ଚିନ୍ତା ବଢ଼ାଉଛି ଶିଶୁଙ୍କ ମଧ୍ୟରେ ହୃଦୟ ରୋଗ, କଣ କହନ୍ତି ଡାକ୍ତର

ଅତିଥି ଲେଖକ : ଡ଼ା କରୁଣାକର ପାଢୀ, ବରିଷ୍ଠ କାର୍ଡ଼ିଓଥୋରାସିସ୍ ଏବଂ ଭ୍ୟାସକୁଲାର ସର୍ଜନ ଏବଂ ନିର୍ଦ୍ଦେଶକ, ସିଟିଭିଏସ, ବିଆର ଲାଇଫ କଳିଙ୍ଗ ହସ୍ପିଟାଲ


ନବଜାତ କିମ୍ବା ଛୋଟ ପିଲାମାନଙ୍କ ମଧ୍ୟରେ ହୃଦୟ ରୋଗର ଚିହ୍ନଟ ଅତ୍ୟନ୍ତ ଦୁଖଦାୟକ ହୋଇଥାଏ । ନବଜାତ ହୃଦୟ ରୋଗ (ସିଏଚଡ଼ି) କିମ୍ବା ହୃଦୟ ସମସ୍ୟା ମୁଖ୍ୟତଃ ଜନ୍ମ ପୂର୍ବରୁ ସୃଷ୍ଟି ହୋଇଥାଏ, ଯାହା ଭାରତରେ ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ । ଏବଂ ଭାରତରେ ଏହା ଶିଶୁ ମୃତ୍ୟୁ ପାଇଁ ଏକ ପ୍ରମୂଖ କାରଣ ହୋଇଥାଏ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ, ଭାରତରେ ଶିଶୁ ମୃତ୍ୟୁ ହାର (ଆଇଏମଆର) ୧,୦୦୦ ଜଣ ନବଜାତକ କ୍ଷେତ୍ରରେ ୩୪ ରହିଥାଏ । ଦେଶରେ ୧.୫ ଲକ୍ଷ ନବଜାତକ ସିଏଚଡ଼ି ସହିତ ଜନ୍ମ ହେଉଥିବାବେଳେ ଯେକୌଣସି ସମୟରେ ମଳିପାରିବେ ।
ସଚେତନତାର ଅଭାବ ଏବଂ ସିଏଚଡ଼ିର ସମୟାନୁଯାୟି ଚିକିତ୍ସାର ଅଭାବ ଯୋଗୁଁ ନବଜାତକ ଏବଂ ଶିଶୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥାଏ, ବିଶେଷକରି ଶିଶୁ କନ୍ୟାଙ୍କ କ୍ଷେତ୍ରରେ ଏହିପରି ଭାବରେ ମୃତ୍ୟୁହାର ଉପରେ ପ୍ରଭାବ ପକାଇଥାଏ ।  ବର୍ତ୍ତମାନ ସମୟ ଆସି ଉପସ୍ଥିତ ଯେଉଁଠାରେ ଶିଶୁ ମାନଙ୍କ କ୍ଷେତ୍ରରେ ଏବଂ ସର୍ବୋପରି ଗର୍ଭାବସ୍ଥାରେ କଞ୍ଜେସନାଲ ଅସୁବିଧାର ଲକ୍ଷ୍ୟଣ ଗୁଡ଼ିକ ଚିହ୍ନଟ କରିବା ଆବଶ୍ୟକ । ଯାହା ଦ୍ୱାରା ପିଲାକୁ ଏହା ଆକ୍ରାନ୍ତ କରିବା ପୂର୍ବରୁ ସଠିକ୍ ପଦକ୍ଷେପ ଏବଂ ଚିକିତ୍ସା ଉଚିତ୍ ସମୟରେ ପ୍ରଦାନ କରାଯାଇପାରିବ ।

 

କନଜେନିଟାଲ ବା ଜନ୍ମଜାତ ହାର୍ଟ ଡ଼ିଜିଜ୍ ଲକ୍ଷଣ ଚିହ୍ନିବାର ଉପାୟ :
୧. ବ୍ଲୁ ବେବି ସିଣ୍ଡ୍ରୋମ – ନୀଳ ରଙ୍ଗର ଚମଡ଼ା, ଓଠ ଏବଂ ନଖକୁ ଚିହ୍ନଟ କରନ୍ତୁ
୨. ଦ୍ରୁତ ନିଃଶ୍ୱାସ ପ୍ରଶ୍ୱାସ
୩. ଖାଦ୍ୟ ଖାଇବା ସମୟରେ ଅଳ୍ପ ନିଃଶ୍ୱାସ ପ୍ରଶ୍ୱାସ, ଯାହାକି ଓଜନ ହ୍ରାସର କାରଣ ହୋଇଥାଏ
୪. ଗୋଡ଼, ପେଟ କିମ୍ବା ଆଖି ଚାରିପଟେ ଫୁଲା
୫. ଛାତିରେ କିଛି ଚିହ୍ନ
୬. ବାରମ୍ବାର ଥଣ୍ଡା ଏବଂ କଫ ହେବା
୭. ସାଙ୍ଗ ମାନଙ୍କ ସହିତ ଖେଳିବା ପାଇଁ ଅକ୍ଷମ ଏବଂ ଅତିଶୀଘ୍ର କ୍ଳାନ୍ତ ହୋଇପଡ଼ିବା
୮. ହୃଦୟ ଗୁଣୁ ଗୁଣୁ ହେବା ଏବଂ ଅସ୍ୱାଭାବିକ ହୃଦୟ ଶବ୍ଦ
୯. ଶିଶୁ ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ ପରୀକ୍ଷା
କନଜେନିଟାଲ ବା ଜନ୍ମଜାତ ହାର୍ଟ ଡ଼ିଜିଜ୍ ସମ୍ପର୍କରେଥିବା ଭ୍ରାନ୍ତ ଧାରଣା :
୧. ଏହା ହେଉଛି ଏକ ବିରଳ ରୋଗ
୨. ଉକ୍ତ ରୋଗକୁ ଚିକିତ୍ସା କରିବା ପାଇଁ ସୁବିଧା ସହଜରେ ଉପଲବ୍ଧ ହୁଏନାହିଁ
୩. ଏହାର ଚିକିତ୍ସା ପ୍ରଣାଳୀ ଅଧିକ ମୂଲ୍ୟବାନ
୪. ଅଧିକ କ୍ଲିନିକାଲ ପାରଙ୍ଗମତାର ଆବଶ୍ୟକତା ରହିଛି ଏବଂ ଭାରତରେ କେବଳ କିଛି ମାତ୍ର କେନ୍ଦ୍ରରେ ଆବଶ୍ୟକ ସୁବିଧା ରହିଛି
୫. ବିଦ୍ୟାଳୟକୁ ଯିବା ବୟସ ଅତିକ୍ରାନ୍ତ ହେବା ପରେ ପ୍ରଭାବିତ ଶିଶୁର ଅସ୍ତ୍ରୋପଚାର କରାଯାଇପାରିବ
କନଜେନିଟାଲ ବା ଜନ୍ମଜାତ ହାର୍ଟ ଡ଼ିଜିଜର ସତ୍ୟତା :
୧. ଉକ୍ତ ରୋଗ ସମ୍ପର୍କିତ ଘଟଣା ବହୁତ ଅଧିକ
୨. ଯଥାଶିଘ୍ର ଶଲ୍ୟ ଚିକିତ୍ସାର ଆବଶ୍ୟକତା ରହିଛି, ଦରକାର ପଡ଼ିଲେ ତତ୍କ୍ଷଣାତ କିମ୍ବା ଶିଶୁ ଯନ୍ମ ହେବାର କିଛି ଘଣ୍ଟା ମଧ୍ୟରେ ମଧ୍ୟ ଏହାର ଆବଶ୍ୟତା ପଡ଼ିପାରେ
୩. ଏହି ଆବଶ୍ୟକ ସୁବିଧା ଗୁଡ଼ିକ ବର୍ତ୍ତମାନ ଭାରତର ସମସ୍ତ ସହରରେ ଏପରିକି ଓଡ଼ିଶାରେ ମଧ୍ୟ ଉପଲବ୍ଧ
ଚିକିତ୍ସା: 
ନିଃସନ୍ଦେହଯେ କନଜେନିଟାଲ ହାର୍ଟ ଅସୁବିଧା ବହୁତ ଜଟିଳ ସମସ୍ୟାଟିଏ ଏବଂ ନବଜାତକ ଏବଂ ଶିଶୁଙ୍କ ଉପରେ ଚିକିତ୍ସା କରିବା ପାଇଁ ଉକ୍ତୃଷ୍ଟ କ୍ଲିନିକାଲ ପାରଦର୍ଶିତାର ଆବଶ୍ୟକତା ହୋଇଥାଏ । ଯେବେକି, ସମସ୍ତ କନଜେନିଟାଲ ହାର୍ଟ ଅସୁବିଧା ନିମନ୍ତେ ପ୍ରତ୍ୟେକ ବୟସରେ ଅସ୍ତ୍ରୋପଚାରର ଆବଶ୍ୟକତା ନାହିଁ କିନ୍ତୁ ସଠିକ୍ ତତ୍ତ୍ୱାବଦ୍ଧନରେ ରହିବା ଆବଶ୍ୟକତା ରହିଛି । ଅନ୍ୟାନ୍ୟ ଘଟଣାରେ ଶିଶୁ ପାଇଁ ଅସ୍ତ୍ରୋପଚାର କିମ୍ବା ହୃଦୟ ରୋଗର ପ୍ରଭାବକୁ ହ୍ରାସ କରିବା ପାଇଁ ଏବଂ ବୟସ୍କ ସମୟରେ ଆଗକୁ ଏହାର ବୃଦ୍ଧି ରୋକିବା ପାଇଁ କାର୍ଡ଼ିଆକ୍ କ୍ୟାଥେରାଇଜେସନର ଆବଶ୍ୟକତା ରହିଛି ।

Share It

Comments are closed.