‘ଛପାକ’ ତୁଳନାରେ ଦର୍ଶକଙ୍କ ଅଧିକ ପ୍ରଶଂସା ସାଉଁଟୁଛି ଅଜୟ ଦେବଗନଙ୍କ ‘ତାନାଜୀ’


ଅଜୟ ଦେବଗନ, ସେଫ ଅଲ୍ଲୀ ଖାନ ଏବଂ କାଜୋଲଙ୍କ ଅଭିନୀତ ଚଳଚ୍ଚିତ୍ର ତାନାଜୀ ଦ ଅନସଙ୍ଗ ୱାରିୟର ଚଳିତ ବର୍ଷ ୧୦ ଜାନୁଆରରେ ରିଲିଜ ହୋଇସାରିଛି । ଏହି ଚଳଚ୍ଚିତ୍ର ସହିତ ମେଘନା ଗୁଲଜାରଙ୍କ ଚଳଚ୍ଚିତ୍ର ଛପାକ୍ ମଧ୍ୟ ରିଲିଜ ହୋଇଥିଲା । ଯେଉଁଠାରେ ରିଲିଜର ପୂର୍ବରୁ ୧୦କୋଟିର ଟଙ୍କା କମାଇବାର ଆକଳନ କରାଯାଉଥିଲା , କିନ୍ତୁ ପ୍ରଥମ ଦିନର କଲେକ୍ସନ ଏହି ଆକଳନରୁ ଆହୁରି ଅଧିକ ହୋଇଯାଇଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଚଳଚ୍ଚିତ୍ରଟିର ରିଲିଜ ପୂର୍ବରୁ ପ୍ରିଡିକ୍ଟ କରାଯାଇଥିଲା ଯେ ଚଳଚ୍ଚିତ୍ର ରିଲିଜର ପ୍ରଥମ ଦିନ ୧୦ କୋଟି କିମ୍ବା ୟାଠାରୁ ଅଧିକ ବକ୍ସ ଅଫିସ କଲେକ୍ସନ କରିପାରେ । ଏବେ ଯେବେ ପ୍ରଥମ ଦିନ ଓପନିଙ୍ଗ କଲେକ୍ସନ ସମ୍ନାକୁ ଆସିଛି, ତେବେ ସଭିଏଁ ୧୫ କୋଟିର ବିଜନେସ ଦେଖି ଆଶ୍ଚର୍ଯ୍ୟ । ଚଳଚ୍ଚିତ୍ରଟି ଶେଷ ସପ୍ତାହ ପର୍ଯ୍ୟନ୍ତ ଆହୁରି ଅଧିକ କଲେକ୍ସନ କରିବ ବୋଲି ଅନୁମାନ କରାଯାଉଛି । ଏହି ଦିନ ତାନାଜୀ ସହିତ ଦୀପିକା ପାଦୁକୋନଙ୍କ ଅଭିନୀତ ଛପାକ ମଧ୍ୟ ରିଲିଜ ହୋଇଥିଲା । ଏହାର ଓପନିଙ୍ଗ ଡେ କଲେକ୍ସନ ୫ କୋଟି ଟଙ୍କା ରହିଛି ।

ନୀକଟରେ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଫିଲ୍ମ ତାନାଜୀ ଦ ଅନସଙ୍ଗ ୱାରିୟରର ପ୍ରଥମ ଦିନର କଲେକ୍ସନ ସମ୍ପର୍କରେ କହିଛନ୍ତି । ତରଣ ଆଦର୍ଶ କହିଛନ୍ତି ଯେ, “ତାନାଜୀ ଫିଲ୍ମ ଆଶାଠାରୁ ଅଧିକ କଲେକ୍ସନ କରିବା ସହିତ ପ୍ରଥମ ଦିନ ବେଶ ଭଲ କଲେକ୍ସନ କରିଛି, କାଲିଦିନଠାରୁ ଫିଲ୍ମ ବହୁତ ଭଲ ପ୍ରଦର୍ଶନ କରିଛି । ଫିଲ୍ମଟି ମହାରାଷ୍ଟ୍ରରେ ବହୁତ ଭଲ ଚାଲିଛି । ଫିଲ୍ମର ଦ୍ୱିତୀୟ ଏବଂ ତୃତୀୟ ଦିନ ଏବେ ଠାରୁ ମଧ୍ୟ ଆହୁରି ଭଲ କଲେକ୍ସନ ହେବାର ଆଶା ରହିଛି । ଶୁକ୍ରବାର ତାନାଜୀ ଚଳଚ୍ଚିତ୍ରଟି ୧୫.୧୦ କୋଟିର କଲେକ୍ସନ କରିଛି ।”

ଚଳଚ୍ଚିତ୍ରଟି ୧୭ ଦଶକର କାହାଣୀ ଉପରେ ନିର୍ମିତ, ଯାହାକୁ ବୀର ଯୋଦ୍ଧା ତାନାଜୀଙ୍କ ଉପରେ ଆଧାରିତ । ଏଥିରେ ଅଜୟ ଦେବଗନ ତାନାଜୀଙ୍କର, କାଜୋଲ ସାବିତ୍ରୀ ବାଇଙ୍କର ଏବଂ ସେଫ ଅଲ୍ଲି ଖାନ ଉଦୟ ଭାନଙ୍କର ଭୁମିକାରେ ଆସିଛନ୍ତି । ଏଥିରେ ଶରଦ କେଲକର ଏବଂ ନେହା ଶର୍ମା ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।


Share It

Comments are closed.