ଦିବ୍ୟାଙ୍ଗ ବାଳକ କ୍ରିକେଟ ଖେଳୁଥିବାର ଭିଡିଓକୁ ସେୟାର କରି ନିଜ ଭାବନା ପରିପ୍ରକାଶ କଲେ ସଚିନ


ନିକଟ କିଛି ଦିନ ତଳେ ନୂଆ ବର୍ଷ ଉପଲକ୍ଷେ କ୍ରିକେଟ କିମ୍ବଦନ୍ତୀ ସିଚନ ତେନ୍ଦୁଲକର ନିଜ ଟ୍ୱିଟରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଜଣେ ଦିବ୍ୟାଙ୍ଗ ପିଲାଟିଏ ଘୁସୁଡି ଘୁସୁଡି କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଅନେକଙ୍କ ହୃଦୟକୁ ଜିଣି ନେଇଥିବାବେଳେ ଏହା ଏକ ଗଲି କ୍ରିକେଟ ମ୍ୟାଚର ଥିଲା ଯେଉଁଥିରେ ଏକ ଦିବ୍ୟାଙ୍ଗ ପିଲାଟି ଅନ୍ୟମାନଙ୍କ ସହ କ୍ରିକେଟ ଖେଳୁଥିବାବେଳେ ଘୁସୁଡି ଘୁସୁଡି ନିଜ ରନ ସଂଗ୍ରହ କରୁଥିଲା । ଏହି ଭିଡିଓ ଏତେ ହୃଦୟସ୍ପର୍ଶୀ ଥିଲା ଯେ, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଟ୍ୱିଟର ଏହି ଭିଡିଓ ଏବଂ ନିଜ ଭାବନା ସେୟାର ନକରି ରହି ପାରିଲେ ନାହିଁ ।

ସଚିନ ଏହି ଭିଡିଓଟିକୁ ନିଜ ଟ୍ୱିଟରେ ସେୟାର କରି ଲେଖିଛନ୍ତି ଯେ, “ମାଡା ରାମ ନାମକ ଏଇ ବାଳକ ନିଜ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିବାର ଏହି ପ୍ରେରଣାଦାୟୀ ଭିଡିଓକୁ ଦେଖି ନିଜର ୨୦୨୦ ବର୍ଷ ଆରମ୍ଭ କରନ୍ତୁ । ଏହା ମୋ ହୃଦୟକୁ ତରଳାଇ ଦେଲା ଏବଂ ମୋର ବିଶ୍ୱାସ ଅଛି ଯେ, ଏହା ଆପଣଙ୍କ ହୃଦୟକୁ ମଧ୍ୟ ତରଳାଇ ଦେବ । ”

ମାଡା ରାମ ଛତିଶଗଡର ଦନ୍ତୱାଡା ଜିଲ୍ଲାର ହୋଇଥିବାବେଳେ ସେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି । ସଚିନଙ୍କ ଟ୍ୱିଟ ପରେ ଏଏନଆଇକୁ ସୂଚନା ଦେଇ ମାଡା ରାମ କହିଛନ୍ତି ଯେ, “ମୁଁ ୨ ବର୍ଷ ହେବ କ୍ରିକେଟ ଖେଳୁଛି । ମୋ ବାପା ଜଣେ ଚାଷୀ ଅଟନ୍ତି । ମୁଁ ଘୁସୁଡି ଘୁସୁଡି ରନ ସଂଗ୍ରହ କରେ । ସଚିନ ମୋ ଭିଡିଓ ସେୟାର କରିଥିବା ହେତୁ ତାଙ୍କୁ ଅନେକ ଅନେକ ଧନ୍ୟବାଦ ।”


Share It

Comments are closed.