ବକ୍ସର ‘ରକି ବାଲବୋଆ’ଙ୍କ ଛବିରେ ନିଜ ଚେହେରା ଲଗାଇ ସମାଲୋଚିତ ହେଲେ ଟ୍ରମ୍ପ


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜ ଟ୍ୱିଟକୁ ନେଇ ସମାଲୋଚିତ ହୋଇଛନ୍ତି । କାରଣ ଟ୍ରମ୍ପ ନିଜର ଔପଚାରିକ ଟ୍ୱିଟର ହାଣ୍ଡେଲ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଟ୍ରମ୍ପ, ବକ୍ସର ରକି ବାଲବୋଆଙ୍କ ଛବିରେ ନିଜ ଚେହେରା ଲଗାଇଥିବାର ଏକ ଫଟୋ ଦେଖିବାକୁ ମିଳିଥିଲା ।


ବକ୍ସର ରକି ବାଲବୋସଙ୍କ ଫଟୋସୋପ କରାଯାଇଥିବା ଏହି ଛବିକୁ ଟ୍ରମ୍ପ ନିଜ ଟ୍ୱିଟରେ ସେୟାର କରିଥିବାବେଳେ ଏଥିରେ କୌଣସି କ୍ୟାପସନ କିନ୍ତୁ ଦେଇନଥିଲେ । ଏହି ଛବିଟି ଫିଲ୍ମ ‘ରକି ଥାର୍ଡ’ର ଅଭିନେତା ସ୍ଲିଭେଷ୍ଟର ଷ୍ଟୋଲନର ଅଟେ, ଯିଏକି ଫିଲ୍ମରେ ବକ୍ସର ରକି ବାଲବୋଆଙ୍କ ଭୂମିକା ନିର୍ବାହ କରିଥିଲେ ।
ଏହି ଫିଲ୍ମ ୧୯୮୨ରେ ରିଲିଜ ହୋଇଥିଲା, ଯାହାକି ହଲିଉଡରେ ଖବ ଧମାଲ ମଚାଇଥିଲା ।


Share It

Comments are closed.