ପୁଣି ଥରେ ପଡିଆରେ ଏକାଠି ନଜର ଆସିବେ ସଚିନ ଏବଂ କାମ୍ବଲି


ସଚିନ ତେନ୍ଦୁଲକର ଏବଂ ବିନୋଦ କାମ୍ବଲୀ ଛୋଟବେଳୁ ପରସ୍ପରର ଘନିଷ୍ଠ ବନ୍ଧୁ ହେବା ସହ ଉଭୟ ମିଶିକରି କ୍ରିକେଟ ଜଗତରେ ଅନେକ ରେକର୍ଡ ମଧ୍ୟ ରଚିଛନ୍ତି । ଦୁହେଁ ସ୍କୁଲରେ ପଢିବା ସମୟରେ ଏକା ସାଙ୍ଗରେ ମିଶି ଇଣ୍ଟର ସ୍କୁଲ ମ୍ୟାଚରେ ଅନେକ ରେକର୍ଡ ମଧ୍ୟ ହାସଲ କରିଛନ୍ତି ।
ଦୁହେଁ ସ୍କୁଲରୁ ଆରମ୍ଭ କରି ଆନ୍ତର୍ଜାତିକ କ୍ରିକେଟ ପର୍ଯ୍ୟନ୍ତ ନିଜର ଅନେକ ଛାପ ମଧ୍ୟ ଛାଡି ଯାଇଛନ୍ତି, ଯାହାକୁ କେବେବି ଭୁଲି ହେବ ନାହିଁ ।
ସବୁଠାରୁ ମୁଖ୍ୟକଥା ହେଲା ଦୁହେଁ ଅନେକ ଦିନ ପୂର୍ବରୁ କ୍ରିକେଟ ଜଗତରୁ ସନ୍ୟାସ ନେଇସାରିଥିବା ବେଳେ ପୁଣି ଏକା ସାଙ୍ଗରେ ପଢିଆକୁ ଏକାଠି ଓହ୍ଲାଇବେ ବୋଲି ବର୍ତ୍ତମାନ ନିଷ୍ପତି ନେଇଛନ୍ତି । ପ୍ରକୃତ କଥା ଏହା ଯେ, ନୂଆ ଖେଳାଳୀଙ୍କ ଲୁକାଇତ ପ୍ରତିଭାକୁ ଖୋଜି ବାହାର କରିବା ଏବଂ ସେମାନଙ୍କୁ ଆଗାମୀ ଦିନରେ ଶ୍ରେଷ୍ଠ ଖେଳାଳୀ ରୂପେ ଖେଳାଇବାର ସୁଯୋଗ ଦେବା ପାଇଁ ଦୁହେଁ ପୁଣି ଥରେ ମୁମ୍ବାଇର ପଡିଆକୁ ଓହ୍ଲାଇବେ ବୋଲି ନିଷ୍ପତି ନେଇଛନ୍ତି ।

ସଚିନ ମୁମ୍ବାଇରେ ଏକ କ୍ରିକେଟ ଏକାଡେମି ଖୋଲିବାର ନିଷ୍ପତି ନେଇଛନ୍ତି , ଯେଉଁଥିରେ ବିନୋଦ କାମ୍ବଲୀ ସାତ ବର୍ଷରୁ ଉର୍ଦ୍ଧ ପିଲାମାନଙ୍କୁ ଟ୍ରେନିଙ୍ଗ ଦେବେ । ସେ ସଚିନଙ୍କ ଏକାଡେମିରେ କୋଚ ହେବେ ।
ଏହି ଅବସରରେ ସଚିନ କହିଛନ୍ତି ଯେ, “ବିନୋଦ ଏବଂ ମୁଁ ଏକାସାଙ୍ଗରେ ସ୍କୁଲରେ ମିଶିକରି ପାଠ ପଢୁଥିଲୁ । ଏବେ ଯେତେବେଳେ ତାଙ୍କ ସହ ମୋର ସାକ୍ଷାତ ହେଲା ମୁଁ ମୋର ପ୍ରୋଜେକ୍ଟ ସମ୍ବନ୍ଧରେ ତାଙ୍କୁ ସୂଚନା ଦେଲି । ଏହା ପରେ ସେ ମୋତେ ଏହି ପ୍ରୋଜେକ୍ଟରେ ସାହାଯ୍ୟ କରିବେ ବୋଲି ରାଜି ହୋଇଗଲେ । ମୁଁ ତାଙ୍କୁ ମୋ ସହ ପାଇ ବହୁତ ଖୁସି । ”
ସଚିନ ଇଂଲିସ କାଉଣ୍ଟି ମିଡିଲସ୍କେଲର ସହଯୋଗରେ ଏହି କ୍ରିକେଟ ଏକାଡେମି ଆରମ୍ଭ କରିଛନ୍ତି । ସଚିନଙ୍କ ଏହି କାଉଣ୍ଟିର ପ୍ରାରମ୍ଭ ୧ ନଭେମ୍ବରରୁ ଡିୱାଇ ପାଟିଲ ଷ୍ଟାଡିୟମରେ ହିଁ ହେବ । ଅଲଗା – ଅଲଗା ବୟସର ପିଲାଙ୍କୁ ଚୟନ କରିବା ପାଇଁ ଏକ କ୍ୟାମ୍ପର ଆରମ୍ଭ ହେବ ।

ସଚିନ ଏହା ମଧ୍ୟ କହିଛନ୍ତି ଯେ, “ମୁଁ ଏବଂ କାମ୍ବଲୀ ମିଶିକରି ଅନେକ ମ୍ୟାଚ ଖେଳିଛୁ, ବର୍ତ୍ତମାନ ପୁଣିଥରେ ଯେତେବେଳେ ପଡିଆକୁ ଏକାଠି ଓହ୍ଲାଇବୁ ସେତେବେଳେ ଆମେ କ୍ରିକେଟରେ ବିତାଇଥିବା ଅନେକ ମୁହୂର୍ତ୍ତ ମଧ୍ୟ ମନେ ପଡିବ ।”


Share It

Comments are closed.