ବିଗ୍ ବଜାର ‘ପବ୍ଲିକ୍ ହଲିଡେ ସେଲ୍’ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩


ବିଗ୍ ବଜାର ପକ୍ଷରୁ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ତାରିଖ ମଧ୍ୟରେ ସମସ୍ତ ବିଗ୍ ବଜାର ଷ୍ଟୋରମାନଙ୍କରେ ‘ପବ୍ଲିକ୍ ହଲିଡେ ସେଲ୍’ର ଘୋଷଣା କରାଯାଇଛି । ୫ ଦିନର ଏହି ସେଲ୍ ଦେଶର ୧୪୨ଟି ସହରରେ ଥିବା ୩୫୩ଟି ବିଗ୍ ବଜାର, ଫୁଡ୍ ବଜାର, ଏଫ୍ବିବି ଓ ହାଇପରସିଟି ଷ୍ଟୋର୍ମାନଙ୍କରେ ଉପଲବ୍ଧ ହେଉଛି । ଏହି ସପିଙ୍ଗ ଫେଷ୍ଟିଭାଲରେ ୧୫୦୦ରୁ ଉଦ୍ଧର୍୍ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକର ମୂଲ୍ୟରେ ହ୍ରାସ କରାଯାଉଛି ।

ଏହି ସେଲ୍ରେ ଗ୍ରାହକମାନେ ୪୦୦୦ଟଙ୍କାର ଦ୍ରବ୍ୟ କ୍ରୟ ଉପରେ ୪୦୦୦ଟଙ୍କାର କ୍ୟାସ୍ବ୍ୟାକ୍ ପାଇପାରିବେ, ଯେଉଁଥିରେ ରହିଛି ୫୦୦ଟଙ୍କାର ଫ୍ୟୁଚର୍ ପେ ୱାଲେଟ୍, ୧୦୦୦ଟଙ୍କାର ଇଲେକ୍ଟ୍ରୋନିକ୍ ଭାଉଚର୍, ୧୦୦୦ ଟଙ୍କାର ହୋମ୍ୱେୟାର୍ ଓ କିଚେନ୍ୱେୟାର ଭାଉଚର୍ ଏବଂ ୫୦୦ ଟଙ୍କାର ହୋମ୍ ଫ୍ୟାସନ୍ ଭାଉଚର୍ । ଏହି ସେଲ୍ ଗ୍ରାହକଙ୍କ ନିମନ୍ତେ ଗ୍ରୋସେରି, ଗୃହୋପକରଣ, ବସ୍ତ୍ର, ଇଲେକ୍ଟ୍ରୋନିକ୍ ସାମଗ୍ରୀ ଆଦି ଉପରେ ଆକର୍ଷଣୀୟ ଅଫର୍ ପ୍ରଦାନ କରୁଛିି । ଏହାକୁ ଆହୁରି ଆକର୍ଷଣୀୟ କରିବା ନିମନ୍ତେ ସର୍ବନିମ୍ନ ୩୫୦୦ଟଙ୍କାର ଦ୍ରବ୍ୟ କିଣିଥିବା ଗ୍ରାହକମାନଙ୍କ ପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କ କ୍ରେଡିଟ୍ ଅଥବା ଡେବିଟ୍ କାର୍ଡରେ ଅତିରିକ୍ତ ୭% ରିହାତି ପ୍ରଦାନ କରାଯାଉଛି । ଶୀଘ୍ର ବିଲିଂ ପାଇଁ ଗ୍ରାହକମାନଙ୍କୁ ଅନ୍ଲାଇନ୍କୁ ଯାଇ https://www.bigbazaar.com/fast-billing/ରେ ବୁକିଂ ପାସ୍ କରିବାକୁ ହେବ ।

ଏହି ପରିପ୍ରେକ୍ଷୀରେ ବିଗ୍ ବଜାରର ସିଇଓ ସଦାଶିବ ନାୟକ କହିଛନ୍ତି ଯେ, “ପବ୍ଲିକ୍ ହଲିଡେ ସେଲ୍ର ପ୍ରତ୍ୟେକ ଋତୁରେ ବିଗ୍ ବଜାର ପ୍ରତି ଗ୍ରାହକମାନଙ୍କର ସମର୍ଥନତାକୁ ଦେଖି ଆମେ ଖୁବ୍ ଆନନ୍ଦିତ । ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ସର୍ବଦା ଚେଷ୍ଟାରତ । ଏହି ସେଲ୍ରେ ଆମେ ଗ୍ରାହକମାନଙ୍କୁ ୪୦୦୦ ଟଙ୍କାର ଦ୍ରବ୍ୟ କ୬ୟ ଉପରେ ୪୦୦୦ ଟଙ୍କାର କ୍ୟାସ୍ବ୍ୟାକ୍ ଓ ଗିଫ୍ଟ ଭାଉଚର ପ୍ରଦାନ କରୁଛୁ ।”


Share It

Comments are closed.