ଭାରତରେ 2018 Honda Dioର ଶୁଭାରମ୍ଭ


ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ( ଏଚଏମଏସଆଇ) ପକ୍ଷରୁ ଏହାର ୨୦୧୮ ସଂସ୍କରଣ ହୋଣ୍ଡା ଡିଓର ଶୁଭାରମ୍ଭ କରାଯାଇଛି । ଏହି ୨୦୧୮ ସଂସ୍କରଣ ଡିଓର ମୂଲ୍ୟ ୫୧,୨୯୨( ଏକ୍ସ-ସୋରୁମ ଦିଲ୍ଲୀ ) ରହିଛି । ଏହା ସମସ୍ତ ହୋଣ୍ଡା ଡିଲର ମାନଙ୍କରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ଘୋଷଣ କରାଯାଇଛି । ଏହା ୨ଟି ଭ୍ୟାରିଏଣ୍ଟରେ ଉପଲବ୍ଧ ହେବ ପ୍ରଥମଟି ଷ୍ଟାଣ୍ଡାରଡ ଏବଂ ଦ୍ୱିତୀୟଟି ଡିଲକ୍ସ । ଏହାର ଷ୍ଟାଣ୍ଡାରଡ ଭ୍ୟାରିଏଣ୍ଟର ମୂଲ୍ୟ ୫୧,୨୯୨ ରହିଥିବା ବେଳେ ଡିଲେକ୍ସ ଭ୍ୟାରିଏଣ୍ଟର ମୂଲ୍ୟ ୫୩,୨୯୨(ଏକ୍ସ-ସୋରୁମ ଦିଲ୍ଲୀ) ରହିଛି । ହୋଣ୍ଡାର ଏହି ୨୦୧୮ ସଂସ୍କରଣରେ ଥିବା ଦୁଇଟି ଭ୍ୟାରିଏଣ୍ଟରେ ପ୍ରମିୟମ ଏଲଇଡି ହେଡଲ୍ୟାମ୍ପ, ପୋଜିସନ ଲ୍ୟାମ୍ପ ରହିବା ସହ ଫୋର-ଇନ-ୱାନ ଲକ ଓ ସିଟ ଓପେନିଙ୍ଗ ସ୍ୱିଚ ରହିଛି । ଏହି ସଂସ୍କରଣଟି ୯ଟି ରଙ୍ଗର ବିକଳ୍ପରେ ସହ ଆସୁଛି ।
ଏହି ନୂତନ ଡିଓରେ ନିୟୁ ମେଟାଲ ମଫଲର ପ୍ରୋଟେକ୍ଟର ରହିଥିବା ବେଳେ ଡିଲକ୍ସ ଭ୍ୟାରିଏଣ୍ଟରେ ଡିଜିଟାଲ ଯନ୍ତ୍ର ପ୍ୟାନେଲ ସହ ଥ୍ରୀ-ଷ୍ଟେପ “ଇକୋ ସ୍ପିଡ ଇଣ୍ଡିକେଟର” ସରଭିସ ରିମାଇଣ୍ଡର ଏବଂ ଗୋଲ୍ଡ-ଫିନିସଡ ରିମ ରହିଛି ।
୨୦୧୮ ଡିଓର ଷ୍ଟାଣ୍ଡାରଡ ଭ୍ୟାରିଏଣ୍ଟ ଭିବରାଣ୍ଟ ଓରେଞ୍ଜ, ପରଲ ସ୍ପୋର୍ଟସ ୟେଲୋ, ସ୍ପୋର୍ଟସ ରେଡ, କ୍ୟାଣ୍ଡି ଜାଜ ବ୍ଲୁ ଏବଂ ମ୍ୟାଟି ଏକ୍ସ ଗ୍ରେ ମେଟାଲିକ ଭଳି ୫ଟି ସେଡସରେ ଉପଲବ୍ଧ ହୋଇଥିବା ବେଳେ ଡିଲକ୍ସ ଭ୍ୟାରିଏଣ୍ଟଟି ଡ୍ୟାଜେଲ ୟେଲୋ ମେଟାଲିକ, ମ୍ୟାଟି ମାରସଲ ଗ୍ରୀନ ମେଟାଲିକ, ପରଲ ଇଗନସ ବ୍ଲାକ ଏବଂ ମ୍ୟାଟି ଆକ୍ସି ଗ୍ରେ ମେଟାଲିକ ଭଳି ୪ଟି ସେଡସରେ ଉପଲବ୍ଧ ।
ଏହି 2018 Honda Dioଟି ୧୧୦ସିସି ଇଞ୍ଜିନ ବିଶିଷ୍ଟ, ଯାହାକି ୭,୦୦୦ ଆରପିଏମରେ ୮ବିଏଚପିର ମ୍ୟାକ୍ସିମ ପୱାର ଏବଂ ୫,୫୦୦ ଆରପିଏମରେ ୮.୯ ଏମଏମର ପିକ ଟର୍କ ପ୍ରଦାନ କରୁଛି । 2018 Honda Dioଟରେ ୧୦ ଇଞ୍ଚି ହ୍ୱିଲ ସହ ଉଭୟ ପାଶ୍ୱରେ ୧୩୦ ଏମଏମ ଡ୍ରମ ବ୍ରେକ ଏବଂ କମ୍ବାଇଣ୍ଡ ବ୍ରେକିଙ୍ଗ ସିସଟମ ରହିଛି


Share It

Comments are closed.