ଲକଡାଉନ ପ୍ରଭାବରେ ପୁଣି ଜୀବନ୍ତ ହୋଇ ଉଠିଛି ପ୍ରକୃତି, ସାମ୍ନାକୁ ଆସୁଛି ଏହାର ସୁନ୍ଦର ଛବି


ଏବେ ପୁରା ବିଶ୍ୱରେ ମହାମାରୀ କରୋନା ରୂପି କଳା ବାଦଲ ଛାଇ ରହିଥିବାବେଳେ ଏହା ଯୋଗୁଁ ହୋଇଥିବା ଲକହାଉନ ପ୍ରଭାବରେ ଧିରେ ଧିରେ ପ୍ରକୃତିର ସୁନ୍ଦର ରୂପ ପ୍ରସ୍ଫୁଟିତ ହେଉଥିବାର ଦେଖିବାକୁ ମିଳୁଛି । ଲକଡାଉନ ଯୋଗୁଁ ପ୍ରଦୂଷଣ ମାତ୍ରା ଅନେକ ମାତ୍ରାରେ ହ୍ରାସ ହେବାରେ ଲାଗିଛି ଯାହାଫଳରେ ପରିବେଶର ସନ୍ତୁଳନ ଧିରେ ଧିରେ ସୁଧୁରିବାରେ ଲାଗିଛି ।

ଦିଲ୍ଲୀର ସ୍ୱଚ୍ଛ ବାତାବରଣର ଦୃଶ୍ୟ

ଯେଉଁ ଦେଶ ବା ସହର ଗୁଡ଼ିକ ସ୍ୱଚ୍ଛ ବାୟୁ ପାଇଁ ବିକଳ ହେଉଥିଲେ ବର୍ତମାନ ସେଗୁଡ଼ିକର ବାୟୁର ଗୁଣବତା ଅନେକ ମାତ୍ରାରେ ସୁଧୁରିଯାଇଛି । ଭାରତରେ ଗଙ୍ଗା, ଯମୁନାର ଜଳରେ ମଧ୍ୟ ସୁଧାର ଆସିଛି । ଦିଲ୍ଲୀର ଯେଉଁ ବାୟୁର ସ୍ତର ଖରାପ ହୋଇଯାଇଥିଲା ଏବେ ସେହି ବାୟୁରେ ଚମତ୍କାରୀ ପରିବର୍ତନ ଦେଖିବାକୁ ମିଳିଛି ।

ଗଙ୍ଗା ନଦୀର ପରିଷ୍କାର ଜଳର ଦୃଶ୍ୟ

ଭାରତରେ ଲକଡାଉନ ଯୋଗୁଁ ବ୍ୟବସାୟିକ ଓ ସାଧାରଣ ଗମନାଗମନ ବନ୍ଦ ହେବା କାରଣରୁ ଗଙ୍ଗାନଦୀର ପାଣିର ଗୁଣବତା ସୁଧୁରିବାରେ ଲାଗିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଗଙ୍ଗା ପାଣିିରେ ୪୦-୫୦ ପ୍ରତିଶତ ସୁଧାର ଆସିଯାଇଛି । କୋଟି କୋଟି ଟଙ୍କା ଖର୍ଚ କରିବା ପରେ ମଧ୍ୟ ଯେଉଁ ଗଙ୍ଗା ପାଣିରେ ସ୍ୱଚ୍ଚତାର କୌଣସି ପରିଣାମ ଦେଖିବାକୁ ମିଳୁନଥିଲା ଆଜି ଲକଡାଉନ ଯୋଗୁଁ ତାହା ସମ୍ଭବ ହୋଇପାରିଛି । ଗଙ୍ଗା ପାଣିରେ ଅମ୍ଳଜାନର ମାତ୍ରା ମଧ୍ୟ ବଢ଼ିଯାଇଛି ।

କାଠମାଣ୍ଡୁରୁ ହିମାଳୟର ମନୋରମ ଦୃଶ୍ୟ
ଭାରତ ଏବଂ ନେପାଳର ଅନେକ ସହରରେ ବାୟୁର ଗୁଣବତାରେ ସୁଧାର ଆସିଛି । ଜଳନ୍ଧର ଭଳି ନେପାଳର ରାଜଧାନୀ କାଠମାଣ୍ଡୁରୁ ମଧ୍ୟ ଏବେ ହିମାଳୟର ସୁନ୍ଦର ପରିଷ୍କାର ଦୃଶ୍ୟ ଦେଖିବାକୁ ମିଳୁଛି ।

ୱେନିସରେ ପୁଣି ଦେଖାଗଲେ ମାଛ
ଇଟାଲୀର ବୋନିସ ସହରକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆସିବା କାରଣରୁ ବହୁତ ଖରାପ ଅବସ୍ଥା ହୋଇଯାଇଥିଲା । ପ୍ରଦୂଷିତ ଜଳ ଓ କ୍ରୁଜର ପ୍ରଦୂଷଣ ସତେ ଯେମିତି ବୋନିସର ପରିଚୟ ହୋଇଯାଇଥିଲା , କିନ୍ତୁ ଏବେ ବୋନିସର ମାହୋଲ ଏକଦମ ପରିଷ୍କାର ହୋଇଯାଇଛି । ଲକଡାଉନ କାରଣରୁ ଏବେ ପୁଣି ବୋନିସର ଜଳରେ ମାଛମାନେ ପରିଷ୍କାର ଭାବେ ଦେଖିବାକୁ ମିଳୁଛନ୍ତି ।


Share It

Comments are closed.