‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ହେବେ ଅମିତାଭ


ହିନ୍ଦୀ ସିନେମା ଜଗତର ଭେଟାରନ ଅମିତାଭଙ୍କୁ ବଲିଉଡର ସର୍ବଶ୍ରେଷ୍ଠ ସମ୍ମାନ ‘ଦାଦା ସାହେବ ଫାଲକେ’ ପରଷ୍କାରରେ ସମ୍ମାନୀତ କରିବା ଲାଗି ମନୋନୀତ କରାଯାଇଛି । ଭାରତୀୟ ଚଳଚିତ୍ରର ଅଭିବୃଦ୍ଧି ଓ ଉନ୍ନତି କ୍ଷେତ୍ରରେ ଜୀବନବ୍ୟାପୀ ସାଧାନ ପାଇଁ ଏହି ସମ୍ମାନ ପ୍ରଧାନ କରାଯାଇଥାଏ ।

ଅମିତାଭ, ‘ସାତ ହିନ୍ଦୁସ୍ତାନୀ’ ଜରଆରେ ବଡ ପରଦାରେ ପାଦ ଥାପିଥିବାବେଳେ ହିନ୍ଦୀ ସିନେମା ଜଗତରେ ତାଙ୍କର ଦୀର୍ଘ ୫୦ ବର୍ଷର ଯାତ୍ରା ପରେ ମଧ୍ୟ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡରେ ବେଶ ସକ୍ରିୟ ରହି ନିଜ ନିଖୁଣ ଅଭିନୟର ଯାଦୁ ବଦଳରେ ଅନେକ ଦର୍ଶକଙ୍କ ହୃଦୟ ମଧ୍ୟ ଜିତିପାରୁଛନ୍ତି । ନିଜର ଉଚ୍ଚ କୋଟିର ଅଭିନୟ ପାଇଁ ଅମିତାଭ ପୂର୍ବରୁ ଅନେକ ପ୍ରଶଂସା ଏବଂ ପୁରଷ୍କାର ସାଉଁଟିଥିବାବେଳେ ଆଜି ଆଉ ଏକ ସମ୍ମାନ ତାଙ୍କ ସହ ଯୋଡି ହେବାକୁ ଯାଇଛି ।

ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡକର ଟ୍ୱିଟ କରି ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ, “ଗତ ଦୁଇ ଦଶନ୍ଦି ଧରି ଆମକୁ ମନୋରଞ୍ଜନ ଏବଂ ପ୍ରେରଣା ଯୋଗାଇ ଆସୁଥିବା ବିଶିଷ୍ଟ କିମ୍ବଦନ୍ତୀ ଅମିତାଭଙ୍କୁ ‘ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ କରାଯିବ । ପୁରା ଦେଶ ଏବଂ ଆନ୍ତର୍ଜାତିକ ସ୍ତରରେ ଭାରତୀୟମାନେ ଏଥିରେ ଖୁସି ଅଛନ୍ତି । ମୁଁ ଅମିତାଭଙ୍କୁ ଅଭିନନ୍ଦନ ଜଣାଉଛି ।”


Share It

Comments are closed.