ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପ ଅନୁଭୂତ


ମଙ୍ଗଳବାର ଦିନ ଅପରାହ୍ନ ୪.୫ ମିନିଟରେ ଦିଲ୍ଲୀ-ଏନସିଆର ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଭୂମିକମ୍ପର ତୀବ୍ର ଝଟକା ଅନୁଭବ କରାଯାଇଥିବାର ସୂଚନା ମିଳିଥିବାବେଳେ ଦିଲ୍ଲୀ-ଏନସିଆର ସମେତ ଚଣ୍ଡୀଗଡ, ଜମ୍ମୁ କାଶ୍ମୀର, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପ୍ରକୋପ ପରିଲକ୍ଷିତ ହୋଇଥିବାର ଜାଣିବାକୁ ମିଳିଛି ।ଲୋକମାନେ ଭୂମିକମ୍ପ ଡରରେ ଘରୁ ବାହାରକୁ ଚାଲି ଆସିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସଠିକ ସୂଚନା ମିଳିନାହିଁ ।


ମିଳିଥିବା ସୂଚନା ମୁତାବକ ଭୂମିକମ୍ପର ତୀବ୍ରତା ୬.୩ ରହିଥଲା । ମିଳିଥିବା ସୂଚନା ମୁତାବକ ଭୂମିକମ୍ପର ଝଟକା ପାକିସ୍ତାନର ଲାହୋର ଏବଂ ଇସଲମାବାଦରେ ମଧ୍ୟ ରେକର୍ଡ କରାଯାଇଛି । ପ୍ରକାଶ ଥାଉକି, କାଶ୍ମୀରରେ ଏହା ପୂର୍ବରୁ ୨୦୦୫ରେ ଏଭଳି ଭୂିମକମ୍ପ ଘଟିଥିବାର ରେକର୍ଡ କରାଯାଇଥିଲା । ସେହି ସମୟରେ କାଶ୍ମୀରରେ ଅନେକ କ୍ଷୟକ୍ଷତି ହୋଇଥିଲା । ସେତେବେଳେ ଭୂମିକମ୍ପର ତୀବ୍ରତା ୭.୬ ରହିଥିଲା ।


Share It

Comments are closed.