ଲକଡାଉନକୁ ନେଇ ଚୀନର ବଡ଼ ଘୋଷଣା


ଗୋଟିଏ ପଟେ ଇଟାଲୀ, ଆମେରିକା ଏବଂ ଫ୍ରାନ୍ସ ଭଳି ଦେଶରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଚାଲିଥିବାବେଳେ ଅନ୍ୟ ପଟରେ ଏହି ଭାଇରସର ଉତ୍ପତ୍ତି ସ୍ଥଳ ଚୀନରେ ଏହାର ପରସ୍ଥିତି ଆୟତ ମଧ୍ୟକୁ ଆସୁଥିବାର ଦେଖାଯାଉଛି । ଏହି ସମୟରେ ଚୀନ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଚୀନର ହୁୱେଇ ପ୍ରାନ୍ତରେ ଯିବା ଆସିବା ଉପରେ ଲାଗିଥିବା କଟକଣାକୁ ଆଜି ଅର୍ଥାତ ବୁଧବାର ହଟାଇବାକୁ ଯାଉଛି । ହୁୱେଇ ହେଉଛି ସେହି ସ୍ଥାନ ଯେଉଁଠାରୁ ପ୍ରଥମ କରି ଏହି ଭୟଙ୍କର ମହାମାରୀ କରୋନା ଭାଇରସର ଉତ୍ପତ୍ତି ହୋଇଥିଲା । ଚୀନ ଏହା ମଧ୍ୟ ଘୋଷଣା କରିଛି ଯେ ସୁବେର ରାଜଧାନୀ ୱୁହାନରେ ତିନିମାସ ଧରି ଚାଲି ଆସୁଥିବା ଲକ ଡାଉନକୁ ୮ ଏପ୍ରିଲରେ ଉଠାଇ ନିଆଯିବ । ୱୁହାନ ଏବଂ ହୁୱେଇ ପ୍ରାନ୍ତର ପାଞ୍ଚ କୋଟି ଷାଠିଏ ଲକ୍ଷ ଜନସଂଖ୍ୟାକୁ ଚୀନର ଏହି ପଦକ୍ଷେପ ବେଶ ଆଶ୍ୱସ୍ତି ପ୍ରଦାନ କରିବ । ୱୁହାନରେ ଗତ ପାଞ୍ଚଦିନ ଠାରୁ ସଂକ୍ରମଣର କୌଣସି ନୂଆ ମାମଲା ସମ୍ନାକୁ ଆସି ନାହିଁ ।


Share It

Comments are closed.