ଫ୍ଲିପକାର୍ଟର ବିଗ୍ ବିଲିଅନ୍ ଡେଜର ଶୁଭାରମ୍ଭ


ମାଷ୍ଟର କାର୍ଡ ଦ୍ୱାରା ସହେଯାଗ ପ୍ରଦାନ କରାଯାଇଥିବା ଏହି ଟିବିବିଡିର ବାର୍ତ୍ତା ହେଉଛି “ଅବ୍ ଇଣ୍ଡିଆ ହୋଗା ବଜେଟ୍ ସେ ମୁକ୍ତ”, ଯାହା ଉତ୍ତମ ପେମେଣ୍ଟ ସମାଧାନ ମାଧ୍ୟମରେ କ୍ରେତାମାନଙ୍କୁ ଯେକୌଣସି ବଜେଟ ବାଧ୍ୟତାରୁ ମୁକ୍ତ କରାଉଛି । ଏଚ୍ଡିଏଫ୍ସି ବ୍ୟାଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡ ମାଧ୍ୟମରେ ଗ୍ରାହକମାନେ ଆକର୍ଷଣୀୟ ଅଫର ପାଇବାରେ ସକ୍ଷମ ହେଉଛନ୍ତି । ଆହୁରି ମଧ୍ୟ ପେମେଣ୍ଟ ଅଫରଗୁଡ଼ିକରେ ରହିଛି ପ୍ରମୂଖ ବ୍ୟାଙ୍କମାନଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡ ଏବଂ ବଜାଜ୍ ଫାଇନ୍ସର୍ଭ ଇଏମ୍ଆଇ କାର୍ଡ ମାଧ୍ୟମରେ ନୋ କଷ୍ଟ ଇଏମ୍ଆଇ । ଅର୍ଥ ପ୍ରଦାନ ବିକଳ୍ପ, ଯେପରିକି ଫ୍ଲିପ୍କାର୍ଟ କାର୍ଡଲେସ୍ କ୍ରେଡିଟ୍ ଗ୍ରାହକମାନଙ୍କୁ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦ୍ରବ୍ୟ କିଣିବାକୁ ଓ ସହଜ କିସ୍ତିରେ ପେ କରିବାକୁ ଅନୁମତି ପ୍ରଦାନ କରିଥାଏ ।
ଫ୍ଲିପ୍କାର୍ଟ ଏହି କାର୍ଯ୍ୟକ୍ରମକୁ ଆଣିବା ନିମନ୍ତେ ଭାରତର ପ୍ରମୂଖ ସୁପରଷ୍ଟାର ଅମିତାଭ ବଚ୍ଚନ, ଦିପୀକା ପାଦ୍ୟୁକୋନ୍, ବିରାଟ କୋହଲି ଓ ଅନ୍ୟାନ୍ୟ ସେଲିବ୍ରିଟିମାନଙ୍କ ସହିତ ସହଭାଗିତା କରିଛି । ଆହୁରି ମଧ୍ୟ ଫ୍ଲିପ୍କାର୍ଟ ବ୍ୟକ୍ତିଗତ କଣ୍ଟେଣ୍ଟକୁ ସାମାଜିକ ଗଣମାଧ୍ୟମ ସହ ଜଡ଼ିତ ରଖିବା ପାଇଁ ଇଣ୍ଡଷ୍ଟ୍ରିକୁ ପ୍ରଥମ ଜ୍ଞାନକୌଶଳର ଆବିଷ୍କାର ଗୁଡ଼ିକ ମଧ୍ୟକୁ ପ୍ରବେଶ କରାଉଛି ।
ଏହି ପରିପ୍ରେକ୍ଷୀରେ ଫ୍ଲିପ୍କାର୍ଟ ପକ୍ଷରୁ ଏହାର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, କଲ୍ୟାଣ କ୍ରିଷ୍ଣମୂର୍ତ୍ତୀ, କହିଛନ୍ତିଯେ, “ଦି ବିଗ୍ ବିଲିଅନ୍ ଡେଜ୍ ଭାରତର ଏକ ଅଗ୍ରଣୀ କାର୍ଯ୍ୟକ୍ରମ ହୋଇପାରିଛି, ଯାହା ଭାରତର ପାର୍ବଣ ଋତୁର ଆରମ୍ଭକୁ ଦର୍ଶାଉଛି । ଏହି ବର୍ଷ ଟିବିବିଡିର ପଞ୍ଚମ ସଂସ୍କରଣ ଏବଂ ଆମେ ଏହାକୁ ସର୍ବବୃହତ ଓ ସର୍ବୋତ୍ତମ କରାଇବା କ୍ଷେତ୍ରରେ ଦୃଷ୍ଟି କେନ୍ଦ୍ରିତ କରୁଛୁ ।”


Share It

Comments are closed.