ତୃତୀୟ ଥର ପାଇଁ କୋନିକାଙ୍କ ରକ୍ତ ନମୁନା ଆସିଲା ପଜିଟିଭ


କୋଭିଡ-୧୯ ପରୀକ୍ଷା ଲାଗି ତୃତୀୟ ଥର ପାଇଁ କୋନିକା କପୁରଙ୍କ ଠାରୁ ମଙ୍ଗଳବାର ରାତିରେ ସଂଗ୍ରହ କରାଯାଇଥିବା ରକ୍ତ ନମୁନା ପୁଣି ଥରେ ପଜିଟିଭ ଆସିଛି । ପ୍ରକାଶ ଥାଉକି ଏହା ପୂର୍ବରୁ ହୋଇଥିବା ପରୀକ୍ଷାରେ ମଧ୍ୟ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।
ପ୍ରକାଶ ଥାଉଖି, ସେ ବର୍ତ୍ତମାନ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁୟଟ ଇନଷ୍ଟିଚିୟୁଟ ଅଫ ମେଡିକାଲ ସାଇନ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏହି ସଂପର୍କରେ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ କୋନିକାଙ୍କ ୨ଟି ରିପୋର୍ଟ ନେଗେଟିଭ ନଆସିଛି, ସେ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଚାଲିବ ।
ପ୍ରକାଶ ଥାଉକି, ଯେଉଁ ଉତ୍ସବରେ କୋନିକା ଯୋଗ ଦେଇଥିଲେ ସେହି ଉତ୍ସବରେ ଅନେକ ବ୍ୟବସାୟୀଙ୍କ ଠାରୁ ଆରମ୍ଭ ବିଶିଷ୍ଟ ରାଜନେତା ମଧ୍ୟ ଯୋଗ ଦେଇଥିଲେ । କୋନିଆ ଯେଉଁମାନଙ୍କ ସହ ସଂସ୍ପର୍ଶରେ ଆସିଥିଲେ ତାଙ୍କ ରକ୍ତ ନମୁନା ନେଗେଟିଭ ଆସିଛି ।


Share It

Comments are closed.