ସିଂହ ସହ ଜନ୍ମଦିନ ପାଳନ କରି ସମାଲୋଚନାର ଶୀକାର ହେଲେ ଯୁବକ
[vc_row][vc_column][vc_column_text]ଜଙ୍ଗଲର ରାଜା ବର୍ତ୍ତମାନ ପାଳିତ ପଶୁ ହୋଇଗଲେଣି । ବର୍ତ୍ତମାନ ମଣିଷ ରାଜା ହୋଇଗଲାଣି । ଜଙ୍ଗଲ ଧିରେ ଧିରେ ନଷ୍ଠ ହେବାରେ ଲାଗୁଥିବାବେଳେ କଂକ୍ରିଟ ଜଙ୍ଗଲ ଦିନକୁ ଦିନ ବଢିବାରେ ଲାଗି ଲାଣି । ଟଙ୍କା ଅଛି ତ ବର୍ତ୍ତମାନ ସବୁ କିଛି ସମ୍ଭବ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ନେଇ ଆମେ ଏହି ଚର୍ଚ୍ଚା କରୁଛୁ ।
ଭାଇରାଲ ଭିଡିଓରେ କେତେକ ବ୍ୟକ୍ତି ବିଶେଷ ଗୋଟିଏ ସିଂହ ସହିତ ନିଜ ଜନ୍ମଦିନ ପାଳନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସିଂହ ସହିତ କେକ୍ ଧରି ଜନ୍ମଦିନ ପାଳନ କରୁଥିବା ବ୍ୟକ୍ତି ଜଣକ ତାର ମାଲିକ ଅଟେ । ସବୁଠାରୁ ଦୁଃଖ କଥା ହେଲା ଜଙ୍ଗଲ ରାଜା ବର୍ତ୍ତମାନ ଏହି ସ୍ୱାର୍ଥବାଦୀ ମଣିଷମାନଙ୍କର ଖେଳନା ପାଲଟି ଯାଇଛି । ଯିଏ ଯେମିତି ଚାହୁିଁଛି ସିଏ ସିମେତ ଏହି ପଶୁ ସହ ବ୍ୟବହାର କରୁଛି ।[/vc_column_text][vc_video link=”https://twitter.com/BiologistDan/status/1136027010839580672″][vc_column_text]ଆମେ କହିବାର କାରଣ ଏହା ଯେ, ଏହି ଭିଡିଓରେ ମାଲିକଟି ଏକ କେକ୍ କୁ ଅତି ନିର୍ଦୟ ଭାବରେ ସିଂହର ମୁହଁରେ ମାରୁଛି, ଯାହାକୁ ଦେଖି ପ୍ରକୃତ ପ୍ରାଣୀ ପ୍ରେମୀଙ୍କ ଦୁଃଖ ମଧ୍ୟ ଲାଗୁଛି ।
ଦେଖନ୍ତୁ ମଣିଷ ଆଜି ନିଜ ଗର୍ବ ଅହଙ୍କାରରେ ଏତେ ତଳକୁ ଖସି ଗଲାଣି ଯେ, କାହା ସହ କିପରି ବ୍ୟବହାର କରାଯିବା ଉଚିତ ତା ବି ସେ ଭୁଲି ଗଲାଣି ।[/vc_column_text][/vc_column][/vc_row]
Comments are closed.