିବା ଲୋକମାନେ ଭିଡିଓ ଜରିଆରେ କଟକ ଭୁବନେଶ୍ୱରର ପୂଜା ପେଣ୍ଡାଲ ଓ ପାର୍ବଣର ସାଜସଜ୍ଜା ନିଜ ମୋବାଇଲରେ ଦେଖିବାର ସୁଯୋଗ ନେଇପାରିବେ ।
ଜିଓ ଫାଇବର ନେଇ ଲୋକମାନଙ୍କ ମଧ୍ୟରେ ରହିଥିବା ପ୍ରବଳ ଉତ୍ସାହ ଦୃଷ୍ଟିରୁ ଭୁବନେଶ୍ୱରରୁ ନୟାପଲ୍ଲୀ ପୂଜା ମଣ୍ଡପ ଏବଂ ରାଉରକେଲାର ସେକ୍ଟର ୬ ପୂଜା ମଣ୍ଡପ ଠାରେ ସ୍ୱତନ୍ତ୍ର ଜିଓ ଫାଇବର ସୂଚନା କିଓସ୍କ ଖୋଲାଯାଇଛି ।
ଗ୍ରାମାଂଚଳରେ ଜିଓ ଫୋନର ବହୁଳ ଲୋକପ୍ରିୟତା ଏବଂ ନିକଟରେ ଘୋଷଣା ହୋଇଥିବା ଜିଓ ଫୋନ ଦୀପାବଳୀ ୨୦୧୯ ଅଫର ପରିପ୍ରେକ୍ଷୀରେ ଜିଓପକ୍ଷରୁ କଟକରୃ ଜିଲ୍ଲାର କିଷନ ନଗର ଓ ଖୋର୍ଦ୍ଧା ଜିଲ୍ଲାରେ ବେଗୁନିଆଠାରେ ସ୍ୱତନ୍ତ୍ର ଷ୍ଟଲ ସ୍ଥାପନ କରାଯାଇଛି । ଉଲ୍ଲେଖେଯାଗ୍ୟ ଯେ ଜିଓ ଫୋନ ଦୀପାବଳି ୨୦୧୯ ଅଫର ସହିତ ମାତ୍ର ୬୯୯ଟଙ୍କାରେ ଜିଓ ଫୋନ ମିଳିବା ସହ ଗ୍ରାହକମାନଙ୍କୁ ପରବର୍ତ୍ତୀ ୭ଟି ରିଚାର୍ଜ ଉପରେ ପ୍ରତ୍ୟେକ ଥର ୯୯ ଟଙ୍କାର ଅତିରିକ୍ତ ଡାଟା ମାଗଣାରେ ଉପଲବ୍ଧ ହେଉଛି । ଜିଓ ଫୋନରେ ରହିଥିବା ବ୍ୟାପକ ସୁବିଧା ଓ ଆପ୍ସକୁ ପ୍ରଦର୍ଶିତ କରାଯିବା ସହିତ ପୂଜା ମଣ୍ଡପକୁ ଆସୁଥିବା ଲୋକଙ୍କ ପାଇଁ ବିବିଧ ଆକର୍ଷଣୀୟ ଖେଳ ଓ ପୁରସ୍କାର ଜିତିବାର ସୁଯୋଗ ଓ ବ୍ୟବସ୍ଥା କରାଯାଇଛି ।
ଉଲ୍ଲେଖ କରାଯାଇପାରେ ଯେ ଜିଓ ଫୋନରେ ଅନ୍ୟ ସ୍ମାର୍ଟ ଫୋନ ଭଳି ମନୋରଂଜନ, ଶିକ୍ଷ, ସୂଚନା ଓ ଅନ୍ୟ ସେବା ସମେତ ଫେସବୁକ୍, ହ୍ୱାର୍ଟସଆପ୍, ୟୁଟ୍ୟୁବ୍ ଭଳି ସୋସିଆଲ ନେଟୱାର୍କିଂ ଆପ୍ସ ସହଜରେ ଉପଲବ୍ଧ ହେଉଛି ।

Share It

Comments are closed.