କୋବ୍ ପକ୍ଷରୁ ଭୁବନେଶ୍ୱରରେ ଏହାର ନୂତନ ଷ୍ଟୋରର ଶୁଭାରମ୍ଭ


ଭାରତର ଅଗ୍ରଣୀ ପୁରୁଷ ପୋଷାକ ଫେସନ୍ ବ୍ରାଣ୍ଡ୍, କୋବ୍ ପକ୍ଷରୁ ଭୁବନେଶ୍ୱରର ପାଲହାଇଟ୍ସରେ ଏକ ନୂତନ ଷ୍ଟୋରର ଶୁଭାରମ୍ଭ କରାଯାଇଛି । କୋବ୍ର ଏହି ନୂତନ ଷ୍ଟୋରଟି ୫୪୦ ବର୍ଗ ଫୁଟ୍ ଅଞ୍ଚଳରେ ପରିବ୍ୟାପ୍ତ ଥିବାସହିତ ଏହା ପାଲହାଇଟ୍ସର ପ୍ରଥମ ମହଲାରେ ରହିଛି । ଉକ୍ତ ଷ୍ଟୋରକୁ ପ୍ରଶିଦ୍ଧ ଶିଳ୍ପୀ ତଥା ପଦ୍ମଶ୍ରୀ, ରଘୁନାଥ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ମୋହସିନ୍ ଶେଖ୍, ଡାଇରେକ୍ଟର ଜେନେରାଲ୍-ମାର୍କେଟିଂ (ଭାରତ), କୋବ୍ ଉପସ୍ଥିତ ଥିଲେ ।
ଏହା ହେଉଛି ଓଡ଼ିଶାରେ କୋବ୍୍ର ତୃତିୟ ସ୍ୱତନ୍ତ୍ର ଷ୍ଟୋର୍ । ପୂର୍ବରୁ ଦୁଇଟି ଷ୍ଟୋର୍ ଯଥାକ୍ରମେ ପୁରୀ ଏବଂ କଟକରେ ରହିଛି । ଆଜିର ଉଦ୍ଘାଟନୀ ଅବସରରେ କଂପାନି ପକ୍ଷରୁ “ଓପନିଂ ଧମାକା ସେଲ୍’ ଘୋଷଣା କରାଯାଇଛି । ଏଥିରେ ଗ୍ରାହକମାନେ ଦୁଇଟି କିଣିଲେ ୬ଟି ଜିନିଷ (ବାଏ ୨ ଗେଟ୍ ୬) ପାଇପାରିବେ ।
ଏହି ଅବସରରେ ଶ୍ରୀଯୁକ୍ତ ମୋହସିନ୍ ଶେଖ୍, ଡାଇରେକ୍ଟର ଜେନେରାଲ୍-ମାର୍କେଟିଂ (ଭାରତ), କୋବ୍ କହିଛନ୍ତି ଯେ, “ଆମ ବ୍ୟବସାୟର ସଫଳତା ଆମ ବ୍ରାଣ୍ଡ୍ର ଉଲ୍ଳେଖନୀୟ ସୁଦୃଢ଼ତା ଯୋଗୁଁ ସମ୍ଭବ ହୋଇଛି । ଆମେ ବିଶ୍ୱାସ କରୁଯେ ଆମର ସଫଳତା ପରବର୍ତ୍ତିତ ଫେସନ୍ ଟ୍ରେଣ୍ଡ୍କୁ ଚିହ୍ନଟ କରିବା, ଜାଣିବା ଏବଂ ଉଚିତ ସମୟ ମଧ୍ୟରେ ସେଥିପାଇଁ ବ୍ୟବସ୍ଥା କରିବା ଉପରେ ନିର୍ଭରଶୀଳ ।’’
ଆସନ୍ତା ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ୫୦ଟି ନୂଆ ଷ୍ଟୋର୍ ଖୋଲିବାକୁ କୋବ୍ ଯୋଜନା ରଖିଛି । ଆଗାମୀ ଦିନ ମାନଙ୍କରେ ଅନ୍ୟ ଷ୍ଟୋର୍ଗୁଡ଼ିକ ଯାଜପୁର, ଅନୁଗୁଳ, ତାଳଚେର ଓ ଝାରସୁଗୁଡ଼ା ସମେତ ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ଖୋଲାଯିବାର ବ୍ୟବସ୍ଥା ରହିଛି ।
ଭୁବନେଶ୍ୱରରେ ନୂତନ ଷ୍ଟୋର୍ର ଶୁଭାରମ୍ଭକରି କଂପାନି ରାଜ୍ୟରେ ଏହାର ଉପସ୍ଥିତିକୁ ବଢ଼ାଇଛି । କଂପାନି ଏହାର ଗ୍ରାହକମାନଙ୍କୁ ଆନ୍ତର୍ଜାତିକ ମାନର ସପିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ଚାହୁଁଛି । କୋବ୍ର ଉତ୍ପାଦ ଗୁଡ଼ିକ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାନା, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ବିହାର, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଆସାମର ୨୦୦ରୁ ଉଦ୍ଧ୍ୱର୍ ସ୍ୱତନ୍ତ୍ର ବ୍ରାଣ୍ଡ୍ ଆଉଟ୍ଲେଟ୍ ଓ ସମ୍ପୁର୍ଣ୍ଣ ଦେଶର ୭୫ରୁ ଉଦ୍ଧ୍ୱର୍ ମଲ୍ଟି ବ୍ରାଣ୍ଡ୍ ଆଉଟ୍ଲେଟ୍ରେ ଉପଲବ୍ଧ ହେଉଛି । କୋବ୍ ଗ୍ରାହକମାନଙ୍କୁ ଡିଜାଇନ୍ ପ୍ରେରିତ ଉତ୍ପାଦ ଯୋଗାଇ ଦେଉଛି । ଏହାର ଷ୍ଟୋର୍ରେ ସାର୍ଟ, ଟ୍ରାଉଜର୍, ଡେନିମ୍, ଟି-ସାର୍ଟ, ସୁଟ୍ ଓ ବ୍ଲେଜର୍ ବିକ୍ରି ହେଉଛି ।


Share It

Comments are closed.