ଏସିଆ କପରେ ପାକିସ୍ତାନ ଠାରୁ ହାରିଯିବା ଭୟରେ ବିରାଟ ଜାଣିଶୁଣି ଖେଳୁନାହାନ୍ତି


୧୫ ସେପ୍ଟେମ୍ବରରୁ ଆରମ୍ଭ ହେଉଛି ଏସିଆ କପ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତାହର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିପାରେ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରତ୍ୟେକ ମ୍ୟାଚକୁ ଦେଖିବା ପାଇଁ ଦର୍ଶକମାନେ ଅତି ଉତ୍କଣ୍ଠାର ସହକାରେ  ଅପେକ୍ଷା କରିଥାନ୍ତି କାରଣ ଉଭୟ ହେଉଛନ୍ତି ପରସ୍ପରର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ତେବେ ଏହି ଟୁର୍ଣ୍ଣାମେଣ୍ଟ ସଂପର୍କର ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ମୋଇନ ଖାନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ଆକ୍ଷେପ କରି ଏକ ମନ୍ତବ୍ୟ ଦେଇଛନ୍ତି ।
ପାକିସ୍ତାନର ୱାନ ୨ ଜେଡ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାର ପୂର୍ବତ୍ତନ କ୍ରି୍କେଟର ମୋଇନ ଖାନ କହିଛନ୍ତି ଯେ, ମୋତେ ଲାଗୁଛି ବିସିସିଆଇ ଜାଣିଶୁଣି ବିରାଟଙ୍କୁ ବିଶ୍ରାମ ଦେବା ବାହାନରେ ଖେଳାଇବାକୁ ଚାହୁଁ ନାହିଁ କାରଣ ଭାରତ ଯଦି ପାକିସ୍ତାନ ଠାରୁ ହାରିଯିବ ତେବେ ବିରାଟ ମ୍ୟାଚ ନଖେଳୁଥିବା ଯୋଗୁଁ ଭାରତ ହାରିଗଲା ବୋଲି କାରଣ ଦର୍ଶାଇ ପାରିବେ ।
କେବଳ ଏତିକି ନୁହେଁ ଭାରତ ଯଦି ବିରାଟଙ୍କ ବିନା ପାକିସ୍ତାନ ଠାରୁ ଜିତିଯାଏ ତେବେ ଭାରତ କହିବ ଯେ, ବିରାଟଙ୍କ ବିନା ବି ଭାରତ ପାକିସ୍ତାନକୁ ହରାଇବା ପାଇଁ ସକ୍ଷମ ବୋଲି ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ମୋଇନ ଖାନ ସାକ୍ଷାତକାର ମାଧ୍ୟମରେ କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏସିଆ କପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ କୋହଲି ନଖେଳିବା ସବୁଠାରୁ ଆଶ୍ଚର୍ଯ୍ୟର କଥା ଅଟେ । ହୁଏତ ସେ ନିକଟ ଅତୀତରେ ଅନେକ ସଫଳତା ହାସଲ କରିଥାଇ ପାରନ୍ତି କିନ୍ତୁ ପାକିସ୍ତାନ ବୋରଧରେ ତାଙ୍କ ରେକର୍ଡ ସେତେଟା ଭଲ ନାହିଁ । ସେଥିପାଇଁ ମୋତେ ସନ୍ଦେହ ହେଉଛି ଯେ ବିରାଟଙ୍କୁ ଜାଣିଶୁଣି ଟୁର୍ଣ୍ଣାମେଣ୍ଟରୁ ବାହାର କରାଯାଇଛି । ସବୁଠାରୁ ମୁଖ୍ୟ କଥା ହେଲା ସେ ଏବେ କିଛି ଦିନ ହେବ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିଥିବା ବେଳେ ତ ସମ୍ପୂର୍ଣ୍ଣ ଠିକ ଥିଲେ ତେବେ ତାଙ୍କର ଫିଟନେସ ଅସୁବିଧା ଆସିଲା କେଉଁଠୁ ? ବୋଲି ମୋଇନ ଖାନ ପ୍ରଶ୍ନ କରିଥିଲେ ।


Share It

Comments are closed.