ସ୍ୱଦେଶ ଫେରିବା ପାଇଁ ଚାହୁଁଛନ୍ତି ‘ଆଇଏସ’ରେ ସାମିଲ ହୋଇଥିବା କେରଳ ଯୁବକ


କେରଳରେ ରହୁଥିବା ୨୫ ବର୍ଷିୟ ଯୁବକ ଯିଏକ କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଇସଲାମିକ ଷ୍ଟେଟ’ ପାଇଁ ଆତଙ୍କବାଦୀ ସାଜି ଥିଲା, ସେ ବର୍ତ୍ତମାନ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଚାହୁଁଛି । ସିରିୟାରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଆଇଏସଆଇଏସ’ର ପତନ ପରେ ସମସ୍ତ ଆତଙ୍କବାଦୀ ପଳାୟନ କରୁଥିବା ବେଳେ ଏହି ଯୁବକ ଜଣକ ବର୍ତ୍ତମାନ ଘରୁ ଫେରିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି । ଉକ୍ତ ଯୁବକ ଜଣକ ଫୋନ କରି ନିଜ ପରିବାର ଲୋକଙ୍କୁ କହିଛି ଯେ, “ସିରିଆର ଉପସ୍ଥିତ ଥିବା ଆଇଏସ ସଦସ୍ୟଙ୍କ ଅବସ୍ଥା ବର୍ତ୍ତମାନ ସ୍ୱଚ୍ଛଳ ନାହିଁ ସେମାନେ ଅଭାବ ଅନଟନରେ ଜୀବନ ବିତାଉଛନ୍ତି ଏବଂ ସେମାନେ ଖାଦ୍ୟ ପାଇଁ ଏଠି ସଂଗ୍ରାମ କରୁଛନ୍ତି । ”
ଉକ୍ତ ଯୁବକ ଜଣଙ୍କ ନାମ ହେଲା ଫିରୋଜ ଖାନ । ଫିରୋଜ କେରଳସ୍ଥିତ କାସରଗୋଡ ଅଞ୍ଚଳର ଇଲାମବାଚି ଗାଁର ବାସନ୍ଦି ଅଟନ୍ତି । ପ୍ରକାଶ ଥାଉକି, ଫିରୋଜ ସେହି ଯୁବକ ମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନେ ସବୁ ଆଇଏସରେ ସାମିଲ ହେବା ପାଇଁ ୨୦୧୬ କେରଳ ଛାଡି ଚାଲିଯାଇଥିଲେ । ଆଇଏସରେ ଯୋଗ ଦେବା ପାଇଁ ଭାରତ ଛାଡି ଯାଇଥିବା ଉକ୍ତ ଯୁବକ ମାନଙ୍କ ମଧ୍ୟରେ ଅଧିକାଂଶ ଯୁବକ ଆଫଗାନିସ୍ଥାରେ ରହିଯାଇଥିବାବେଳେ ଫିରୋଜ ସିରିଆ ଚାଲି ଯାଇଥିଲେ ।
ମିଳିଥିବା ସୂଚନା ମୁତାବକ ଫିରୋଜ ତାଙ୍କ ମା’ଙ୍କୁ ଫୋନ କରି ଭାରତ ଫେରି ଆସିବା ପାଇଁ ଏବଂ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବା ପାଇଁ ଇଚ୍ଛା ଜାହିର କରିଛନ୍ତି । ଏହି ଫୋନ ସେତେବେଳେ ଆସିଥିଲା ଯେତେବେଳେ ଆମେରିକା ସୈନ୍ୟ, ସିରିଆରେ ଦମନକାରୀଙ୍କୁ ହତ୍ୟା କରୁଥିଲେ । ଫିରୋଜ ତାଙ୍କ ମା’ଙ୍କୁ ଆହୁରୀ ମଧ୍ୟ କହିଥିଲେ ଯେ, ସେ ସେଠାରେ ବହୁତ ଅସୁବିଧା ଅଛି ଏବଂ ପ୍ରତିଦିନ ଖାଦ୍ୟ ମୁଠାଏ ଖାଇବା ପାଇଁ ଏଠି ସଂଗ୍ରାମ କରୁଛି ।


Share It

Comments are closed.