ପଦାରେ ପଡିଲା କଂଗ୍ରେସର ଭିତିରିଆ ଗୋଷ୍ଠି କନ୍ଦଳ


୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ଘୋଷିତ କରାଇବ ନାହିଁ । ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଦେଇଥିବା ସୂଚନା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ କିମ୍ବା ଦଳର ଅନ୍ୟ କୌଣସି ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ଘୋଷିତ କରାଇବ ନାହିଁ ।
କଂଗ୍ରେସ ବର୍ତ୍ତମାନ କ୍ଷେତ୍ରୀୟ ଦଳମାନଙ୍କୁ ଏକ ଜୁଟ କରିବା ପାଇଁ ପ୍ରୟାସ ଚଳାଇଛି, ଯେପରି ଭାବରେ ୨୦୧୯ରେ ଏକ ଶକ୍ତିଶାଳୀ ବିପକ୍ଷୀ ଦଳ ରୂପେ ବିଜେପିକୁ ଟକ୍କର ଦେଇ ପାରିବ ସେଥିପାଇଁ କଂଗ୍ରେସ ଏବେ ଠାରୁ ଜୋର ଦାର ପ୍ରୟାସ ଚଳାଇଛି ।
କଂଗ୍ରେସ ଏହି ମହାମେଣ୍ଟର ନେତୃତ୍ୱ ନେବା ପାଇଁ ଚାହୁଁଛି କିନ୍ତୁ ଏହାକୁ ନେଇ କ୍ଷେତ୍ରୀୟ ଦଳମାନଙ୍କର ରାୟ ଅଲଗା ଅଲଗା ରହିଛି ।
ଚିଦାମ୍ବରମ କହିଛନ୍ତି ଯେ, “ ମୁଁ କେବେବି କହି ନାହିଁ ଯେ ଆମେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହିଁଛୁ । ଯେତେବେଳେ କିଛି କଂଗ୍ରେସ ନେତା ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦାବିଦାର କରାଇବା ପାଇଁ ମନ୍ତବ୍ୟ ଦେଇଥିଲେ, ସେତେବେଳେ ଏଆଇସି ଏହି ଘଟଣାକୁ ନେଇ ହସ୍ତକ୍ଷପ କରିଥିଲା । ବର୍ତ୍ତମାନ ଆମେ ବିଜେପିକୁ ଗାଦିଚ୍ୟୁତ କରାଇବା ପାଇଁ ଚାହୁଁଛୁ । ଆମେ ବର୍ତ୍ତମାନ ଏକ ବିକଳ୍ପ ସରକାର ବନାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛୁ, ଯିଏକି ପ୍ରୋଗ୍ରେସିବ, ବ୍ୟକ୍ତିର ସ୍ୱାଧୀନତାକୁ ସମ୍ମାନ କରିପାରୁଥିବ, ଟ୍ୟାକ୍ସ ଟେରିଜିନ ବନ୍ଦ କରିପାରିବ, ମହିଳା ଓ ନାବାଳିକାଙ୍କୁ ସୁରକ୍ଷା ଏଭଂ କୃଷକଙ୍କ ସମସ୍ୟାର ସମାଧାନ କରିପାରିବ ”
ସେ ଆହୁରୀ ମଧ୍ୟ କହିଛନ୍ତି “ଆମେ ବର୍ତ୍ତମାନ ମହାମେଣ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛୁ । ପ୍ରଧାନମନ୍ତ୍ରୀ ପଦର ନିଷ୍ପତି ନିର୍ବାଚନ ପରେ ମହାମେଣ୍ଟର ସମସ୍ତ କର୍ମକର୍ତ୍ତା ମିଶିକରି କରିବେ ।”

ପ୍ରକାଶ ଥାଉକି ଚିଦାମ୍ବରମଙ୍କ ଏହି ମନ୍ତବ୍ୟ ପୂର୍ବରୁ ରାହୁଲ କହିଥିଲେ ଯେ, ଯଦି ମହାମେଣ୍ଟର ସହଯୋଗ ଦଳ ଚାହିଁବେ ତେବେ ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତ ଅଛନ୍ତି ।


Share It

Comments are closed.