ଭୋଟ ଦେବା ପାଇଁ ସୁଟିଙ୍ଗକୁ ଅଧାରୁ ଛାଡି ଫେରି ଆସିଲେ “ଭୂମି ପେଡନେକର”


ଅନୁରାଗ କଶ୍ୟପଙ୍କ ଆଗମୀ ଫିଲ୍ମ “ସାଣ୍ଡ କି ଆଂଖ”ରେ ଅଭିନେତ୍ରୀ ଭୂମି ପେଡନେକରଙ୍କୁ ଏକ ପ୍ରମୁଖ ଭମିକାରେ ଦେଖିବାକୁ ମିଳିବ । ଭୂମି ନିଜର ଏହି ଆଗାମୀ ଫିଲ୍ମକୁ ନେଇ ଖୁବ ବ୍ୟସ୍ତ ଥିବାର ଜଣାପଡୁଥିବାବେଳେ ବର୍ତ୍ତମାନ ଏହି ଫିଲ୍ମର ସୁଟିଙ୍ଗ ପୁଣେରେ ଚାଲୁଥିବାର ଜଣାପଡିଛି । ଏହି ମଧ୍ୟରେ ଗତ କାଲି ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଥିବାବେଳେ ଭୂମି ଏଭଳି ଏକ କାମ କଲେ, ଯାହାକୁ ନେଇ ସମସ୍ତେ ତାଙ୍କୁ ପ୍ରସଂଶା କରିବାରେ ଲାଗିଲେ ।
ମିଳିଥିବା ସୂଚନା ମୁତାବକ, ଭୂମି ନିଜ ମତାଧିକାରକୁ ସାବ୍ୟସ୍ତ କରିବା ପାଇଁ ସୁଟିଙ୍ଗ ଅଧାରୁ ଛାଡି ଦୀର୍ଘ ୮ ଘଣ୍ଟାର ଯାତ୍ରା କରି ଭୋଟ ଦେବା ପାଇଁ ସିଧା ଆସି ବୁଥରେ ପହଞ୍ଚିଥିଲେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବା ସହ ତାଙ୍କୁ ପ୍ରସଂଶା କରିବାରେ ମଧ୍ୟ ଲାଗିଲେ । କେବଳ ଏତିକି ନୁହେଁ ନିଜ ମତାଧିକାର ସାବ୍ୟସ୍ତ କରିସାରିବା ପରେ ଭୂମି ନିଜ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଡିଛନ୍ତି, ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।
ଏହି ଅବସରରେ ଭୂମି କହିଛନ୍ତି ଯେ, “ଭାରତର ନାଗରିକ ହୋଇଥିବା ହେତୁ ମୁଁ ମତଦାନ କରିବାର ସମସ୍ତ ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛି । ମୁଁ ସୁଟିଂ ସମୟରେ ବ୍ୟସ୍ତ ଥିଲେ ମଧ୍ୟ ଡାଇରେକ୍ଟର ଏବଂ ପ୍ରଡକ୍ସନ ଟିମକୁ କହିଥିଲେ ଯେ, ଡବଲ ସିଫ୍ଟ କରିକି କାମ ଶେଷ କରିବି ପଛେ କିନ୍ତୁ ମତଦାନ ସାବ୍ୟସ୍ତ କରିବା ପାଇଁ ମୁଁ ମୁମ୍ବାଇ ନିଶ୍ଚିତ ଯିବି । ”


Share It

Comments are closed.