ଶନିଦେବଙ୍କ କୃପାରେ ଭୀକାରୀ ମଧ୍ୟ ରାଜା ହୋଇଯାଏ, ଜାଣନ୍ତୁ ଶନିଦେବଙ୍କୁ ପ୍ରସନ୍ନ କରିବାର କିଛି ସରଳ ଉପାୟ


ଶନିଦେବ ହେଉଛନ୍ତି ଏଭଳି ଦେବତା ଯାହାଙ୍କର କ୍ରୋଧରେ ମଣିଷ କଣ ଅନ୍ୟ ଦେବତା ମଧ୍ୟ ଥରି ଉଠନ୍ତି | ଯାହା ଉପରେ ଥରେ ଶନି ଦେବଙ୍କ କୋପଦୃଷ୍ଟି ପଡ଼ିଗଲା ତାହାର ସମସ୍ତ ହେଉଥିବା କାର୍ଯ୍ୟ ମଧ୍ୟ ବିଗିଡ଼ିଯାଇଥାଏ | ତଥାପି, ଏହା ନୁହେଁ ଯେ ଶନି ଦେବ କେବଳ ଖରାପ କାର୍ଯ୍ୟର ଫଳ ଦିଅନ୍ତି | ଶନିଦେବ ସଚ୍ଚୋଟ ଲୋକଙ୍କୁ ମଧ୍ୟ ସେମାନଙ୍କର ସଠିକ କାର୍ଯ୍ୟର ଫଳ ଦେଇଥାନ୍ତି | କୁହାଯାଏ ଯେ ଶନିଦେବଙ୍କ ଅନୁଗ୍ରହରେ ଜଣେ ଭିକାରୀ ମଧ୍ୟ ରାଜା ହୋଇଯାଇଥାଏ।
କୁହାଯାଏ ଯେ ଯିଏ ଶନିଦେବଙ୍କ ସହ ଜଡ଼ିତ ଦାନ ଏବଂ ମନ୍ତ୍ର ଜପ କରନ୍ତି, ଏହା ତାଙ୍କୁ ବଢ଼ୁଥିବା ରୁଣରୁ ମୁକ୍ତ କରିବାରେ ସାହାଯ୍ୟ କରେ | ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବା ସହ ରୋଗରୁ ମଧ୍ୟ ମୁକ୍ତି ପାଆନ୍ତି |

ଶନିବାର ଦିନ, କାଉମାନଙ୍କୁ କଳା ଗୁଲାବ ଜାମୁନ୍ ଖାଇବାକୁ ଦିଅନ୍ତୁ ଏବଂ ଶନି ଚଲିସା ପାଠ କରନ୍ତୁ | ଶନିବାର ଦିନ ରୁଟି ଉପରେ ସୋରିଷ ତେଲ ଲଗାଇ କଳା କୁକୁରମାନଙ୍କୁ ଖାଇବାକୁ ଦିଅନ୍ତୁ | କୁକୁରମାନଙ୍କୁ ବିଶେଷ ସମ୍ମାନ ଦିଅନ୍ତୁ, ସେମାନଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ |

ଶନି ଦେବ ହନୁମାନଙ୍କୁ ପୂଜା କରିବା ଦ୍ବାରା ଶାନ୍ତ ହୁଅନ୍ତି। ଶନିବାର ଦିନ ଶନି ଦେବଙ୍କ ଉପବାସ ଏବଂ ପୂଜା କରନ୍ତୁ | ସନ୍ଧ୍ୟାରେ ହନୁମାନ ଚାଲିସା ପାଠ କଲେ ଶନି ଦେବଙ୍କ କ୍ରୋଧ ଦୂର ହୋଇଯାଇଥାଏ | ଶନି ଦେବ କଳା ରଙ୍ଗ ପସନ୍ଦ କରନ୍ତି, ତେଣୁ କଳା ପଶୁମାନଙ୍କୁ ଖାଇବାକୁ ଦିଅନ୍ତୁ |


Share It

Comments are closed.