ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ବିଟ୍ ର ଉପକାରିତା ସଂପର୍କରେ ଜାଣନ୍ତୁ


ଧୂଳି ଏବଂ ପ୍ରଦୂଷଣ ଆପଣଙ୍କ ଚେହେରାରୁ ଚମକକୁ ଛଡ଼ାଇ ନେଇଥାଏ । ଚେହେରାରୁ ଏହି ମଇଳା ଗୁଡ଼ିକୁ ଦୂର କରିବା ପାଇଁ ତ୍ୱଚା ବିଶେଷଜ୍ଞ ମାନେ ଘରୋଇ ଫେସପ୍ୟାକ ବ୍ୟବହାର କରିବା ନିମନ୍ତେ ଉପଦେଶ ଦେଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଘରେ ସହଜରେ ପ୍ରସ୍ତୁତ ହୋଇ ପାରୁଥିବା ସେହିଭଳି ଏକ ପ୍ୟାକ ବିଷୟରେ କହିବୁ । ବିଟ ଏପରି ଏକ ପରିବା ଯେଉଁଥିରେ ପୋଟାସିୟମ, ଭିଟାମିନ-ଇ, ଭିଟାମିନ-ବି, ସି, ବି-୬, କୋବାଲମିନ ଭଳି ଉପାଦାନ ରହିଥାଏ । ତେବେ ଏଥିରୁ ହିଁ ଆପଣ ଅନୁମାନ କରି ପାରୁଥିବେ ଯେ ଏହା ଆପଣଙ୍କ ଶରୀର ସହ ତ୍ୱଚା ପାଇଁ ମଧ୍ୟ କେତେ ଉପକାରୀ ହୋଇପାରେ ।

ପ୍ରତିଦିନ ବିଟର ଫେସପ୍ୟାକ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ଗୋଲାପ ଭଳି ଚମକ ଆସିବା ସହ ଦାଗ ମଧ୍ୟ ଦୂର ହୋଇଥାଏ । ଏହା ବ୍ୟତୀତ ଏହା ଡେଡ ସ୍କିନ ସେଲ ଗୁଡ଼ିକୁ ମଧ୍ୟ ହଟାଇଥାଏ । ଏମିତିରେ ଆପଣ ବିଟକୁ ଘସିକରି ଏହାର ଜୁସକୁ ଚେହେରାରେ ଲଗାଇ ପାରିବେ । ଏଥିପାଇଁ ଅଧା କଟାଯାଇଥିବା ବିଟ ଏବଂ ଗୋଲାପଜଳ କିମ୍ବା ଅଳ୍ପ ପାଣି ନିଅନ୍ତୁ । ଏହାପରେ ଏସବୁକୁ ଏକାଠି ପେଷ୍ଟ କରି ନିଅନ୍ତୁ ଏବଂ ଏହି ପେଷ୍ଟକୁ ଚେହେରାରେ ୨୦ ମିନିଟ ପାଇଁ ଲଗାଇ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଏହି ଫେସପ୍ୟାକ କୁ ସପ୍ତାହରେ ଦୁଇରୁ ତିନିଥର ଲଗାଇବା ଦ୍ୱାରା ଆପଣ ଫରକ ନିଶ୍ଚିତ ଦେଖି ପାରିବେ ।


Share It

Comments are closed.