ଝିଅ ଆଥିୟା ସେଟ୍ଟୀଙ୍କ ‘ଲଭ ଲାଇଫ’କୁ ନେଇ ମୁହଁ ଖୋଲିଲେ ସୁନିଲ


ବଲିଉଡ ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କ ‘ଲଭ ଲାଇଫ’କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି । ଅଥିୟା ବର୍ତ୍ତମାନ ଭାରତୀୟ ଦଳର ସଫଳ ଖେଳାଳୀ କେଏଲ ରାହୁଲଙ୍କୁ ଡେଟ କରୁଥିବାବେଳେ ସେପଟେ ସୁନିଲଙ୍କ ପୁଅ ଆହାନ ତାଙ୍କ ଗାର୍ଲଫ୍ରେଣ୍ଡ ତାନିଆ ସର୍ଫଙ୍କୁ ପ୍ରେମ କରୁଥିବାର ଘୋଷଣା ମଧ୍ୟ କରି ସାରିଛନ୍ତି । ତେବେ ଏହି ମଧ୍ୟରେ ନିଜ ପିଲାମାନଙ୍କର “ଲଭ ଲାଇଫ”କୁ ନେଇ ବାପା ସୁନିଲ ସେଟ୍ଟୀ ମୁହଁ ଖୋଲିଛନ୍ତି ।
ସୁନିଲ ଏକ ଅଗ୍ରଣୀ ସମ୍ବାଦ ପତ୍ରିକାକୁ ନିଜ ସାକ୍ଷାତକାର ଦେଇ କହିଛନ୍ତି, ତାଙ୍କୁ ଆହାନଙ୍କ ଗାର୍ଲଫ୍ରେଣ୍ଡ ପସନ୍ଦ । ସେ ମଧ୍ୟ ଏହି ଦୁହିଁଙ୍କ ଯୋଡିକୁ ଖୁବ ପସନ୍ଦ କରନ୍ତି । ” ସେହିଭଳି ଝିଅ ଆଥିୟାଙ୍କ ‘ଲଭ ଲାଇଫ’କୁ ନେଇ ସୁନିଲ କହିଛନ୍ତି ଯେ, “ଆଥିୟାଙ୍କ ‘ଲଭ ଲାଇଫ’କୁ ନେଇ ମୋତେ ଏବଂ ମାନାଙ୍କୁ କୌଣସି ଅସୁବିଧା ନାହିଁ । ଆମେ ଆମ ପିଲାଙ୍କୁ ଖୁବ ଭଲ ପାଉ ଏବଂ ସେ ଯାହାଙ୍କୁ ଡେଟ କରୁଛନ୍ତି ତାଙ୍କୁ ମଧ୍ୟ ଆମେ ଖୁବ ଭଲ ପାଉ ।”

View this post on Instagram

Hello, devi prasad….?

A post shared by KL Rahul👑 (@rahulkl) on

ପ୍ରକାଶ ଥାଉକି, କିଛିଦିନ ପୂର୍ବରୁ କେଏଲ ରାହୁଲ, ଆଥିୟା ସେଟ୍ଟୀଙ୍କ ସହ ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହା ପର ଠାରୁ ହିଁ ଦୁହେଁଙ୍କ ସଂପର୍କକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କେହିବି ଏହି ସଂପର୍କରେ ମୁହଁ ଖୋଲି ନାହାନ୍ତି ।


Share It

Comments are closed.