ନୂତନ ୱାନ ପ୍ଲସ୍ ୭ଟି ସ୍ମାର୍ଟଫୋନ୍ ଓ ୱାନ ପ୍ଲସ ଟିଭିର ଶୁଭାରମ୍ଭ


ବିଶ୍ୱସ୍ତରୀୟ ପ୍ରଯୁକ୍ତି ବ୍ରାଣ୍ଡ ୱାନ୍ ପ୍ଲସ୍ ପକ୍ଷରୁ ଏହାର ନୂତନ ଓ ଉନ୍ନତ ଭାବେ ଆଦୃତ ହୋଇଥିବା ୱାନ୍ ପ୍ଲସ୍ ୭ଟି ଏବଂ ନୂଆ ଦିଲ୍ଲୀଠାରେ କମ୍ପାନୀର ପ୍ରଥମ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଟିଭି – ଦି ୱାନ୍ ପ୍ଲସ୍ ଟିଭିର ଶୁଭାରମ୍ଭ କରାଯାଇଛି । ୱାନ୍ ପ୍ଲସ୍ ୭ଟି ଗ୍ଲେସିଅର୍ ବ୍ଲୁ (୮ + ୧୨୮)ର ମୂଲ୍ୟ ମାତ୍ର ୩୭,୯୯୯ ଟଙ୍କା, ୱାନ୍ ପ୍ଲସ୍ ୭ଟି ଗ୍ଲେସିଅର୍ ବ୍ଲୁ (୮ + ୨୫୬)ର ମୂଲ୍ୟ ମାତ୍ର ୩୯,୯୯୯ ଟଙ୍କା ରଖାଯାଇଥିବାବେଳେ ୱାନ୍ ପ୍ଲସ୍ ୭ଟି ଫୋର୍ଷ୍ଟେଡ଼ ସିଲ୍ଭର୍ (୮ + ୧୨୮)ର ମୂଲ୍ୟ ମାତ୍ର ୩୭,୯୯୯ ଟଙ୍କା ରହିଛି । ସେହିପରି ୱାନ୍ ପ୍ଲସ୍ ଟିଭି ୫୫କ୍ୟୁ୧ ପ୍ରୋର ମୂଲ୍ୟ ମାତ୍ର ୯୯,୯୦୦ ଟଙ୍କା, ୱାନ୍ ପ୍ଲସ୍ ଟିଭି ୫୫କ୍ୟୁ୧ର ମୂଲ୍ୟ ମାତ୍ର ୬୯,୯୦୦ ଟଙ୍କା ଓ ବୁଲେଟ୍ସ ଓୟାର୍ଲେସ୍ ୨ (ଓଲିଭ୍ ଗ୍ରିନ୍)ର ମୂଲ୍ୟ ମାତ୍ର ୫,୯୯୦ ଟଙ୍କା ରହିଛି ।

 

ଏହି ପରିପ୍ରେକ୍ଷୀରେ ୱାନ୍ ପ୍ଲସ୍ର ପ୍ରତିଷ୍ଠାତା ତଥା ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ପେଟେ ଲାଉ କହିଛନ୍ତିଯେ, “ୱାନ୍ ପ୍ଲସ୍ ସବୁବେଳେ ଏହାର ଗ୍ରାହକଙ୍କୁ ସର୍ବୋତ୍ତମ ଜ୍ଞାନକୌଶଳ ସହିତ ଦୃତ ଓ କୋମଳ ଅନୁଭୂତି ପ୍ରଦାନ କରିବା ନିମନ୍ତେ ଚେଷ୍ଟା କରୁଛି । ୱାନ୍ ପ୍ଲସ୍ ୭ଟି ହେଉଛି ଷ୍ଟାଇଲ୍ ଓ ସବଷ୍ଟାନ୍ସର  ଏକ ସମ୍ମିଶ୍ରଣ, ଯାହା ଇଣ୍ଡଷ୍ଟ୍ରିର ଅଗ୍ରଣୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟନ୍ତ କୋମଳ ୯୦ ହର୍ଜ ଡିସ୍ପ୍ଲେ ଏବଂ ଏକ ନୂତନ ଟ୍ରିପିଲ୍-କ୍ୟାମେରା ସେଟ୍ଅପ୍ ସହିତ ଏକ ଅତୁଳନୀୟ ବ୍ୟବହାରକାରୀ ଅନୁଭୂତି ପ୍ରଦାନ କରୁଛି ।”
ଗ୍ରାହକମାନେ ବାଙ୍ଗାଲୋର, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ପୁନେ, କଲିକତା ଓ ଅହମ୍ମଦାବାଦରେ ପପ୍-ଅପ୍ମାନଙ୍କରେ ୨୭ ସେପ୍ଟେମ୍ବର ୨୦୧୯ ଅପରାହ୍ନ ୨ଟାରୁ ୱାନ୍ ପ୍ଲସ୍ ୭ଟି କିଣିବାରେ ଓ ୱାନ୍ ପ୍ଲସ୍ ଟିଭି ଅନୁଭୂତି ପାଇବାରେ ସକ୍ଷମ ହେବେ । ଉଭୟ ୱାନ୍ ପ୍ଲସ୍ ଟିଭି ଓ ୱାନ୍ ପ୍ଲସ୍ ୭ଟିର ବିକ୍ରି ୨୮ ସେପ୍ଟେମ୍ବର ୨୦୧୯ରୁ ଆରମ୍ଭ ହୋଇଛି । ଆମାଜନ୍.ଇନରେ ପ୍ରାଇମ୍ ଆର୍ଲି ଆସେସ୍ ସେଲ୍ ଓ ୱାନପ୍ଲସ.ଇନରେ ବିକ୍ରି ୨୮ ସେପ୍ଟେମ୍ବର ୨୦୧୯ ମଧ୍ୟାହ୍ନ ୧୨ଟରେ ଆରମ୍ଭ ହୋଇଛି । ଆମାଜନ୍.ଇନ୍ରେ ବିକ୍ରି ୨୯ ସେପ୍ଟେମ୍ବର ୨୦୧୯ରେ ମଧ୍ୟରାତ୍ର ୧୨ଟାରେ ଆରମ୍ଭ ହେଉଛି । ଶୁଭାରମ୍ଭ ଅଫର୍ ସମୟରେ ଗ୍ରାହକମାନେ ଏଚଡିଏଫସି , ଏସବିଆଇ ଭଳି କେତେକ ଲୋକପ୍ରିୟ ବ୍ୟାଙ୍କର ଡେବିଟ୍ ତଥା କ୍ରେଡିଟ୍ କାର୍ଡରେ ଆକର୍ଷଣୀୟ ରିହାତି ସହିତ କ୍ୟାସ୍ ବ୍ୟାକ୍ ଅଫର୍ ପାଇପାରିବେ । ଏହା ସହିତ, ୱାନ୍ ପ୍ଲସ୍ ଏୟାର୍ଟେଲ୍ ଗ୍ରାହକଙ୍କୁ ବିଭିନ୍ନ ଲାଭ ଯେପରିକି ଦୁଇଗୁଣ ଡାଟା ଲାଭ ପ୍ରଦାନ କରି, ଏହି ସହବନ୍ଧିତା ୱାନପ୍ଲସ.ଇନ୍ ପାଇଁ ୫୦୦ ଟଙ୍କାର ଆସେସରୀ ଭାଉଚର୍ ପ୍ରଦାନ କରୁଛି । ଏହା ସହିତ ୩ ମାସର ମାଗଣା ନେଟଫ୍ଲିକ୍ସ ସଦସ୍ୟତା, ୧ ବର୍ଷର ମାଗଣା ଆମାଜନ୍ ପ୍ରାଇମ୍ ଭିଡିଓ ସଦସ୍ୟତା, ଏୟାର୍ ଟିଭି ପ୍ରିମିୟମ୍ ସଦସ୍ୟତା, ଏକ ୱିଙ୍କ ସଦସ୍ୟତା ସହିତ ଏୟାର୍ଟେଲ୍ ସିକ୍ୟୋର୍ ପ୍ରଦାନ କରୁଛି ।

Share It

Comments are closed.