ପୁଣି ଥରେ ଏକାଠି ହୋଇପାରନ୍ତି କରଣ-ଅର୍ଜୁନ


ଫିଲ୍ମ ‘ଜିରୋ’ ପରେ ପୁୁଣି ଥରେ ଗୋଟିଏ ଫିଲ୍ମରେ ଏକାଠି ନଜର ଆସିପାରନ୍ତି ଶାହାରୁଖ ଏବଂ ସଲମାନ । ମିଳିଥିବା ସୂଚନା ମୁତାବକ ଏହି ଦୁହେଁ ‘ସଞ୍ଜୟଲିଲା ବଂଶାଲୀ’ଙ୍କ ଆଗାମୀ ଫିଲ୍ମରେ ଏକାଠି ନଜର ଆସିପାରନ୍ତି । ବର୍ତ୍ତମାନ ଏହି ଘଟଣାକୁ କେହି ବି ସ୍ପଷ୍ଟିକରଣ ଦେଇନଥିବାବେଳେ ସଞ୍ଜୟଙ୍କ ଆଗାମୀ ଫିଲ୍ମରେ ଶାହାରୁଖ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି । ଶାହାରୁଖଙ୍କ ସମେତ ସଲମାନଙ୍କ ମଧ୍ୟ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିପାରନ୍ତି ।
ଫିଲ୍ମ ଜିରୋ ଏବଂ ଟିୟୁଲାଇଟକୁ ଛାଡିଲେ ଶାହାରୁଖ ଏବଂ ସଲମାନଙ୍କୁ ଶେଷ ଥରକ ପାଇଁ ‘ହମ ତୁମାରେ ହେ ସନମ’ରେ ଦେଖିବାକୁ ମିଳିଥିଲା । ଯଦି ସଞ୍ଜୟଙ୍କ ଆଗାମୀ ଫିଲ୍ମରେ ଏହି ଦୁହେଁ ଷ୍ଟାର ନଜର ଆସନ୍ତି ତେବେ ସିନେମା ହଲରେ ଏହି ଦୁହେଁ ଷ୍ଟାରଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମିପାରେ । କେବଳ ଏତିକି ନୁହେଁ ସଲମାନ, ସଞ୍ଜୟଙ୍କୁ ଦୀର୍ଘ ୧୨ ବର୍ଷ ପରେ ପୁଣି ଏକାଠି କାମ କରିବାକୁ ସୁଯୋଗ ମିଳିଛି ।


Share It

Comments are closed.