ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଉଠିଲା ଦାବି, କୌଣସି ଅଭିଯାନ ନ ଚଲାଇବାକୁ ଅନୁରୋଧ କଲେ ଶିଳ୍ପପତି


ଭାରତୀୟ ଶିଳ୍ପପତି, ଦାତା ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ଭାରତ ରତ୍ନ ଦେବା ପାଇଁ ସୋସିଆଲ ମିଡିଆରେ ଏକ ଅଭିଯାନ ଆରମ୍ଭ କରାଯାଇଛି। ଶିଳ୍ପପତି ବର୍ତ୍ତମାନ ଏ ବିଷୟରେ ଟୁଇଟ୍ କରି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଲୋକଙ୍କ ଭାବନାକୁ ପ୍ରଶଂସା କରୁଛି, କିନ୍ତୁ ଏଭଳି ଅଭିଯାନ ବନ୍ଦ କରାଯିବା ଉଚିତ। ପ୍ରକାଶଥାଉ ଯେ ଟ୍ୱିଟରରେ ଏକ ସେକ୍ସନ ଟାଟାକୁ ଭାରତ ରତ୍ନ ଦେବାକୁ ଦୃଢ଼ ଦାବି କରୁଛନ୍ତି। ସୋସିଆଲ ମିଡିଆରେ ଏଥିପାଇଁ ଏକ ଅଭିଯାନ ଚାଲିଛି |

ଏହି ଅଭିଯାନ ବନ୍ଦ କରିବାକୁ ନିବେଦନ କରି ଟାଟା ଟ୍ୱିଟ୍ କରି କହିଛନ୍ତି ଯେ ପୁରସ୍କାର ପାଇବା ପାଇଁ ସୋସିଆଲ ମିଡିଆରେ ଲୋକଙ୍କ ଏକ ସେକ୍ସନ ଦ୍ୱାରା ପ୍ରକାଶିତ ଭାବନାକୁ ମୁଁ ପ୍ରଶଂସା କରେ, କିନ୍ତୁ ମୁଁ ନମ୍ରତାର ସହ ନିବେଦନ କରେ ଯେ ଏହି ଅଭିଯାନ ବନ୍ଦ କରାଯାଉ। ମୁଁ ଜଣେ ଭାରତୀୟ ବୋଲି ଏବଂ ଭାରତର ପ୍ରଗତି ଏବଂ ସମୃଦ୍ଧିରେ ସହଯୋଗ କରିବାକୁ ସମର୍ଥ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରେ |”


ପ୍ରକାଶଥାଉ ଯେ ରତନ ଟାଟାଙ୍କୁ ଭୀରତ ରତ୍ନ ଦିଆଯିବାର ଦାବି ଟ୍ୱିଟରରେ ଆରମ୍ଭ ହୋଇଥିଲା ଯେତେବେଳେ ମୋଟିଭେସନାଲ ସ୍ପିକର (ପ୍ରେରଣାଦାୟକ ବକ୍ତା) ଡକ୍ଟର ବିବେକ ବିନ୍ଦ୍ରା ଟ୍ୱିଟ କରି ରତନ ଟାଟାଙ୍କପ ଭାରତ ରତ୍ନ ଦିଆଯାଉ ବୋଲି କହିଥିଲେ। ଡକ୍ଟର ବିନ୍ଦ୍ରା ତାଙ୍କ ଟ୍ୱିଟରେ କହିଛନ୍ତି ଯେ ରତନ ଟାଟା ବିଶ୍ୱାସ କରନ୍ତି ଯେ ଆଜିର ପିଢ଼ୀର ଉଦ୍ୟୋଗୀମାନେ ଭାରତକୁ ପରବର୍ତ୍ତୀ ସ୍ତରକୁ ନେଇପାରିବେ। ଏହା ପରେ ରତନ ଟାଟା ଏବଂ ଭାରତ ରତ୍ନ ଫର ରତନ ଟାଟା ହ୍ୟାସଟ୍ୟାଗଗୁଡିକ ଶୀର୍ଷରେ ଟ୍ରେଣ୍ଡ କରିବାକୁ ଲାଗିଲା |


Share It

Comments are closed.