ଟେଷ୍ଟ ପରେ ଏବେ ଦିନିକିଆ କ୍ରିକେଟକୁ ଅଲବିଦା କହିପାରନ୍ତି ଧୋନୀ


ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବିଶ୍ୱକପ ପର ଠାରୁ ଦଳରୁ ଦୂରେଇ ରହିଥିବାବେଳେ ତାଙ୍କର ଆଗାମୀ କ୍ରିକେଟ ଭବିଷ୍ୟତକୁ ନେଇ ନାନାଦି ଆଲୋଚନା ମଧ୍ୟ ହେବାରେ ଲାଗିଲାଣି । ତେବେ ଏହି ସବୁ ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ । ଶାସ୍ତ୍ରୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଧୋନୀଙ୍କ ସହ ତାଙ୍କର ବ୍ୟକ୍ତିଗତ ଆଲୋଚନା ହୋଇଛି, ଯେଉଁଥିରେ ଧୋନୀ, ଦିନିକିଆ କ୍ରିକେଟକୁ ସବୁଦିନ ପାଇଁ ଆଦବିଦା କହିବାର ନିଷ୍ପତି ଖୁବ ଶୀଘ୍ର ନେଇପାରନ୍ତି ।
ଶାସ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ଧୋନୀ ଦେଶ ପାଇଁ ପ୍ରତି ଫର୍ମାଟରେ ଅବିରତ ଭାବେ ଖୁଳି ଆସୁଥିବାରୁ ତାଙ୍କୁ ସମ୍ମାନ ଦେବା ଉଚିତ । ତାଙ୍କ ବୟସକୁ ନଜର ରଖିଲେ ସେ କେବଳ ଟି-୨୦ ଖେଳିପାରିବେ । ଆଗାମୀ ଆଇପିଏଲରେ ଧୋନୀ ପ୍ରଦର୍ଶନକୁ ନେଇ ତାଙ୍କର ପରବର୍ତ୍ତୀ ଭବିଷ୍ୟ କ’ଣ ରହିବ ତାହା ନିର୍ଭର କରିବ । ସେ ଯଦି ଆଇପିଏଲରେ ଭଲ ପ୍ରଦର୍ଶନ କରିବେ ତେବେ ସେ ନିଶ୍ଚୟ ଟି-୨୦ ଦୌଡରେ ରହିବେ ।
ପ୍ରକାଶ ଥାଉକି, ଧୋନୀ ଭାରତୀୟ ଦଳର ଏଭଳି ଜଣେ ସଫଳ ଅଧିନାୟକ ଯିଏକି ଦଳ ପାଇଁ ଆଇସିସି ବିଶ୍ୱକପ, ଆଇସିସି ଚାମ୍ପିଆନ୍ସ ଟ୍ରଫି, ଟି-୨୦ ବିଶ୍ୱକପ ଟାଇଟେଲ ହାସଲ କରାଇବାରେ ସଫଳ ହୋଇଛନ୍ତି ।


Share It

Comments are closed.