କ’ଣ ବିଶ୍ୱକପ ଦୌଡରୁ ବାଦ ପଡିଲା ପାକିସ୍ତାନ, ଜାଣନ୍ତୁ ?


ଗତ କାଲି ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖୁବ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା, ଯେଉଁଥିରେ ଭାରତ, ଇଂଲଣ୍ଡ ଠାରୁ ୩୧ ରନରେ ପରାଜୟ ବରଣ କରିଥିଲା । ସେପଟେ ଇଂଲଣ୍ଡର ଏହି ବଜୟ ପରେ ସେମିଫାଇନାଲ ରେସ ଦଳ ନିଜର ସ୍ଥିତକୁ ବଜାୟୀ ରଖିପାରିଥିବାବେଳେ ଅନ୍ୟପଟେ କେବଳ ଅଷ୍ଟ୍ରେଲିଆ, ବିଶ୍ୱକପ ସେମିଫାଇନାଲ ରାଉଣ୍ଡରେ ନିଜ ସ୍ଥିତ ପକ୍କା କରି ସାରିଛି ।
ଆଫଗାନିସ୍ଥାନ, ସାଉଥ ଆଫ୍ରିକା, ୱେଷ୍ଟଇଣ୍ଡିଜ ବିଶ୍ୱକପ ରେସରୁ ବାଦ ପଡିଥିବାବେଳେ ଅନ୍ୟପଟେ ସେମିଫାଇନାଲ ପାଇଁ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ବାକି ଦଳ ମାନଙ୍କ ମଧ୍ୟରେ ଟକ୍କର ଖୁବ ଜୋରସେ ହେବ ବୋଲି ଏହା ନିଶ୍ଚିନ୍ତ ହୋଇସାରିଛି ।
ସେମିଫାଇନାଲରେ ଦ୍ୱିତୀୟ ସ୍ଥାନ ପାଇଁ ଭାରତ ପ୍ରମୁଖ ଦାବିଦାର ଥିବାବେଳେ ଦଳ ୫ଟି ମ୍ୟାଚରେ ବିଜୟ ହାସଲ କରିବା କରି +୦.୮୫୪ ଅଙ୍କ ସହ ୧୧ ପଏଣ୍ଟ ବର୍ତ୍ତମାନ ସୁଧା ହାସଲ କରିପାରିଛି । ସେହିଭଳି ଭାରତର ଆଗାମୀ ମ୍ୟାଚ ଶ୍ରୀଲଙ୍କା ଏବଂ ବାଙ୍ଗଲାଦେଶ ମଧ୍ୟରେ ଥିବାବେଳେ ଯଦି ଏହି ଦୁଇଟି ମ୍ୟାଚ ମଧ୍ୟରୁ ଭାରତ ଗୋଟିଏରେ ବି ବିଜୟ ହାସଲ କରେ, ତେବେ ଦଳ ୧୩ ପଏଣ୍ଟ ସହ ସେମିଫାଇନାଲ ପାଇଁ ଦ୍ୱିତୀୟ ସ୍ଥାନରେ ରହିବ ।
ଯଦି ଆମେ ନ୍ୟୁଜିଲାଣ୍ଡ କଥା କହିବା ତେବେ, ଦଳ ୮ ମ୍ୟାଚ ଖେଳି ୧୧ ପଏଣ୍ଟ ହାସଲ କରିଥିଲେ ମଧ୍ୟ ରନରେଟ(+୦.୫୭୨) ଅନୁଯାୟୀ ଦଳ, ଭାରତ ଠାରୁ ଟିକେ ତଳେ ଅଛି । ନ୍ୟୁଜିଲାଣ୍ଟର ଆଗାମୀ ମ୍ୟାଚ ଇଂଲଣ୍ଡ ସହ ଥିବାବେଳେ ଏମାନଙ୍କ ମଧ୍ୟରୁ ଯେଉଁ ଦଳ ଜିତିବ ସେହି ଦଳ ସିଧା ସେମିଫାଇନାଲରେ ପ୍ରବେଶ କରିବ ।
ସେମିଫାଇନଲାରେ ୪ର୍ଥ ସ୍ଥାନ ପାଇଁ ଇଂଲଣ୍ଡ, ଶ୍ରୀଲଙ୍କା, ପାକିସ୍ତାନ, ଏବଂ ବାଙ୍ଗଲାଦେଶ ମଧ୍ୟରେ କଡା ଟକ୍କର ହେବାକୁ ଥିବାବେଳେ ରନରେଟ ଅନୁଯାୟୀ ଶ୍ରୀଲଙ୍କା ପାଇଁ ଏହି ରେସରେ ଦୈଡିବା ଏତେ ସହଜ ହୋଇନପାରେ । ସେହିଭଳି ପାକିସ୍ତାନର ବାଙ୍ଗଲାଦେଶ ସହ ଆଉ ଏକ ମ୍ୟାଚ ବାକି ଥିବାବେଳେ ଯଦି ପାକିସ୍ତାନ ଏହି ମ୍ୟାଚରେ ଜିତିଯାଏ କିମ୍ବା ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଠାରୁ ବିଜୟୀ ହୋଇଯାଏ ତେବେ ପାକିସ୍ତାନ ୧୧ ପଏଣ୍ଟ ସହ ସେମିଫାଇନାଲ ପାଇଁ କ୍ୱାଲିଫାଏ ହେବାର ଅନେକ ସମ୍ଭାବନା ଥିବାବେଳେ ଇଂଲଣ୍ଡ ୧୦ ପଏଣ୍ଟ ସହ ବିଶ୍ୱକପ ଦୈଡରୁ ବାଦ ପଡିପାରେ ।


Share It

Comments are closed.