ଡିସେମ୍ବର ୯ରେ ରିଲିଜ୍ ହେଉଛି ଦବଙ୍ଗ -୩


ସଲମାନ୍ଙ୍କ ଫ୍ୟାନ୍ମାନଙ୍କ ପାଇଁ ଏକ ଖୁସିର ଖବର ଯେ, ତାଙ୍କର ଦବଙ୍ଗ୍ ୩ ଡିସେମ୍ବର ୯ରେ ରିଲିଜ ହେବାକୁ ଯାଉଛି । ଦବଙ୍ଗ ଓ ଦବଙ୍ଗ ୨ର ସଫଳତା ପରେ ଦବଙ୍ଗ ୩ର ଆଗମନକୁ ନେଇ ସଲମାନ୍ଙ୍କ ପ୍ରଶଂସକମାନେ ଏବେ ବେଶ୍ ଉତ୍ସାହିତ । ପୁଣି ଥରେ ଚୁଲ୍ବୁଲ୍ ପାଣ୍ଡେଙ୍କ ରାଓଡ୍ଡି ଆକ୍ସନ୍କୁ ଦେଖିବାକୁ ନେଇ ସମସ୍ତେ ବ୍ୟଗ୍ର । ଶୁଣିବାକୁ ମିଳୁଛି ଯେ, ସଲମାନ୍ ଏବେ ରେସ୍ ୩ର ରାପିଂରେ ଆବୁ ଧାବିରେ ଅଛନ୍ତି । ଅପ୍ରେଲ୍ ୫ରେ ସେ ଭାରତକୁ ଫେରିବାର ପ୍ରୋଗ୍ରାମ ରହିଛି । ଥରେ ସଲମାନ୍ ନିଜର ଫଟୋପିକ୍ ଦେଲା ପରେ ସୁଟିଂ ଆରମ୍ଭ ହେବ । ପ୍ରାୟ ୧ ମାସ ମଧ୍ୟରେ ଏହାର ସୁଟିଂ ଆରମ୍ଭ ହେବାର ଅଛି । ଏ ବାବଦରେ ଫିଲ୍ମ ନିର୍ମାତା ତଥା ସଲମାନ୍ଙକ ଙ୍କ ଭାଇ ଅରବାଜ୍ ଖାନ୍ ଯେ ପର୍ଯ୍ୟନ୍ତ ସ୍କ୍ରିପ୍ଟ୍ ଲେଖା ସମ୍ପୂର୍ଣ୍ଣ ନ ହୋଇଛି, ସେପର୍ଯ୍ୟନ୍ତ ସୁଟିଂ ଆରମ୍ଭ ବିଷୟରେ କିଛି କହିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ସଲମାନ୍ ତାଙ୍କ ଫିଲ୍ମକୁ ଶାହରୁଖ୍ ଖାନଙ୍କ ‘ଜିରୋ’ ରିଲିଜ୍ ହେବାର ଦୁଇ ସପ୍ତାହ ପୂର୍ବରୁ ରିଲିଜ୍ କରୁଛନ୍ତି । କାରଣ ସଲମାନ୍ ଓ ଶାହରୁଖ୍ ଦୁଇ ଘନିଷ୍ଠ ବନ୍ଧୁ । ଏହାଫଳରେ କାହାର ଫିଲ୍ମକୁ କୌଣସି ପ୍ରଭାବ ପଡ଼ିବ ନାହିଁ । ଦବଙ୍ଗ ୩ରେ ଚୁଲ୍ବୁଲ୍ ପାଣ୍ଡେଙ୍କ ଅଭିନୟ ବିଷୟରେ ସେ କହିଛନ୍ତି, ଏହି ଫିଲ୍ମରେ ଦର୍ଶକମାନେ ଅତୀତରେ ଘଟିଥିବା ତାଙ୍କର ଫ୍ଲାସ୍ବ୍ୟାକ୍ ଓ ବର୍ତ୍ତମାନର ଜୀବନ ବିଷୟରେ ଦେଖିବାକୁ ପାଇବେ । ତେବେ ଦବଙ୍ଗ ୩ରେ ସଲମାନ୍ ତାଙ୍କ ଦବଙ୍ଗଗିରିର ଜଲ୍ୱା କିପରି ଦେଖାଉଛନ୍ତି ତାହା ଫିଲ୍ମ ରିଲିଜ ହେବା ପରେ ଜଣାପଡ଼ିିବ ।

 


Share It

Comments are closed.