ଟ୍ରମ୍ପ ପ୍ରଶାସନର ବଡ ନିଷ୍ପତ୍ତି, ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା


ଟ୍ରମ୍ପ ପ୍ରଶାସନର ବଡ ନିଷ୍ପତ୍ତି। ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା। ସମଗ୍ର ବିଶ୍ୱ ମହାମାରୀ କରୋନା ସହ ସଂଘର୍ଷ କରୁଥିବାବେଳେ ଆମେରିକା ହେଉଛି ସର୍ବାଧିକ ପ୍ରଭାବିତ ଦେଶ। ଏହି ସମୟରେ, ଟ୍ରମ୍ପ ପ୍ରଶାସନ କୋଭିଡ-୧୯ ପରୀକ୍ଷଣକୁ ନେଇ ନିର୍ଦ୍ଦେଶାବଳୀ ପରିବର୍ତ୍ତନ କରିଛନ୍ତି।

ପ୍ରଶାସନ ଏଭଳି ଦ୍ୱିତୀୟ ଥର କରିଛି। ଏଣିକି ସେହି ଲୋକମାନଙ୍କୁ ବି କରୋନା ପରୀକ୍ଷା କରିବାକୁ ବାଧ୍ୟତାମୂଳକ ହେବ ଯେଉଁମାନେ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ଶରୀରରେ କୌଣସି ଲକ୍ଷଣ ଥିଲେ ମଧ୍ୟ ସେମାନଙ୍କୁ କରୋନା ପରୀକ୍ଷା କରାଇବାକୁ ପଡ଼ିବ। ଏହା ବାଧ୍ୟତାମୂଳକ ଅଟେ।

ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ବିଶେଷଜ୍ଞଙ୍କୁ ସେହି ସମୟରେ କ୍ରୋଧିତ କରିଦେଇଥିଲେ। ଯେତେବେଳେ ଏହା କୁହାଯାଇଥିଲା କି ଯେଉଁମାନଙ୍କର ଲକ୍ଷଣ ନାହିଁ ସେମାନଙ୍କୁ ପରୀକ୍ଷା କରିବାର ଆବଶ୍ୟକ ନାହିଁ। ଅଗଷ୍ଟ ୨୪ ପୂର୍ବରୁ, ସିଡିସି ସମସ୍ତଙ୍କ ପାଇଁ ପରୀକ୍ଷା ବାଧ୍ୟତାମୂଳକ କରିଥିଲେ ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଦେଉଛି।

ଏଥି ସହିତ, ଶୁକ୍ରବାର ଦିନ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ସିଡିସିର ପରୀକ୍ଷାକୁ ନେଇ ଜାରି କରାଯାଇଥିବା ନିର୍ଦ୍ଦେଶକୁ ପୁରି ଥରେ ଲାଗୁ କରିଦିଆଯାଇଛି। ଆମେରିକାର ଅଧିକାଂଶ ରାଜ୍ୟ ସିଡିସିର ଅଗଷ୍ଟ ୨୪ ଗାଇଡଲାଇନକୁ ପ୍ରତ୍ୟାଖ୍ୟାନ କରିଥିଲେ । କିଛି ରାଜ୍ୟ ଅଧିକାରୀ ଗତ ମାସରେ କହିଥିଲେ ଯେ, ସେମାନଙ୍କୁ ଲାଗୁଛି ପରୀକ୍ଷଣର ଗୁରୁତ୍ୱକୁ ହ୍ରାସ କରିବା ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନୂଆ ମାମଲାରେ ହ୍ରାସ କରିବାର ଇଚ୍ଛା ରହିଛି।


Share It

Comments are closed.