‘ନାଥୁରାମ ଗୋଡସେ’ଙ୍କୁ ଦେଶଭକ୍ତ କହି ଦଣ୍ଡିତ ହେଲେ ପ୍ରଜ୍ଞା ଠାକୁର


ବିଜେପି ସାଂସଦ ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦଳ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଳାୟର ଉପଦେଷ୍ଟ କମିଟିରୁ ବହିଷ୍କାର କରାଇ ଦିଆଯାଇଛି । ଏହାର ସୂଚନା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନାଡ୍ଡା ଦେଇଥିବାବେଳେ ଏହା ସହ ତାଙ୍କୁ ସଂସଦୀୟ ଦଳ ବୈଠକରେ ମଧ୍ୟ ସାମିଲ ହେବା ପାଇଁ ଅନୁମତି ମଧ୍ୟ ଦିଆଯାଇ ନାହିଁ ।
ପ୍ରକାଶ ଥାଉକି, ବୁଧବାର ଦିନ ପ୍ରଜ୍ଞା ଠାକୁର ନାଥୁରାମ ଗୋଡସେଙ୍କୁ ଦେଶଭକ୍ତ ବୋଲି କହି ସମ୍ବୋଧିତ କରିଥିବାବେଳେ ତାଙ୍କର ଏହି ବିବାଦୀୟ ବୟାନକୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଖୁବ ନିନ୍ଦା ମଧ୍ୟ କରିଛନ୍ତି । ନଡ୍ଡା, ପ୍ରଜ୍ଞାଙ୍କ ସଂପର୍କରେ ଟିପ୍ପଣୀ ଦେଇ କହିଛନ୍ତି ଯେ, “ବିଜେପି ଏଭଳି ବୟାନବାଜୀ ଏବଂ ଚିନ୍ତାଧାରାକୁ ସମର୍ଥନ କରେ ନାହିଁ । ”
ବୁଧବାର ଦିନ ଲୋକସଭାରେ ଏସପିଜି ସଂଶୋଧନ ଉପରେ ଚର୍ଚ୍ଚା ଚାଲିଥିବାବେଳେ ପ୍ରଜ୍ଞା, ରାଷ୍ଟ୍ରପିତାଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ ବୋଲି କହି ସମ୍ବୋଧନ କରିଥିଲେ । ପ୍ରଜ୍ଞାଙ୍କ ଏହି ବୟାନ ଉପରେ କଂଗ୍ରସ ସାଂସଦ କଡା ଆପତ୍ତି ଜଣାଇଥିବାବେଳେ ପ୍ରିୟଙ୍କା ଗାନ୍ଧୀ ଏହାକୁ କଡା ନିନ୍ଦା ମଧ୍ୟ କରିଥିଲେ ।


Share It

Comments are closed.