ଏହି ସାତୋଟି ଟିପ୍ସ ଅପଣାଇଲେ ହୃଦଘାତରୁ ଜୀବନସାରା ସୁରକ୍ଷିତ ରହିବେ

ଲେଖକ ବିଆର ଲାଇଫ କଳିଙ୍ଗ ହସପିଟାଲର ବରିଷ୍ଠ ପରାମର୍ଶଦାତା ଇଣ୍ଟରଭେନ୍ସନାଲ କାଡ଼ିଓଲୋଜିଷ୍ଟ ଡଃ.ଶୁଶାନ୍ତ ଶୈଳ

0

ଭାରତରେ ଷ୍ଟ୍ରୋକ ଏବଂ ହୃଦ ଜନିତ ରୋଗୀଙ୍କ ସଂଖ୍ୟାରେ ଏକ ଅଭୁତପୂର୍ବ ବୃଦ୍ଧି ପରିଲକ୍ଷିତ ହୋ୍ଇଆସୁଛି, ଲାନସେଣ୍ଟ ୨୦୧୮ର ରିପୋର୍ଟ ଅନୁଯାୟୀ ୧୯୯୦ ରୁ ୨୦୧୬ ମସିହା ମଧ୍ୟରେ ଏହି ଗଣନା ୫୦% ଅଧିକ ହୋଇଯାଇଛି । ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଆଧୁନିକ ନଗରଗୁଡ଼ିକ ତୁଳନାରେ ଗ୍ରାମୀଣ ଭାରତରେ ହୃଦଜନିତ ରୋଗର ଆଶଙ୍କା ଅଧିକ ରହିଥାଏ । ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ହୃଦଜନିତ ଅସୁସ୍ଥତା ଯୋଗୁଁ ୨୦୧୫ ମସିହାରେ ଭାରତରେ ୨.୧ ଲକ୍ଷରୁ ଅଧିକ ମୃତ୍ୟୁ ପରିଲକ୍ଷିତ ହୋଇଛିା

ଓଡ଼ିଶା ଅର୍ଥନୀତି ସର୍ବେକ୍ଷଣ ଅନୁଯାୟୀ , ପ୍ରତ୍ୟେକ ବର୍ଷ କେବଳ ଓଡ଼ିଶାରେ କାର୍ଡିଓଭାସ୍କୁଲାର ଜନିତ ମୃତ୍ୟୁ ସଂଖ୍ୟା ୨୫,୦୦୦ରୁ ଅଧିକ ରହିଛି । ଓଡ଼ିଶାରେ ହୃଦଘାତ ଜନିତ ଘଟଣାର ସମାନ ପରିମାଣର ବୃଦ୍ଧି କମ୍ ବୟସ୍କ ମହିଳା ଏବଂ ପୁରୁଷ ମାନଙ୍କଠାରେ ଅପେକ୍ଷାକୃତ ଅଧିକ ପରିଲକ୍ଷିତ ହେବାରେ ଲାଗିଛି ଯେଉଁମାନଙ୍କୁ ପୂର୍ବରୁ ଏହି ଅବସ୍ଥାର ବିପଦ କୋଠରୀ ବର୍ହିଭୁତ ଭାବେ ଗ୍ରହଣ କରାଯାଉଥିଲା । ନିଜର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଅସଚେତନ ହେତୁ ଅନେକ ଲୋକ ହୃଦଘାତରେ ଆକ୍ରାନ୍ତ ହୋଇଥାନ୍ତି ।
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ନିଜର ଉତ୍ତମ ଯତ୍ନ ଏବଂ ହୃଦୟକୁ ସୁସ୍ଥ ରଖିପାରିଲେ ଏହି ଦୃଶ୍ୟପଟକୁ ବଦଳାଯାଇପାରିବ । ନିମ୍ନରେ କେତେକ ସାଧାରଣ ଜୀବନଶୈଳୀ ଟିପ୍ସ ଦିଆଗଲା ଯାହା କି ହୃଦରୋଗ ଗୁଡ଼ିକର ଦୂରୀକରଣ ଏବଂ ଉତ୍ତମ ପରିଚାଳନାରେ ସାହାଯ୍ୟ କରିଥାଏ ।

୧. ଧୂମ୍ରପାନର ପରିତ୍ୟାଗ
ଯଦି ଆପଣ ଧୂମ୍ରପାନ କରନ୍ତିନାହିଁ ତେବେ ତାହା ଉପଯୁକ୍ତ । ଯଦି କରନ୍ତି ତେବେ ତ୍ୟାଗ କରନ୍ତୁ । ଯଦି ଆପଣଙ୍କର ଘରର ଏବଂ କର୍ମସ୍ଥଳୀରେ କେହି ଧୂମ୍ରପାନ କରୁଥାନ୍ତି ତେବେ ତାହା ତ୍ୟାଗ କରିବା ପାଇଁ ତାଙ୍କୁ ଉତ୍ସାହିତ କରନ୍ତୁ । ଧୂମ୍ରପାନ ତ୍ୟାଗ କରିବା କଷ୍ଟସାଧ୍ୟ ହୋଇପାରେ କିନ୍ତୁ ତାଠାରୁ ଅଧିକ ଯନ୍ତ୍ରଣାଦାୟକ ହେଉଛି ଯେତେବେଳେ ଆପଣ ହୃଦଘାତରେ ଆକ୍ରାନ୍ତ ହୋଇଥାନ୍ତି ଓ ଆରୋଗ୍ୟଲାଭ କରିଥାନ୍ତି କିମ୍ବା ଅଭ୍ୟାସଗତ ହୃଦରୋଗ ନେଇ ବଞ୍ଚିବାକୁ ହୋଇଥାଏ ।
୨. ଏକ ସୁସ୍ଥ ଡାଏଟର ଆରମ୍ଭ
ଏପରି ଏକ ପୋଷକଯୁକ୍ତ ଡାଏଟର ଯୋଜନା କରନ୍ତୁ ଯେପରି ତାହା ଭିଟାମିନ, ମିନେରାଲ,ଫାଇବର ଏବଂ ଅନ୍ୟାନ୍ୟ ପୋଷଣରେ ଭରପୂର ହୋଇଥିବ କିନ୍ତୁ ଅଧିକ କ୍ୟାଲୋରୀ ଯୁକ୍ତ ପୋଷଣ ବିହୀନ ଖାଦ୍ୟରେ କମ ହୋଇଥିବ । ଡାଏଟଟି ପନିପରିବା,ଫଳ,ଗହମ ସହିତ କମ ଫ୍ୟାଟ ଯୁକ୍ତ ଉପାଦାନ, ଖାଦ୍ୟପାଇଁ ବ୍ୟବହୃତ କୁକୁଡ଼ା,ମାଛ,ଛୁଇଁ ବା ଶିମ୍ବଜାତୀୟ ଖାଦ୍ୟ ଏବଂ ନଟ ଆଦିର ସେବନ ଏବଂ ମିଠା,ଚିନି ମିଠା ଯୁକ୍ତ ପେୟ ଓ ନାଲି ମାଂସର କମ ସେବନ ଉପରେ ଗୁରୁତ୍ୱ ଦେବା ଉଚିତ ।
୩.କୋଲେଷ୍ଟ୍ରଲର ନିୟନ୍ତ୍ରଣ
ଆପଣଙ୍କ ଧମନୀରେ ଫ୍ୟାଟର ଜମାହେବା ହୃଦଘାତର ଆଶଙ୍କା ବଢାଇଥାଏ । ପରିତୃପ୍ତ ଓ ଟ୍ରାନ୍ସଫ୍ୟାଟ, କୋଲେଷ୍ଟ୍ରଲ ଆଦିର ସେବନକୁ କମାନ୍ତୁ ଏବଂ ଆପଣଙ୍କ ଶାରିରୀକ କାର୍ଯ୍ୟକଳାପର ବୃଦ୍ଧି କରାନ୍ତୁ । ଏକ ଡାଏଟ ଏବଂ ବ୍ୟାୟାମ ସତ୍ତେ୍ୱ ଯଦି ଆପଣଙ୍କର କୋଲେଷ୍ଟ୍ରଲ ଲେବଲ ସାଧାଣଣ ସ୍ତରରେ ରହୁନାହିଁ ତେବେ ଜଣେ ଡାକ୍ତରଙ୍କ ସହ ସାକ୍ଷାତ କରନ୍ତୁ ।
୪. ଶାରିରୀକ କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତୁ
ଆପଣଙ୍କ ରକ୍ତଚାପ,କୋଲେଷ୍ଟ୍ରଲ ଓ ଓଜନକୁ ସୁସ୍ଥ ସ୍ତରରେ ରଖିବାକୁ ହେଲେ ପ୍ରତି ସପ୍ତାହରେ ଅତି କମରେ ୧୫୦ ମିନିଟର ମଧ୍ୟମ ଧରଣର କାର୍ଯ୍ୟକଳାପର ଲକ୍ଷ ରଖନ୍ତୁ । ଏପରିକି ପ୍ରତିଦିନର ଅଳ୍ପକିଛି ସମୟ ମଧ୍ୟ ଏକସୁସ୍ଥ ଜୀବନଶୈଳୀ ରେ ପରିଣତ ହେବ ।
୫. ଆପଣଙ୍କ ରକ୍ତଚାପକୁ କମାନ୍ତୁ
ଏକ ଅନୁକୂଳତମ ରକ୍ତଚାପର ପଠନ ୧୨୦/୮୦ ଏମଏମ/ଏଚଜିରୁ କମ ରହିଥାଏ । ଯଦି ଏହା ଅଧିକ ହୋଇଥାଏ ତେବେ ଆପଣଙ୍କର ହୃଦଘାତ ଓ ଅଭ୍ୟାସଗତ ହୃଦରୋଗର ଆଶଙ୍କା ବଢ଼ିଯାଏ । ଚିନ୍ତାର ପରିଚାଳନା,ସୁସ୍ଥ ଡାଏଟ ଏବଂ ନିୟମିତ ବ୍ୟାୟାମ ଆପଣଙ୍କର ରକ୍ତଚାପ ସ୍ତରକୁ ସଠିକ୍ ଭାବରେ ପରିଚାଳନା କରିଥାଏ ।
୬. ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରନ୍ତୁ
ଉତ୍ତମ ପୋଷଣ, କ୍ୟାଲୋରୀ ନେବାରେ ନିୟନ୍ତ୍ରଣ ଏବଂ ଶାରିରୀକ କାର୍ଯ୍ୟକଳାପ ଭଳି ଅଳ୍ପକିଛି ଉପାୟ ମାଧ୍ୟମରେ ଏକ ସୁସ୍ଥଓଜନର ପରିଚାଳନା କରାଯାଇପାରିବ । ମୋଟାପଣ ଆପଣଙ୍କଠାରେ କୋଲେଷ୍ଟ୍ରଲ ଓ ରକ୍ତଚାପର ଆଶଙ୍କା ବୃଦ୍ଧିର ମୁଖ୍ୟ ଯାହାକି କାର୍ଡିଓଭାସ୍କୁଲାର ଭଳି ରୋଗର ଆଶଙ୍କା ବଢ଼ାଇବାର କାରଣ ହୋଇଥାଏ ।
୭. ମାଦକ ଦ୍ରବ୍ୟର କମ ସେବନ
ମାତ୍ରାଧିକ ମାଦକଦ୍ରବ୍ୟର ସେବନ ରକ୍ତଚାପ, ହୃଦମାଂସପେଶୀ ଜନିତ ରୋଗ ,କ୍ୟାନ୍ସର ଏବଂ ଅନ୍ୟାନ୍ୟ ରୋଗଗୁଡ଼ିକର ବୃଦ୍ଧିରେ ସହାୟକ ହୋଇଥାଏ । ଏହା ଉଚ୍ଚ ଟ୍ରାଇଗ୍ଲିସରାଇଡସ ରେ ଯୋଗଦାନ କରିପାରେ ଯାହାକି ମୋଟାପଣର ପାଇଁ ଦାୟୀ ହୋଇଥାଏ ଏବଂ ଅନୀୟମିତ ହୃଦସ୍ପନ୍ଦନର ଉତ୍ପନ୍ନ କରେ । ଯଦି ଆପଣ ପିଉଛନ୍ତି ତେବେ ପ୍ରତିଦିନ ଗୋଟିଏ ପାନୀୟରୁ ଅଧିକ ମାଦକଦ୍ରବ୍ୟର ସେବନ କରନ୍ତୁ ନାହିଁ ।

Leave A Reply

Your email address will not be published.