ବାରାଣାସୀରୁ ମୋଦି ହାରିବା ସୁନିଶ୍ଚିତ : ତେଜ ବାହାଦୂର


ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ପାଇଁ ସାମାଜବାଦୀ ପାର୍ଟି ପକ୍ଷରୁ ନିର୍ବାଚନୀ ରଣାଙ୍ଗନ ଭୂମିକୁ ଓହ୍ଲାଇଛନ୍ତି “ତେଜ ବାହାଦୂର ଯାଦବ । ” ତେଜ ବାହାଦୂର ହେଉଛନ୍ତି ବିଏସଏଫର ଜଣେ ବରଖାସ୍ତ ସିପାହୀ । ଏସପି ଏବଂ ବିଏସପିର ମିଳିତ ମେଣ୍ଟରେ ମୋର୍ଚ୍ଚା ପକ୍ଷରୁ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ତେଜ ବାହାଦୂରଙ୍କୁ ଓହ୍ଲାଇବା ପାଇଁ ନିଷ୍ପତି ନିଆଯାଇଥିଲା, ଯାହାକୁ ନେଇ ବାରାଣାସୀ ରାଜନୀତିରେ ନୂତନ ଟୁଇଷ୍ଟ ଦେଖିବାକୁ ମିଳିଛି ।
ଏହି ଅବସରରେ ତେଜ ବାହାଦୂର କହିଛନ୍ତି ଯେ, “ଆମର ମୁଖ୍ୟ ବିଷୟବସ୍ତୁ ଯବାନ, କୃଷକ ଏବଂ ଯୁବପିଢୀଙ୍କର ରୋଜଗାର ସମ୍ବୋନ୍ଧିୟ ଅଟେ । ଏଥିରୁ ଜନସାଧାରଣ ସମସ୍ତେ ଜାଣିବା କଥା ଦେଶର ପ୍ରକୃତ ଚୌକୀଦାର କିଏ ? ଏବଂ ମୁଁ ଏହି ନିର୍ବାଚନରେ ସୁନିଶ୍ଚିତ ବିଜୟୀ ଲାଭ କରିବି ବୋଲି ବେଶ ଆଶାବାଦୀ ଅଛି ।”
ପ୍ରକାଶ ଥାଉକି, ଏହି ଆସନରେ ମୋର୍ଚ୍ଚା ପକ୍ଷରୁ ପ୍ରଥମେ ସାଲିନି ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ରଣନୀତରେ ପରିବର୍ତ୍ତନ କରାଯାଇ ତେଜ ବାହାଦୂରଙ୍କୁ ପ୍ରାର୍ଥୀ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।


Share It

Comments are closed.