ପଶ୍ଚିମବଙ୍ଗ ଏବଂ କେରଳରୁ ୯ ଅଲ-କାଏଦା ଆତଙ୍କବାଦୀ ଗିରଫ


ହୋଇଛନ୍ତି ୯ ଅଲ-କାଏଦା ଆତଙ୍କୀ । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପଶ୍ଚିମବଙ୍ଗ ଏବଂ କେରଳରେ ଚଢ଼ାଉ କରି ୯ ଜଣ ଆତଙ୍କୀମାନଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ୬ ଜଣ ଆତଙ୍କୀ ଏବଂ କେରଳର ଏର୍ଣ୍ଣାକୁଲମରୁ ୩ ଆତଙ୍କୀଙ୍କୁ ଗିରଫ କରିଛି NIA । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଟ୍ରାକ କରିବା ପରେ ଏହି ଆତଙ୍କୀ ମାନଙ୍କୁ ଗିରଫ କରାଯାଇଛି । ସେହିପରି ଉଭୟ ପଶ୍ଚିମବଙ୍ଗ ଏବଂ କେରଳର ବିଭିନ୍ନ ସ୍ଥାନରେ ରେଡ କରାଯାଉଥିବା ଜଣାପଡ଼ିଛି । କିଛି ଦିନ ତଳେ ଦିଲ୍ଲୀରୁ ଆତଙ୍କୀ ଗିରଫ ହେବା ଓ ପରେ ଜମ୍ମୁ-କାଶ୍ମୀରରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିଲା । ଆଉ ଏବେ ଏତେ ସଂଖ୍ୟକ ଆତଙ୍କୀ ଗିରଫ ହେବା ଦ୍ୱାରା ନିଶ୍ଚିତ ବଡ଼ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି ।


Share It

Comments are closed.