ଦୁନିଆର କେତେକ ଲୋକପ୍ରିୟ ବ୍ୟକ୍ତି ଯେଉଁମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜ ପରିଶ୍ରା ପିଇଥାନ୍ତି


ତରକାମାନେ ସର୍ବଦା ନିଜର ଭିନ୍ନ ଜୀବନ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଥାନ୍ତି । ଏହି ମଧ୍ୟରେ ସେମାନେ ଏଭଳି କିଛି ଅଦ୍ଭୁଦପୂର୍ବକ ଘଟଣା କରିଥାନ୍ତି ଯାହାକି ସାଧାରଣ ଲୋକଙ୍କୁ ଚକିତ କରିଥାଏ । ଠିକ୍ ଯେମିତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜର ପରିଶ୍ରା ପିଇବା ଏକ ଧାରା ପ୍ରଚଳିତ ହେଉଛି । ତେବେ ଆସନ୍ତୁ ଜାଣିବା ଏଭଳି କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସଂପର୍କରେ ଯେଉଁମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜ ପରିଶ୍ରା ପିଇଥାନ୍ତି ।
ମାଡୋନା :


ଇନଷ୍ଟାଗ୍ରାମରେ ନିଜ ପରିଶ୍ରା ପିଇବା ଭିଡିଓ ସେୟାର କରିବା ସହ ସେ ୧୯୯୪ରେ ଡେଭିଡ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ତାଙ୍କର ପାଦରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନିଜ ପାଦରେ ହିଁ ପରିଶ୍ରା କରିଥାନ୍ତି ।
ବିୟର ଗିଲ୍ସ :


ଡିସକଭରି ଚ୍ୟାନେଲର ପ୍ରଦର୍ଶିତ ହେଉଥିବା ଲୋକପ୍ରିୟ ସୋ ‘ମ୍ୟା ଭର୍ସେସ ୱାଇଲ୍ଡ’ର ଉପସ୍ଥାପକ ବିୟର ଗିଲ୍ସ, କିପରି କଠିନ ପରସ୍ଥିତି ମାନଙ୍କରେ ନିଜକୁ ବଞ୍ଚାଇ ରଖିବା ପାଇଁ ନିଜ ପରିଶ୍ରା ପିଇବାକୁ ପଡିଥାଏ ସେ ସଂପର୍କରେ ବିୟର ଗିଲ୍ସ ନିଜେ ନିଜର ପରିଶ୍ରା ପିଇ ସମସ୍ତଙ୍କୁ ଦେଖାଇଥିଲେ ।
କେଶା :

ଲୋକପ୍ରିୟ ପପ୍ ସିଙ୍ଗର କେଶା ୨୦୧୩ରେ ‘ଏମଟିଭି’ର ଏଚ ଡକ୍ୟୁମେଣ୍ଟାରି ସିରିଜ ‘ମାଇ କ୍ରେଜି ବିୟୁଟିଫିଲ ଲାଇଫ’ରେ ସେ ନିଜର ପରିଶ୍ରା ପିଇଥିଲେ ।
ସାରା ମିଲ୍ସ :

ସାରା ଇଂଲଣ୍ଡ ଗସ୍ତରେ ଯାଇଥିବା ସମୟରେ ଏକା ସାକ୍ଷାତକାରେ କହିଥିଲେ ଯେ, ସେ ଦୀର୍ଘ ୩୦ ବର୍ଷ ହେବ ନିଜ ପରିଶ୍ରା ପିଇ ଆସୁଛନ୍ତି, ଯାହାକି ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ ।


Share It

Comments are closed.