ଆମେରିକାରେ ଗୋଟିଏ ଦିନରେ ୧୫୦ ମୃତ, ୧୦,୦୦୦ରୁ ଉର୍ଦ୍ଧ୍ୱ ସଂକ୍ରମିତ !


ଆମେରିକାରେ ଗୋଟିଏ ଦିନରେ ୧୦,୦୦୦ କରୋନା ଭାଇରସ ସଂକ୍ରମିତ ମାମଲା ସାମନାକୁ ଆସିଥିବାବେଳେ ଅନ୍ୟପଟେ ଏହି ଭାଇରସର ସଂକ୍ରମଣ ଦ୍ୱାରା ଗୋଟିଏ ଦିନରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିିଛି । ଆମେରିକା, ଫ୍ରାନ୍ସ ଏବଂ ଇଟାଲୀରେ ଏହି କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ସେପଟେ ଏହି ଭାଇରସର ମୂଳ ଉତ୍ପତିସ୍ଥଳ ବୋଲାଉଥିବା ଚୀନରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଲାଣି ।
ସେଥିପାଇଁ ଚୀନ ଆଜି ଏହି ଭାଇରସର ଉତ୍ପତି କେନ୍ଦ୍ର ଥିବା ଉହାନ ସହରରୁ ଲକଡାଉନ ହଟାଇବାର ଆଦେଶ ଜାରି କରିଥିବାର ସୂଚନା ମିଳିଛି । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦,୦୦୦ ପାର କରିସାରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୧୦୦ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି । ୟୁରୋପରେ ଏହି ଭାଇରସ ଦ୍ୱାରା ୨ ଲକ୍ଷରୁ ଅଧିକ ସଂକ୍ରମିତ ହୋଇ ସାରିଲେଣି । ଯଦି ସାରା ବିଶ୍ୱ କଥା କହିବା ତେବେ ଏଥିରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ ହୋଇ ସାରିଥିବାବେଳେ ୧୮୬୦୫ ଜଣ ପ୍ରାଣ ହରାଇ ସାରିଲେଣି । ଏହା ସହ ୧୦୮୩୧୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ପ୍ରତ୍ୟାବର୍ତ୍ତନ ମଧ୍ୟ କରି ସାରିଛନ୍ତି ।
ସେପଟେ ଆମେରିକାର ଅର୍ଥ ବ୍ୟବସ୍ଥା ସଂପର୍କରେ ପ୍ରତିକ୍ରିୟା ରଖି ଟ୍ରମ୍ପ କହିଛନ୍ତି ଯେ, ଆସନ୍ତା ୧୨ ଏପ୍ରିଲ ସୁଧା ଅର୍ଥବ୍ୟବସ୍ଥାରେ ସୁଧାର ଆଶି ପାରେ ବୋଲି ଆଶା ବ୍ୟକ୍ତ କରାଯାଉଛି ।


Share It

Comments are closed.