ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ଆଦର୍ଶ ପିଢି ପରେ ପିଢି ଲୋକଙ୍କୁ ପ୍ରେରଣା ଯୋଗାଇବ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ଫେବୃୟାରୀ ୫ – ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ମହାନ ବିପ୍ଳବୀ ତଥା ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଂସମୁଣ୍ଡା ଗ୍ରାମର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶତାୟୁ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି “ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ମହାନ ବିପ୍ଳବୀ ତଥା ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଂସମୁଣ୍ଡା ଗ୍ରାମର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଶତାୟୁ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।
ଗଡ଼ଜାତ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ଓ ବ୍ରିଟିଶ ଶାସନ ସହିତ ଲଢ଼େଇ କରି ସ୍ଥାନୀୟ ଅଂଚଳରେ ସେ ଯେଉଁ ଆଦର୍ଶ ସ୍ଥାପନ କରିଛନ୍ତି ତାହା ପିଢ଼ି ପରେ ପିଢ଼ି ଆମ ଅଂଚଳର ଲୋକଙ୍କୁ ପ୍ରେରଣା ଯୋଗାଇବ ।
ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ଏହି କଠିନ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ” ।


Share It

Comments are closed.