ଷ୍ଟାଡିୟମ ବାହାରେ ପାକିସ୍ତାନୀ କ୍ରିକେଟପ୍ରେମୀଙ୍କୁ ନିର୍ଧୁମ ଛେଚିଲେ ଆଫଗାନିସ୍ଥାନୀ, ଦେଖନ୍ତୁ ଭିଡିଓ


ଶନିବାର ବିଶ୍ୱକପରେ ପାକିସ୍ତାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଥିବାବେଳେ ଉଭୟ ଟିମ ନିଜ ଦେଶ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ । ଏହି ମ୍ୟାଚଟି ଖୁବ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ପାକିସ୍ତାନ ପାଇଁ ଏହି ମ୍ୟାଚଟି ‘କର ବା ମର’ ପରିସ୍ଥିତି ସଦୃଶ୍ୟ । ତେବେ ଖେଳାଳୀଙ୍କ ମଧ୍ୟରେ ଏହି ମ୍ୟାଚକୁ ନେଇ ଯେତେ ଗମ୍ଭୀର ନଥଲା ତା’ଠାରୁ ଅଧିକ ଗମ୍ଭୀରତା ଗ୍ୟାଲେରିରେ ମହଜୁଦ ଥିବା ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରକାଶ ପାଇଥିଲା ।
ତେବେ ଏହି ମ୍ୟାଚରେ ଆଫଗାନିସ୍ଥାନ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ପାକିସ୍ତାନ ସମ୍ମୁଖରେ ୨୨୭ ରନର ଟାର୍ଗେଟ ଦେଇଥିବାବେଳେ ଅନ୍ୟପଟରେ ଖେଳ ଚାଲିଥିବା ଷ୍ଟାଡିୟମ ବାହାରେ ଉଭୟ ଦେଶରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅଜବ ଘଟଣା ଘଟିଛି ।


ଘଟଣାଟି ଏହା ଯେ, ଷ୍ଟାଡିୟମରେ ଖେଳ ଚାଲୁଥିବାବେଳେ ବାହାରେ ଜଣେ ପାକିସ୍ତାନୀ କ୍ରିକେଟପ୍ରେମୀଙ୍କୁ ଆଫଗାନିସ୍ଥାନୀମାନେ ନିର୍ଧୁନ ଛେଛିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲେ ହେବାରେ ଲାଗିଛି ।
ପ୍ରକାଶ ଥାଉକି, ରାଜନୀତି ହେଉ ଅବା କୂଟନୀତି ଉଭୟ ଦେଶଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନଥିବାବେଳେତ୍ତବର୍ତ୍ତମାନ ଏହାର ଜଲନ୍ତ୍ୱ ଉଦାହାରଣ ବିଶ୍ୱକପରେ ଚାଲିଥିବା କ୍ରିକେଟ ମ୍ୟାଚରେ ଦେଖିବାକୁ ମିଳିଛି ।


Share It

Comments are closed.