ଚାକିରିରେ ଥାଇ କ୍ୟାଟ ପରୀକ୍ଷାରେ ଶ୍ରେଷ୍ଠ ୨୦ରେ ସ୍ଥାନ ପାଇଲେ ଛବି ଗୁପ୍ତା


ଆଜିର ଏ ଆଧୁନିକ ସମାଜରେ ନାରୀ ନିଜକୁ ତାର କଠିନ ପରିଶ୍ରମ ଏବଂ ଅଦମ୍ୟ ଇଛା ଶକ୍ତି ବଳରେ ସବୁ କ୍ଷେତ୍ରରେ ସଫଳ ପ୍ରତିପାଦିତ କରିଥିବାବେଳେ ଦିଲ୍ଲୀ ନିବାସି ଛବି ଗୁପ୍ତାଙ୍କର ଏହି ସଫଳତା ସତରେ ଏହାର ଅନ୍ୟ ଏକ ଉଦାହରଣ । ସଦ୍ୟ ପ୍ରକାଶିତ କମନ୍ ଆଡ଼ମିଶନ୍ ଟେଷ୍ଟ୍ (କ୍ୟାଟ୍) ୨୦୧୭ ରେ ଛବି ଗୁପ୍ତା ପ୍ରଥମ ପ୍ରୟାସରେ ୧୦୦ ପର୍ସେଣ୍ଟାଇଲ ସହିତ ଟପ୍ ୨୦ ଭିତରେ ନିଜର ନାମକୁ ସ୍ଥାନିତ କରିପାରିଛନ୍ତି । ୨୪ ବର୍ଷିୟ ଛବି ଗୁପ୍ତା ବର୍ତ୍ତମାନ ନୋଏଡ଼ାସ୍ଥିତ ଅପେରା ସଲ୍ୟୁସନସରେ କାର୍ଯ୍ୟରତ । ବାୟୋଟେକ୍ନୋଲୋଜିରେ ଦିଲ୍ଲୀରେ ଆଇଆଇଟିରୁ ବିଟେକ୍ ଏବଂ ଏମଟେକ୍ କରିଥିବା ଛବିଙ୍କୁ ବର୍ତ୍ତମାନ ଆଇଆଇଏମ୍ ଅହମଦାବାଦ୍ କିମ୍ବା କିଲିକତାରେ ଆଡ଼ିମିଶନ୍ ସୂଯୋଗ ମିଳିପାରେ ।
ଚାକିରୀ କରୁଥିବାରୁ ଛବି ଗୁପ୍ତାଙ୍କୁ ପଢିବାକୁ ଅଧିକ ସମୟ ମିଳିପାରୁନଥିଲା, ତେଣୁ ସେ ବ୍ୟାଙ୍କିଂ କୋଚିଂ ନେଇ କ୍ୟାଟ୍ ପାଇଁ ପ୍ରସ୍ତୁତ ହେଉଥିଲେ । ସେ ଦିନକୁ ମାତ୍ର ୨ ରୁ ୩ ଘଣ୍ଟା ପଢିବାକୁ ସମୟ ପାଉଥିବାବେଳେ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ କେବଳ ବ୍ୟାଙ୍କିଂ ପଢାରେ ଧ୍ୟାନ ଦେଇଥିଲେ । ୧୦୦ ପର୍ସେଣ୍ଟାଇଲ ସହିତ କ୍ୟାଟ୍ରେ ସଫଳତା ପାଇବା ପରେ ତାଙ୍କର ସ୍ୱପ୍ନର ଶିକ୍ଷାନୁଷ୍ଠାନ, ଆଇଆଇଏମ୍ ଅହମଦାବାଦରେ ପଢିବାକୁ ଇଛା ପ୍ରକାଶ କରିଛନ୍ତି । ଛବିଙ୍କ ମତରେ ଯଦି ପରିବାରରେ କୌଣସି ପୁଅ ଅଧିକ ପାଠ ପଢେ ତେବେ ପରିବାର ସଦସ୍ୟ ତଥା ସମ୍ପର୍କିୟମାନେ ତାକୁ କୌଣସି ବାଧା ଦେଇନଥାନ୍ତି କିନ୍ତୁ ଠିକ୍ ସେହିପରି ଯଦି କୌଣସି ଝିଅ ଅଧିକ ପଢି କିଛି କରିବାକୁ ଇଛା ପ୍ରକାଶ କରିଥାଏ ତେବେ ତାକୁ ସେତେ ମାତ୍ରାରେ ସହାୟତା ମିଳିନଥାଏ । ଛବିଙ୍କ ପାରିବାରିକ ଜୀବନ ମଧ୍ୟରେ ତିନି ଭାଇ ଭଉଣୀଙ୍କ ମଧ୍ୟରେ ସେ ହେଉଛନ୍ତି ସବୁଠାରୁ ବଡ଼ । ତାଙ୍କ ମତରେ ଝିଅଟି କେବଳ ଗ୍ରାଜୁଏସନ୍ ସମାପ୍ତକରି ବାହାଘର କରାଇଦେଲେ ସେମାନଙ୍କର କର୍ତ୍ତବ୍ୟ ଶେଷ ହୋଇଯାଏ । ତେଣୁ ଅନେକ ଝିଅ ପୋଷ୍ଟ ଗ୍ରାଜୁଏସନ୍ କରିପାରିନଥାନ୍ତି । କିନ୍ତୁ ସମାଜ ବର୍ତ୍ତମାନ ପରିବର୍ତ୍ତନ ହେଲାଣି ନାରୀ ବର୍ତ୍ତମାନ ନିଜକୁ ସମସ୍ଥ ଜାଗାରେ ସଫଳ ପ୍ରତିପାଦନ କରିପାରିଛି । ତେଣୁ ମୋ ପରିବାର ମୋତେ ସର୍ବଦା ୧୦୦ ପ୍ରତିଶତ ସହାୟତା କରିଆସିଛନ୍ତି ।


Share It

Comments are closed.